Posted inଜାତୀୟ

କୋଲକାତାରେ ହେବ ରାବଣ ପୋଡ଼ି

କୋଲକାତା,୨୧ା୧୦: ଚଳିତବର୍ଷ କରୋନା ମହାମାରୀ ଯୋଗୁ ଦଶହରା ମହୋତ୍ସବ ଫିକା ପଡ଼ିବ। ମାତ୍ର ସମସ୍ତ ରୀତି ନୀତି ଅନୁଯାୟୀ ପୂଜା ପାଇବେ ମା’। ଏହି ପରିପ୍ରେକ୍ଷୀରେ ରାବଣ ପୋଡ଼ି କୋଲକାତାରେ ସିଧା ପ୍ରସାରଣ ହେବ ବୋଲି ଆୟୋଜକ କମିଟିର ସଦସ୍ୟ ସୂଚନା ଦେଇଛନ୍ତି। ଅକ୍ଟୋବର ୨୬ ସନ୍ଧ୍ୟାରେ ସଲ୍ଟ ଲେକ୍‌ ସେଣ୍ଟ୍ରାଲ ପାର୍କରେ ରାବଣର ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି କରାଯିବ।
କମିଟି ମୁଖପାତ୍ର କହିଛନ୍ତି ଯେ, ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଲିଙ୍କ୍‌ରେ କ୍ଲିକ୍‌ କରି ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମକୁ ଡିଜିଟାଲରେ ଦେଖିପାରିବେ। ଏହି ସ୍ଥାନରେ ହଜାର ହଜାର ଲୋକ ରାବଣ ପୋଡ଼ି ଦେଖିବାକୁ ପହଞ୍ଚୁଥିଲେ। ମାତ୍ର ଚଳିତବର୍ଷ କରୋନା ମହାମାରୀ ଯୋଗୁ ଘରେ ବସି ଏହାକୁ ଉପଭୋଗ କରପାରିବେ। କମିଟିର ମୁଖପାତ୍ର କହିଛନ୍ତି, ଆମକୁ ଏହି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଆମକୁ ଏହି କାର୍ଯ୍ୟକ୍ରମକୁ ସରଳ ଢଙ୍ଗରେ କରିବାକୁ କୁହାଯାଇଛି। କେବଳ କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଉପସ୍ଥିତ ରହିବେ ଏବଂ ସମଗ୍ର କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଇଁ ସିଧା ପ୍ରସାରଣ ହେବ।

ସେ କହିଛନ୍ତି, କମିଟି ପକ୍ଷରୁ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣଙ୍କ ପ୍ରତିଛବି କରାଯାଇ ପୋଡ଼ାଯିବ। ଏହା ଦ୍ୱାରା କରୋନା ଭୂତାଣୁ ମଧ୍ୟ ଜଳିଯିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯିବ।
ସୂଚନାଯୋଗ୍ୟ, କୋଲକାତା ହାଇକୋର୍ଟ ସାଧାରଣ ପୂଜା ପେଣ୍ଡାଲରେ କୌଣସି ଭକ୍ତ ପ୍ରବେଶ କରିପାରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ପେଣ୍ଡାଲରେ ୧୦ ମିଟର ଦୂରରେ ରହି ଭକ୍ତମାନେ ଦେବୀଙ୍କ ଦର୍ଶନ ଲାଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri