Posted inଖେଳ

ଏବେ ଅସ୍ଥିତ୍ୱର ଲଢ଼େଇ: ପଞ୍ଜାବ- ହାଇଦ୍ରାବାଦ ମୁକାବିଲା

ଦୁବାଇ,୨୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁତ୍ବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶନିବାର ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ ଏହି ଦୁଇ ଦଳ ପାଇଁ ସମାନ ଭାବେ ଗୁରୁତ୍ୱ ବହନ କରୁଛି। କାରଣ ଉଭୟ ଦଳ ସମାନ ୮ ପଏଣ୍ଟ ହାସଲ କରିଛନ୍ତି। ଦୁଇ ଦଳ ପ୍ଲେ- ଅଫ୍‌ ଦୌଡ଼ରେ ସ୍ଥିତି ବଜାୟ ରଖିବାକୁ ଅସ୍ଥିତ୍ୱର ଲଢେଇରେ ମୁହଁାମୁହିଁ ହେବେ। ଦୁଇ ଦଳ ଏବେ ନିଶ୍ଚିତ ବିଜୟ ହାସଲ ପରସ୍ଥିତିର ସମ୍ମୁଖୀନ ହେବେ।
ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୬ ପରାଜୟ ସହ ୮ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ହାସଲ କରି ରନ୍‌ ରେଟ୍‌ରେ ପଛକୁ ରହି ସପ୍ତମ ସ୍ଥାନରେ ରହିଛି। ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ପାଇଁ ଦୁଇ ଦଳକୁ ଏବେ ସେମାନଙ୍କ ବାକି ମ୍ୟାଚ୍‌ଗୁଡିକରେ ବିଜୟୀ ହେବା ଜରୁରୀ ହୋଇପଡିଛି। ଫଳରେ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି।
ମନ୍ଥର ଆରମ୍ଭ କରିଥିଲେ ମଧ୍ୟ ପଞ୍ଜାବ ପରେ ଭଲ ପ୍ରଦର୍ଶନ କରିଛି। ହ୍ୟାଟ୍ରିକ୍‌ ବିଜୟ ସହ ପଞ୍ଜାବ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭଳି ଶକ୍ତିଶାଳୀ ଦଳକୁ ହରାଇବାରେ ସକ୍ଷମ ହୋଇଛି ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ। ଏହି ମୁମେଣ୍ଟମ ବଜାୟ ରଖିବାକୁ ପ୍ରୟାସ କରିବ ପଞ୍ଜାବ। ରାହୁଲ, ମୟଙ୍କ ଅଗ୍ରଓ୍ବାଲ, କ୍ରିସ୍‌ ଗେଲ୍‌, ନିକୋଲାସ ପୁରନଙ୍କୁ ନେଇ ପଞ୍ଜାବ ବ୍ୟାଟିଂ ଲାଇନ୍‌ ବେଶ୍‌ ଶକ୍ତିଶାଳୀ ମନେ ହେଉଛି। ରାହୁଲ (୫୪୦) ଓ ଅଗ୍ରଓ୍ବାଲ (୩୯୮) ରନ ସଂଗ୍ରହ କରି ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ଗେଲ୍‌ଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଦଳର ପ୍ରଦର୍ଶନ ଭଲ ହୋଇପାରିଛି। ଜିମ୍ମି ନିଶାମ ସାମିଲ ହେବା ପରେ ପଞ୍ଜାବର ବ୍ୟାଟିଂ ଓ ବୋଲିଂର ଗଭୀରତା ବଢିଛି। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜ ଦାୟିତ୍ୱ ତୁଲାଇବାରେ ସମର୍ଥ ହୋଇଛନ୍ତି।
ଅନ୍ୟପଟେ ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ପାଇଁ ହାଇଦ୍ରାବାଦକୁ ତା’ର ବାକି ୪ଟି ମ୍ୟାଚ୍‌ ଜିତିବାକୁ ହେବ। କ୍ରମାଗତ ୩ଟି ମ୍ୟାଚ୍‌ର ପରାଜୟ ପରେ ହାଇଦ୍ରାବାଦ ୮ ଉଇକେଟରେ ରାଜସ୍ଥାନକୁ ପରାସ୍ତ କରି ଆତ୍ମବିଶ୍ୱାସ ଫେରିପାଇଛି। ଗତ ମ୍ୟାଚ୍‌ରେ ମନୀଷ ପାଣ୍ଡେ (୮୩) ଓ ବିଜୟ ଶଙ୍କର (୫୨) ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିବା ଦଳ ପାଇଁ ଏକ ବଡ଼ ଶୁଭ ଖବର। ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନ୍ନି ବେୟାରଷ୍ଟୋଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ଜାସନ ହୋଲ୍ଡର ଦଳରେ ସାମିଲ ହେବା ପରେ ହାଇଦ୍ରାବଦ୍‌ ବୋଲିଂରେ ସୁଧାର ଆସିଛି। ପ୍ରିୟମ ଗର୍ଗ, ଅବୁଦୁଲ ସମାଦ ଓ ଟି. ନଟରାଜନଙ୍କ ଭଳି ଯୁବ ଖେଳାଳି ଶ୍ରେଷ୍ଠ ପଦର୍ଶନ କରିବାର ସମୟ ଆସି ଉପନୀତ ହୋଇଛି। ଶନିବାର ଦୁଇଟି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri