Posted inଖେଳ

ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ

ଶାରଜା,୨୩।୧୦ (ପି.ଟି.): ପ୍ଲେ- ଅଫ୍‌ ପାଇଁ ସଂଘର୍ଷ କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୧ତମ ମ୍ୟାଚ୍‌ରେ ଶୁକ୍ରବାର ଚେନ୍ନାଇ ଓ ମୁମ୍ବାଇ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଚେନ୍ନାଇ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୩ ବିଜୟ, ୭ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ବାକି ୪ଟି ମ୍ୟାଚ୍‌ରେ ବିଜୟୀ ହେଲେ ଚେନ୍ନାଇ ତଥାପି ୧୪ ପଏଣ୍ଟ ହାସଲ କରିବ ଓ ପ୍ଲେ- ଅଫ୍‌ ଖେଳିବାର ବାହାରୁ ଏକ ସୁଯୋଗ ମିଳିବ। ରାଜସ୍ଥାନ ରୟାଲ୍ସଠାରୁ ହାରିବା ପରେ ଚେନ୍ନାଇର ପ୍ଲେ- ଅଫ୍‌ ଆଶା ଏବେ ସୂତା ଖିଅରେ ଝୁଲୁଛି। ଚେନ୍ନାଇ ୨୦୧୮ରେ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୯ରେ ଫାଇନାଲରେ ପ୍ରବେଶ କରିଥିଲା। ଏଥର କିନ୍ତୁ କଥା ଅଲଗା ହୋଇଛି।
ଏଥର ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇକୁ ହରାଇ ଚେନ୍ନାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଇତିମଧ୍ୟରେ କଥା ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି। ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆହତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିବା ପରେ ଚେନ୍ନାଇର ସମସ୍ୟା ଦ୍ୱିଗୁଣିତ ହୋଇଛି। ଦଳରେ ଏଥର ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଆଯିବ ବୋଲି ଅଧିନାୟକ ଧୋନୀ ସୂଚନା ଦେଇଛନ୍ତି। ଧୋନୀ ନିଜର ଶ୍ରେଷ୍ଠ ଫର୍ମରେ ନାହାନ୍ତି। ଯଦିଓ ଫାଫ୍‌ ଡୁପ୍ଲେସି ଭଲ ପ୍ରଦର୍ଶନ କରିଛନ୍ତି। ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା କେଦାରା ଯାଦବଙ୍କ ବଦଳରେ ଏନ୍‌. ଜଗଦୀଶାନ କିମ୍ବା ଋତୁରାଜ ଗାଏକ୍ୱାଡଙ୍କୁ ଖେଳାଯାଇପାରେ।
ଅନ୍ୟପଟେ କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ପରାସ୍ତ ହେବା ପୂର୍ବରୁ ମୁମ୍ବାଇ କ୍ରମାଗତ ୫ଟି ବିଜୟ ହାସଲ କରିଥିଲା। ଡବଲ ସୁପର ଓଭରରେ ପଞ୍ଜାବ ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ୪ଥର ଆଇପିଏଲ୍‌ ଟାଇଟଲ ହାସଲ କରିଥିବା ମୁମ୍ବାଇ ଜବରଦସ୍ତ ଫର୍ମରେ ରହିଛି। ବୋଲିଂରେ ମୁମ୍ବାଇର ବିବିଧତା ଆତ୍ମବିଶ୍ୱାସ ହରାଇଥିବା ଚେନ୍ନାଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବ। ଶାରଜା ଗ୍ରାଉଣ୍ଡରେ ବୋଲରମାନେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି। ତେବେ ଇତିମଧ୍ୟରେ ଉଇକେଟ ମନ୍ଥର ହୋଇଛି। ତେଣୁ ବ୍ୟାଟ୍ସମ୍ୟାନମାନେ ଛକା ଚୌକା ବର୍ଷା କରିବାରେ ସମସ୍ୟାରେ ପଡିବେ। ମୁମ୍ବାଇର କ୍ୱିଣ୍ଟନ ଡିକକ୍‌ ଜବରଦସ୍ତ ଫର୍ମରେ ରହିଛନ୍ତି। ସେହିପରି ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ପାଓ୍ବାରା ହିଟର କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଭଲ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ମୁମ୍ବାଇର ବୋଲିଂ ମଧ୍ୟ ଭଲ ରହିଛି। ନାଥନ କୁଲ୍ଟର- ନାଇଲ ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ ଜେମ୍ସ ପାଟିସନଙ୍କୁ ଖେଳାଇବାର ଆବଶ୍ୟକତା ରହିଛି। ଚେନ୍ନାଇ ପାଇଁ ମୁମ୍ବାଇ ଏହି ମ୍ୟାଚ୍‌ରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବ। ବିଜୟୀ ହେଲେ ମୁମ୍ବାଇ ପ୍ଲେ- ଅଫ୍‌ର ନିକଟତର ହେବ। ଅନ୍ୟପଟେ ଚେନ୍ନାଇ ପ୍ଲେ- ଅଫ୍‌ ଦୌଡ଼ରୁ ବାଦ୍‌ ପଡି ନ ଥିଲେ ମଧ୍ୟ ବିଜୟ ଦଳ ପାଇଁ ଆଶା ସୃଷ୍ଟି କରିବ। ଆଇପିଏଲ୍‌ ଇତିହାସରେ ଚେନ୍ନାଇ ପୂର୍ବରୁ ଏପରି ଖରାପ୍‌ ପ୍ରଦର୍ଶନ କରି ନ ଥିଲା। ତେଣୁ ପରାସ୍ତ ହେଲେ ଚେନ୍ନାଇ ପାଇଁ ଏହି ମ୍ୟାଚ୍‌ ଦୁଃସ୍ବପ୍ନ ସାବ୍ୟସ୍ତ ହେବ।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ୍‌ ଡୁପ୍ଲେସି, ଶେନ୍‌ ଓ୍ବାଟସନ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଲୁନ୍‌ଗି ଏନ୍‌ଗିଡି, ଦୀପକ ଚହର, ପୀୟୂଷ ଚାଓ୍ବାଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର, ଜୋଶ ହାଜେଲଉଡ୍‌, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଏନ୍‌. ଜଗଦୀଶାନ, କେ.ଏମ୍‌. ସୈଫ୍‌, ମୋନୁ କୁମାର, ଆର. ସାଇ କିଶୋର, ଋତୁରାଜ ଗାଏକ୍ୱାଡ ଓ କର୍ନ ଶର୍ମା।
ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନ୍‌ମୋଲପ୍ରୀତ ସିଂ, ଅନୁକୂଳ ରଏ, କ୍ରିସ୍‌ ଲିନ୍‌, ଧବଲ କୁଲକର୍ଣ୍ଣୀ, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ପାଟିନସନ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମିଚେଲ ମ୍ୟାକକ୍ଲିନଘନ, ମୋହସିନ ଖାନ୍‌, ନାଥନ କୁଲ୍ଟର- ନାଇଲ, ପ୍ରିନ୍ସ ବଲଓ୍ବନ୍‌ ରାଏ, କ୍ୱିଣ୍ଟନ ଡିକକ୍‌, ରାହୁଲ ଚହର, ସୌରଭ ତିଓ୍ବାରୀ, ଶେରଫାଇନ ରଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ ଓ ଟ୍ରେଣ୍ଟ ବୋଲ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri