ଶୀତ ପାଇଁ ମୌସୁମୀ ବାଧକ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ନଭେମ୍ବର ପହିଲା ପୂର୍ବରୁ ଏହା ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କ୍ଷୀଣ। ଅକ୍ଟୋବରରେ ଲଗାତର ଲଘୁଚାପ ଯୋଗୁ ମୌସୁମୀ ଅଧିକ ବଳବାନ ହୋଇଛି। ବିଭିନ୍ନ ପ୍ରାନ୍ତରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ସମସ୍ତ ରେକର୍ଡକୁ ଭାଙ୍ଗିବାକୁ ଯାଉଛି। ଗତ ୩ ମାସରେ ୧୦ ଲଘୁଚାପ ସୃଷ୍ଟି ହୋଇଛି। ଅକ୍ଟୋବର ୨୬ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏଥିଯୋଗୁ ଅକ୍ଟୋବର ୨୯ ଯାଏ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲାରେ ବର୍ଷା ହୋଇପାରେ। ବାୟୁମଣ୍ଡଳର ଆର୍ଦ୍ରତା ୪୦ ପ୍ରତିଶତକୁ ଖସି ଆସିଲେ ମୌସୁମୀ ପ୍ରତ୍ୟାହାର ଘୋଷଣା କରାଯାଇଥାଏ। ରାଜ୍ୟରେ ଶୀତର ଆଗମନ ହୋଇଥାଏ। ତେବେ ଏବେ ସୁଦ୍ଧା ବାୟୁମଣ୍ଡଳର ଆର୍ଦ୍ରତା ୮୦ରୁ ୯୦ ପ୍ରତିଶତ ମଧ୍ୟରେ ରହୁଛି, ଯାହାକି ବର୍ଷା ପାଇଁ ପାଗ ଅନୁକୂଳ ରଖୁଛି।
ସାଧାରଣତଃ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ୍‌ ୧୫ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥାଏ। ଏହି ସମୟରେ ବାତ୍ୟାର ଆଶଙ୍କା ରହିଥାଏ। ଅକ୍ଟୋବରରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ। ମୌସୁମୀ ଫେରିବା ବିଳମ୍ବ ହେଉଥିବାରୁ ନଭେମ୍ବରରେ ମଧ୍ୟ ବାତ୍ୟା ଆଶଙ୍କା ସହ ଶୀତ ଉପରେ ପ୍ରଭାବ ପଡ଼ିପାରେ। ପାଣିପାଗ ବିଶେଷଜ୍ଞଙ୍କ କହିବା ହେଲା, ଦକ୍ଷିଣ ଚାଇନା ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଡିପ୍ରେଶନରେ ପରିଣତ ହୋଇ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି। ଏଥିଯୋଗୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟର ଜଳବାୟୁକୁ ପ୍ରଭାବିତ କରୁଛି। ନଭେମ୍ବରରୁ ରାଜ୍ୟରେ ଶୀତ ଋତୁ ଅନୁଭୂତ ହୋଇଥାଏ। କିନ୍ତୁ ଏହି ବର୍ଷ ଡିସେମ୍ବରରେ ମଧ୍ୟ ସେତେଟା ଶୀତ ଅନୁଭୂତ ହେବ ନାହିଁ ବୋଲି ଅନୁମାନ କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। କୃଷି ରାଜ୍ୟ ଅର୍ଥ ବ୍ୟବସ୍ଥାର ପ୍ରମୁଖ ଅଂଶ। ଜୁଲାଇରେ ନିଅଣ୍ଟିଆ ବର୍ଷା ଯୋଗୁ ଧାନ ରୁଆ ବେଉଷଣ ବିଳମ୍ବ ହୋଇଥିଲା। ଅଗଷ୍ଟରେ ପ୍ରବଳ ବର୍ଷା ଉପକୂଳବର୍ତ୍ତୀ ଜିଲାଗୁଡିକର ଧାନ ଫସଲକୁ ଧୋଇନେଲା। ଲଗାତର ଲଘୁଚାପ ଚାଷୀଙ୍କ ପାଇଁ ବିପଦ ସୃଷ୍ଟି କରିଚାଲିଛି। ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୧୦ଟି ଲଘୁଚାପ ସୃଷ୍ଟି ହୋଇଛି। ଅଗଷ୍ଟରେ ୫ଟି, ସେପ୍ଟେମ୍ବରରେ ଗୋଟିଏ ଏବଂ ଅକ୍ଟୋବରରେ ଏ ପର୍ଯ୍ୟନ୍ତ ୪ଟି ଲଘୁଚାପ ସୃଷ୍ଟି ହୋଇ ସାରିଲାଣି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାରେ ବନ୍ୟା ଧାନ ଫସଲକୁ କ୍ଷତିଗ୍ରସ୍ତ କରିଛି। ଲଗାତର ଲଘୁଚାପ ଯୋଗୁ କେବଳ ଧାନ ନୁହେଁ, ତୈଳବୀଜ ଓ ପନିପରିବା ଫସଲ
ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି କାରଣରୁ କାର୍ତ୍ତିକ ମାସ ନ ହେଉଣୁ ପନିପରିବା ଦର ଆକାଶ ଛୁଆଁ ରହିଛି। ଚଳିତବର୍ଷ କରୋନା ଯୋଗୁ ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟ ମାନ୍ଦା ରହିଛି। ଚାଷ କାର୍ଯ୍ୟକୁ ସରକାର ଲକ୍‌ଡାଉନ କଟକଣାରୁ କୋହଳ କରିଥିବାରୁ ଲୋକମାନେ କୃଷି କ୍ଷେତ୍ରରେ ଭଲ ଦି’ ପଇସା ଲାଭ ପାଇବା ଆଶାରେ ଅଧିକ ନିବେଶ କରିଛନ୍ତିି। ତେବେ ଲଗାତର ଲଘୁଚାପ ବର୍ଷା ସେହି ଆଶାକୁ ମଧ୍ୟ ଧୂଳିସାତ କରିଦେଉଛି। ବର୍ଷା ଉପକୂଳ ଜିଲାଗୁଡିକରେ ଧାନ ଫସଲକୁ ଉଜାଡି ଦେଇଛି। କେତେକ ଜିଲାରେ ଧାନ ଫସଲ ଥୋଡ଼ ହୋଇଛି। ଏହି ସମୟରେ ଅଧିକ ବର୍ଷା କିମ୍ବା ପବନ ହେଲେ ତାହା ଅଗାଡିରେ ପରିଣତ ହେବା ସହ ସମ୍ପୂର୍ଣ୍ଣ ବରବାଦ ହୋଇଯିବ। ଆଉ ଏକ ଲଘୁଚାପ ଆଶଙ୍କା ଥିବାରୁ ଚାଷୀକୁଳ ଭୟଭୀତ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri