ମିଳିଲାନି ଗୃହରକ୍ଷୀ ଚାକିରି: ଏସ୍‌ପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋନପୁର,୨୨।୬(ନି.ପ୍ର.): ଗୃହରକ୍ଷୀ ଚାକିରି ନ ମିଳିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ମାଣିକପୁର ଗ୍ରାମର ଚମୁରୁ ହାତୀଙ୍କ ପୁଅ ଗୁପ୍ତେଶ୍ୱର(୩୨) ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୋଲିସ ଅଫିସ ତଥା ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗୁପ୍ତେଶ୍ୱର ନିଜ ସ୍ତ୍ରୀ ଓ ଝିଅଙ୍କ ସମ୍ମୁଖରେ କୀଟନାଶକ ପିଇଥିଲେ। ଏହି ସମୟରେ ଏସ୍‌ପି ଦେବୀପ୍ରସାଦ ଦାଶ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ସୂଚନା ପାଇ ସୋନପୁର ଥାନା ପୋଲିସ ପିସିଆର ଭ୍ୟାନ୍‌ରେ ଗୁପ୍ତେଶ୍ୱରଙ୍କୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେ ଚିକିତ୍ସାଧୀନ ଥିଲେ ହେଁ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୨୦୦୬ ମସିହାରେ ଗୁପ୍ତେଶ୍ୱର ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ୨୦୦୭ରେ ତାଙ୍କୁ ଛଟେଇ କରାଯାଇଥିଲା। ପୁନଃ ନିଯୁକ୍ତି ପାଇଁ ସେ ତତ୍କାଳୀନ ଏସ୍‌ପିଙ୍କଠାରୁ ଆରମ୍ଭ କରି ଡିଆଇଜି ଏପରିକି ପୋଲିସ ଡିଜିଙ୍କୁ ଭେଟିଥିଲେ। ଜିଲାରେ ଗୃହରକ୍ଷୀ ଚୟନ ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ତାଙ୍କୁ ସେତେବେଳେ ମୌଖିକ ପ୍ରତିଶ୍ରୁତି ମିଳିଥିଲା। ଗୁପ୍ତେଶ୍ୱର ଦିନମଜୁରିଆ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଗତ ଡିସେମ୍ବରରେ ଖାଲି ଥିବା ଜିଲାର ୪୫ଟି ଗୃହରକ୍ଷୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫେବୃୟାରୀରେ ଆବେଦନକାରୀଙ୍କ ଶାରୀରିକ ପରୀକ୍ଷା ଓ ସାକ୍ଷାତକାର ନିଆଯାଇଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି । ତାଲିକାରେ ଗୁପ୍ତେଶ୍ୱରଙ୍କ ନାମ ନଥିବାରୁ ସେ ନିରାଶ ହୋଇ ପଡିଥିଲେ। ସେ ଯୋଗ୍ୟ ପ୍ରାର୍ଥୀ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କୁ ମଧ୍ୟ ଏଥିପାଇଁ ସାକ୍ଷାତ୍‌ କରିଥିଲେ। ଶୁକ୍ରବାର ବାଇକ୍‌ରେ ନିଜ ସ୍ତ୍ରୀ ରଶ୍ମିତା ଓ ଛୋଟ ଝିଅଙ୍କୁ ଧରି ଏସ୍‌ପିଙ୍କ ଅଫିସ ପରିସରକୁ ଆସିଥିଲେ। ହାତରେ ଏକ କୀଟନାଶକ ଔଷଧ ବୋତଲ ଧରି ବୁଲୁଥିଲେ। କେହି କିଛି ବୁଝିବା ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ସେ କୀଟନାଶକ ପିଇ ଦେଇଥିଲେ। ପୋଲିସ ଏହି ଘଟଣାକୁ ସାଧାରଣଭାବେ ନେଉଛି । କିନ୍ତୁ କେଉଁ ପରିସ୍ଥିତିରେ ଗୁପ୍ତେଶ୍ୱର ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

‘I-PAC ରେଡ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ପ୍ରମାଣ ଛଡାଇ ନେଇଥିଲେ, ଯାହା ପୂର୍ବରୁ କେବେ ହୋଇ ନ ଥିଲା’, ବଡ଼ ବାଦି କଲାଣି ଭାଜପା

କୋଲକାତା,୮।୧: କୋଇଲା ଦୁର୍ନୀତି ମାମଲାରେ ଗୁରୁବାର କୋଲକାତାର I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ତଲାସୀ ଅଭିଯାନ ଚଳାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ...

ଡିପୋଜିଟ୍‌ ପାଇଁ  ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…

ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ...

ଜାତୀୟ ଶୁଟିଂ କୋଚ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୮ା୧: ଭାରତୀୟ ଶୁଟିଂ ଦଳର କୋଚିଂ ଷ୍ଟାଫ୍‌ର ପ୍ରମୁଖ ସଦସ୍ୟ ଅଙ୍କୁଶ ଭରଦ୍ୱାଜଙ୍କ ବିରୋଧରେ ଜଣେ ନାବାଳିକା ଶୁଟର ଗୁରୁବାର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।...

Dipu Das Murder: ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ପୋଲିସ କହିଲା…

ଢାକା,୮।୧: ବାଂଲାଦେଶ ପୋଲିସ ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ସଂଖ୍ୟାଲଘୁ ନାଗରିକ ଦୀପୁ ଚନ୍ଦ୍ର ଦାସଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଭିଡ଼ର ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri