Posted inଖେଳ

ଚେନ୍ନାଇ ପ୍ରଶଂସକଙ୍କୁ ଭାବପ୍ରବଣ ଅପିଲ କଲେ ବ୍ରାଭୋ

ଦୁବାଇ,୨୨।୧୦:ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି। ବାଦ୍‌ ପଡିବା ପରେ ବ୍ରାଭୋ ଚେନ୍ନାଇ ପ୍ରଶଂସକଙ୍କୁ ଏକ ଭାବପ୍ରବଣ ଅପିଲ୍‌ କରିଛନ୍ତି। ସିଏସ୍‌କେ ଫ୍ରାଞ୍ଚାଇଜର ଟୁଇଟର୍‌ ହ୍ୟାଣ୍ଡେଲରେ ଅପଲୋଡ ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ବ୍ରାଭୋ କହିଛନ୍ତି ଯେ ଏହା ଏକ ଖରାପ ଖବର। ଏହି ସମୟରେ ଦଳ ଛାଡିବା ଖରାପ ଲାଗୁଛି। ସେ କହିଛନ୍ତି ଯେ ଆମେ ଏଭଳି ପ୍ରଦର୍ଶନ ଆଶା କରିନ ଥିଲୁ ଏବଂ ଆମର ସମର୍ଥକମାନେ ମଧ୍ୟ ଏହା ଚାହୁଁ ନ ଥିଲେ କିନ୍ତୁ ଆମେ ଯଥାସମ୍ଭବ ଚେଷ୍ଟା କରିଛୁ। ଆମକୁ ସମର୍ଥନ ଜାରି ରଖନ୍ତୁ ଏବଂ ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆମେ ଚାମ୍ପିୟନ୍‌ ଭଳି ଫେରିବୁ।
ସୂଚନାଯୋଗ୍ୟ, ଆଘାତ କାରଣରୁ ୩୭ ବର୍ଷୀୟ ବ୍ରାଭୋ ଅକ୍ଟୋବର ୧୭ରେ ଶାରଜାଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଶେଷ ଓଭର ବୋଲିଂ କରିବାରେ ଅସମର୍ଥ ହୋଇଥିଲେ। ଏହା ପରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ରବିନ୍ଦ୍ର ଜାଡେଜାଙ୍କୁ ଶେଷ ଓଭର ବୋଲିଂ କରିବାକୁ ଦେଇଥିଲେ। ଏହି ଓଭରରେ ଜାଡେଜା ତିନିଟି ଛକା ଖାଇଥିଲେ ଏବଂ ଚେନ୍ନାଇ ମ୍ୟାଚ ହାରିଥିଲା। ଚଳିତ ଆଇପିଏଲ୍‌ରେ ଚେନ୍ନଇ ୧୦ଟି ମ୍ୟାଚ୍‌ ଖେଳି ୭ଟିରେ ପରାଜୟ ଲାଭ କରିଛି। ଦଳ ଏବେ ପଏଣ୍ଟ ଟେବୁଲ ଶେଷରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri