ପ୍ରତିଶ୍ରୁତି ରଖିଲାନି ପ୍ରଶାସନ, ପୁଣି ଆନ୍ଦୋଳନ କରିବେ ଆଉଟ୍‌ସୋର୍ସିଂ କର୍ମଚାରୀ

ବ୍ରହ୍ମପୁର ଅଫିସ୍‌,୨୨ା୬-ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଆଉଟ୍‌ସୋସିର୍ଂ କର୍ମଚାରୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଶାସନ ପୂର୍ବ ପ୍ରତିଶ୍ରୁତି ପୂରଣ କରି ନ ଥିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଫେବୃଆରୀ ପ୍ରଥମ ସପ୍ତହାରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ୧୦ ଦଫା ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ, ଉପଜିଲାପାଳ, ସଂଘ କର୍ମକର୍ତ୍ତା ଏବଂ ପେ।ଲିସର ଉପସ୍ଥିତିରେ ଏପ୍ରିଲ ଶେଷ ସୁଦ୍ଧା ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । କିନ୍ତୁ ଦୀର୍ଘ ୩ ମାସ ଅତିକ୍ରମ ହୋଇଯାଇଛି । ହେଲେ ସ୍ବଳ୍ପ ବେତନ ଭୋଗୀ କର୍ମଚାରୀଙ୍କ ଦାବି ପୂରଣ ହୋଇପାରିନାହିଁ। ଦାବିଗୁଡ଼ିକ ମଧ୍ୟରେ ଆଉଟସେ।ର୍ସିଂ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ଶ୍ରମ ବିଭାଗ ନିୟମ ଅନୁଯାୟୀ ପ୍ରତି ମାସରେ ଦରମା ୮୦୭୦ ଟଙ୍କା, ପ୍ରତି ମାସର ୫ ତାରିଖ ମଧ୍ୟରେ ଦରମା ପ୍ରଦାନ, ପୂର୍ବରୁ ବକେୟା ଥିବା ୧୯ ମାସର ବର୍ଦ୍ଧିତ ଦରମା ପ୍ରଦାନ କରିବା, ଟେଣ୍ଡର ପରିବର୍ତ୍ତନ ହେଲେ ମଧ୍ୟ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତିରେ ପରିବର୍ତ୍ତନ ନ କରିବା, ସମସ୍ତ କର୍ମଚାରୀଙ୍କୁ ଇପିଏଫ, ଇଏସ୍‌ଆଇ ଠିକ୍‌ ଭାବେ ପ୍ରଦାନ କରିବା, ୪ ଦିନ ଛୁଟିର ଦରମା ପ୍ରଦାନ ଏବଂ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ସୁଯେ।ଗ ଯେ।ଗାଇ ଦେବା ଇତ୍ୟାଦି ଦାବି ରହିଥିଲା । ସଂଘର ସାଧାରଣ ପରିଷଦ ବୈଠକ ବରିଷ୍ଠ କର୍ମଚାରୀ ନେତା ସୁରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତିର ତୀବ୍ର ସମାଲେ।ଚନା କରିବା ସହ ସ୍ବାସ୍ଥ୍ୟ ବିଭାଗ ଗ୍ରୁପ ଡି କର୍ମଚାରୀଙ୍କ ପ୍ରତି ସାବତ ମାଆ ଭଳି ବ୍ୟବହାର କରୁଥିବାରୁ କର୍ମଚାରୀ ନେତାମାନେ ଅସନ୍ତେ।ଷ ପ୍ରକାଶ କରିଥିଲେ । ଜୁଲାଇ ୧୦ ତାରିଖ ସୁଦ୍ଧା ଉକ୍ତ ଦାବିଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରା ନ ଗଲେ ପୁଣିଥରେ କାର୍ଯ୍ୟବନ୍ଦ ଆନ୍ଦେ।ଳନ କରାଯିବ ବେ।ଲି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସଂଗଠନ ଉପଦେଷ୍ଟା ରବି ରଥ, ରାଜ୍ୟ ସଂଗଠନ ଉପସଭାପତି ସୁକାନ୍ତ ମୁଖି, ଶାଖା ସମ୍ପାଦକ ଲାଲୁ ମୋହନ ବେହେରା, ଚନ୍ଦ୍ରୁ ପାତ୍ର, ରବି ନାରାୟଣ ବେହେରା, କେଶବ ନାୟକ, ଘନ ନାୟକ, ପ୍ରକାଶ ବେହେରା, ରାଜୁ ଚିନ୍ନା, ଆନନ୍ଦ ମିଶ୍ର, ରମେଶ ରାଓ, ଗୌରହରି ମହାପାତ୍ର, ସନାତନ ନାୟକ, ଏଲ.ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ଭଞ୍ଜନଗରରେ କାଳବୈଶାଖୀ ତାଣ୍ଡବ

ଭଞ୍ଜନଗର,୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ସହ ବଜ୍ରପାତ ହେବାରୁ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ୨୨ଟି...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ପୁଅ ହିଁ ଏହି କାମ କରିବେ: ମୋଦି

ନୂଆଦିଲ୍ଲୀ/ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାର ବ୍ରହ୍ମପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ବିରୋଧୀଙ୍କୁ କଡ଼ା ଆକ୍ଷେପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri