ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ,୨।୧୧: ରବିବାରଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏହି ପୂଣ୍ୟ ଓ ଧର୍ମ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପ୍ରତ୍ୟୁଷରୁ ସ୍ନାନ ସାରିବା ପରେ ସଂକଳ୍ପ କରି ବ୍ରତ ଧରିଛନ୍ତି। ତୁଳସୀ ଚଉରା ମୂଳେ ରାଇଦାମୋଦରଙ୍କ ପୂଜା ମଧ୍ୟ କରିଛନ୍ତି। କିନ୍ତୁ ମହାପ୍ରଭୁଙ୍କ ଦର୍ଶନରୁ ହବିଷିଆଳି ଓ ଭକ୍ତ ବଞ୍ଚତ୍ତ ହୋଇଛନ୍ତି। କୋଭିଡ୍‌ କଟକଣା ଯୋଗୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରି ହବିଷିଆଳି ଫେରୁଛନ୍ତି। ଅନ୍ୟପକ୍ଷରେ କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀମନ୍ଦିରରେ ନୀତି ବିଳମ୍ବ ହୋଇଛି। ନିର୍ଘଣ୍ଟ ସମୟର ୨ଘଣ୍ଟା ବିଳମ୍ବରେ ଦ୍ୱାର ଖୋଲିଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପୁରୀ ଜିଲା ପ୍ରଶାସନ ପକ୍ଷରୁ ହବିଷିଆଳିଙ୍କ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ପାଇଁ ବ୍ୟବସ୍ଥା କରାଯାଇଛି। ଅରୁଣ ସ୍ତମ୍ଭ ପାଖକୁ କାହାକୁ ଛଡ଼ାଯାଉ ନାହିଁ। ଦୂରରୁ ସମସ୍ତଙ୍କୁ ପତିତପାବନଙ୍କ ଦର୍ଶନ ସୁଯୋଗ ଦିଆଯାଉଛି। ହବିଷିଆଳି ଓ ଭକ୍ତ ସୁବିଧାରେ ମହାପ୍ରସାଦ ପାଇବା ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଶେଡ୍‌ କରାଯାଇ ମହାପ୍ରସାଦ ବିକ୍ରି କରାଯାଉଛି। ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦେଖିପାରୁ ନ ଥିବାରୁ ହବିଷିଆଳିମାନେ ମନ ଦୁଃଖ କରିଛନ୍ତି। ହବିଷିଆଳି ସାବିତ୍ରୀ ସାହୁ କହିଛନ୍ତି, ସାକ୍ଷୀଗୋପାଳରୁ ସେ ଆସିଛନ୍ତି। ଗତ କିଛିବର୍ଷ ହେବ ସେ କାର୍ତ୍ତିକ ମାସ ଆରମ୍ଭରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ବ୍ରତ ରଖିଥାନ୍ତି। ହେଲେ ଏଥର ସେ ସୁଯୋଗ ନାହିଁ। ପ୍ରାୟ ୮ମାସ ହେଲାଣି ସେ ଠାକୁରଙ୍କୁ ଦେଖିନାହାନ୍ତି। ଏଥର କାର୍ତ୍ତିକ ମାସରେ ଦର୍ଶନ ସୁଯୋଗ ମିଳିବ ବୋଲି ଆଶା ରଖିଥିଲେ। କିନ୍ତୁ ସେତକ ହେଲା ନାହିଁ। ତଥାପି ପତିତପାବନଙ୍କୁ ଦର୍ଶନ କରି ସେ ଘରକୁ ଫେରିଯାଉଥିବା କହିଛନ୍ତି। କେବଳ ସାବିତ୍ରୀ ନୁହଁନ୍ତି, ପୁରୀ ପଞ୍ଚକୋଶୀ ଅଞ୍ଚଳରୁ ବହୁ ବ୍ରତଧାରୀ ସକାଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିବା ସହ ସିଂହଦ୍ୱାର ବାହାରୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ତେବେ କାର୍ତ୍ତିକର ପ୍ରଥମ ଦିନରେ ଶ୍ରୀମନ୍ଦିର ନୀତିରେ ବିଳମ୍ବ ହୋଇଛି। ନୀତି ସବ୍‌ କମିଟି ଏବଂ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ କରାଯାଇଥିଲା। ଏଥିରେ ଭୋର ୪ଟାରେ ଦ୍ୱାର ଫିଟିବାକୁ ନିର୍ଘଣ୍ଟ ହୋଇଥିବା ବେଳେ ରବିବାର ସକାଳ ୬ଟାରେ ଦ୍ୱାର ଫିଟାଯାଇଥିଲା। ଏହି ବିଳମ୍ବ ଅନ୍ୟ ନୀତିରେ ମଧ୍ୟ ପ୍ରତିଫଳିତ ହୋଇଥିଲା। ୨ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ଅପରାହ୍ନ ୨ଟାରେ ମହାପ୍ରସାଦ ବାହାରିଥିଲା। ତେବେ ମହାପ୍ରସାଦ ନେବା ପାଇଁ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ୧୨ଟା ସୁଦ୍ଧା ମହାପ୍ରସାଦ ବାହାରିବ ବୋଲି ନୀତି ନିର୍ଘଣ୍ଟ କରାଯାଇଥିବାରୁ ଭକ୍ତ ଓ ହବିଷିଆଳି ପହଞ୍ଚତ୍ଥିଲେ। ଟୋକନ କାଟି ଅପେକ୍ଷା କରିଥିଲେ। ହେଲେ ନୀତି ବିଳମ୍ବ ଯୋଗୁ ଅବଢା ବାହାରିବାରେ ଡେରି ହୋଇଥିଲା। ଫଳରେ ଧୀରେ ଧୀରେ ଭକ୍ତଙ୍କ ଗହଳି ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri