Posted inଖେଳ

ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ଲକ୍ଷ୍ୟରେ ବାଙ୍ଗାଲୋର

ଶାରଜା,୩୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୨ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନ ରାଇଜର୍ସ ହାଇଦ୍ରାବାଦ୍‌ ମୁହଁାମୁହିଁ ହେବେ। ଶନିବାର ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ବାଙ୍ଗାଲୋର ପ୍ଲେ- ଅଫ୍‌ ସ୍ଥାନ ହାସଲ ଲକ୍ଷ୍ୟରେ ରହିଛି। ବାଙ୍ଗାଲୋର ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୭ ବିଜୟ ୫ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କ୍ରମାଗତ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇ ବାଙ୍ଗାଲୋର ତା’ର ପ୍ରଶଂସକଙ୍କୁ ନିରାଶ କରିଛି। ଅନ୍ୟପଟେ ହାଇଦ୍ରାବାଦ୍‌ ଦମ୍‌ଦାର ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବା ପରେ ଆତ୍ମବିଶ୍ୱାସ ଦୃଢ କରିଛି। ବାକିଥିବା ୨ଟି ମ୍ୟାଚ୍‌ରୁ ଗୋଟିଏରେ ବିଜୟୀ ହେଲେ ବାଙ୍ଗାଲୋର ପ୍ଲେ- ଅଫ୍‌ରେ ସ୍ଥାନ ହାସଲ କରିବ।
ପ୍ଲେ- ଅଫ୍‌ ଦୌଡ଼ରୁ ଏକମାତ୍ର ଦଳ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ ବାଦ୍‌ ପଡିଛି। ତେବେ ଗତ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ଚେନ୍ନାଇ ପ୍ଲେ- ଅଫ୍‌ ରେସ୍‌କୁ ଆହୁରି ରୋମାଞ୍ଚିତ କରିଛି। ବାଙ୍ଗାଲୋର ବାକି ଦୁଇଟି ମ୍ୟାଚ୍‌ରେ ପରାସ୍ତ ହେଲେ ମଧ୍ୟ କ୍ୱାଲିଫାଏ କରିପାରିବ। ତେବେ ସେଥିପାଇଁ ତାକୁ ଅନ୍ୟ ମ୍ୟାଚ୍‌ଗୁଡିକ ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ଅବଶ୍ୟ ଗତ ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୋଇଥିବାରୁ ଆର୍‌ସିବିର ନେଟ୍‌ ରନ ରେଟ୍‌ (ଏନ୍‌ଆରଆର) ପ୍ରଭାବିତ ହୋଇଛି।
ଅପରପକ୍ଷରେ ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୫ ବିଜୟ, ୭ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ତେଣୁ ପ୍ଲେ- ଅଫ୍‌ ଦୌଡ଼ରେ ସାମିଲ ରହିବା ପାଇଁ ହାଇଦ୍ରାବାଦ୍‌କୁ ବାକିଥିବା ଦୁଇଟି ମ୍ୟାଚ୍‌ରେ ଆର୍‌ସିବି ଓ ମୁମ୍ବାଇକୁ ହରାଇବା ଅପରିହାର୍ଯ୍ୟ ହୋଇପଡିଛି। ଦୁଇଟି ମ୍ୟାଚ୍‌ରେ ବିଜୟୀ ହେବା ମଧ୍ୟ ଯଥେଷ୍ଟ ନୁହେଁ। ଆର୍‌ସିବି (୧୪ ପଏଣ୍ଟ) ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ (୧୨ ପଏଣ୍ଟ) ମ୍ୟାଜିକ୍‌ ସଂଖ୍ୟା ୧୬ରେ ନ ପହଞ୍ଚିବା ଦରକାର। ଯଦି ଏହା ହୁଏ ଓ ୩ଟି ଯାକ ଦଳ ୧୪ ପଏଣ୍ଟରେ ସୀମିତ ରୁହନ୍ତି ତେବେ ଭଲ ଏନ୍‌ଆରଆର ସହିତ ହାଇଦ୍ରାବାଦ୍‌ ପ୍ଲେ- ଅଫ୍‌କୁ ଉଠିବ। ଆରସିବି ତା’ର ଆତ୍ମବିଶ୍ୱାସ ଫେରିପାଇବା ଦରକାର। ବୋଲିଂ, ବ୍ୟାଟିଂରେ ଉଭୟ ଦଳରେ କିଛିଟା ତ୍ରୁଟି ରହିଛି। ତେବେ ଦଳଗତ ଭାବେ ଉଭୟ ଦଳ ଭଲ ପ୍ରଦର୍ଶନ କରିବାର କ୍ଷମତା ରଖୁଛନ୍ତି। ତେଣୁ ଏହି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri