Posted inଖେଳ

ଘରୋଇ କ୍ରିକେଟ ଜାନୁୟାରୀ ୧ରୁ

ନୂଆଦିଲ୍ଲୀ, ୧୮ା୧୦ (ପି.ଟି.)- ବହୁ ପ୍ରତିକ୍ଷୀତ ଘରୋଇ କ୍ରିକେଟ ସିଜନ ଜାନୁୟାରୀ ୧ରୁ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ଶନିବାର ସନ୍ଧ୍ୟାରେ ବସିଥିଲା। ଏଥରେ ଘରୋଇ କ୍ରିକେଟ କ୍ୟାଲେଣ୍ଡର ଉପରେ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ଭାରତରେ କୋଭିଡ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଘରୋଇ କ୍ୟାଲେଣ୍ଡର ପ୍ରସ୍ତୁତି କରିବା ଏକ ସମସ୍ୟା ହୋଇ ଦେଖା ଦେଇଥିଲା। ଆଇପିଏଲ୍‌ ପାଇଁ ବିସିସିଆଇ ସଭାପତି ବର୍ତ୍ତମାନ ଦୁବାଇରେ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ଟୁର୍ନାମେଣ୍ଟ ଆୟୋଜନ ସମ୍ଭବପର ନୁହେଁ। ରଣ୍‌ଜୀ ଟ୍ରଫି ରେଡ୍‌ବଲ୍‌ ଟୁର୍ନାମେଣ୍ଟ କିନ୍ତୁ ପୂରାମାତ୍ରାରେ ଖେଳାଯିବ। ରଣଜୀ ଟ୍ରଫି ପାଇଁ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ରଖାଯାଇଥିବା ଗାଙ୍ଗୁଲି କହିଛନ୍ତି। ଜୁନିୟର କ୍ରିକେଟ ଓ ମହିଳା ଟୁର୍ନାମେଣ୍ଟ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟରେ ଖେଳାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ପିରିୟଡରେ ଭାରତୀୟ ଦଳକୁ ଟ୍ରେନିଂ ପାଇଁ ଅନୁମତି ମିଳିବ। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) କାର୍ଯ୍ୟସୂଚୀ ପଠାଇଛି। ଭାରତ ସେହି ଦେଶରେ ୪ ଟେଷ୍ଟ ମ୍ୟାଚ ଖେଳିବ। ଏହି ସିରିଜ ଜାନୁୟାରୀ ତୃତୀୟ ସପ୍ତାହରେ ଶେଷ ହେବ ବୋଲି ବିସିସିଆଇ ସଭାପତି ସୂଚନା ଦେଇଛନ୍ତି। ଭାରତୀୟ ଟିମ୍‌ ଡାଉନ୍‌ ଅଣ୍ଡରରେ ୪ଟେଷ୍ଟ, ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଟି୨୦ ଖେଳିବ ବୋଲି ଆଶା କରାଯାଉଛି। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ସମ୍ପର୍କରେ ସୂଚନା ଦେବାକୁ ଯାଇ ଗାଙ୍ଗୁଲି କହିଛନ୍ତି କୋଭିଡ୍‌ ପରିସ୍ଥିତିକୁ ଦେଖି ଠିକଣା ସମୟରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ କରାଯିବ। ଇଂଲଣ୍ଡ ବିପକ୍ଷ ସିରିଜ ସାଢେ ୩ରୁ ୪ ମାସ ସମୟ ଅଛି। ତେଣୁ ଏବେଠାରୁ ସ୍ପଷ୍ଟ ଭାବେ କିଛି କହି ହେବ ନାହିଁ। ଭାରତରେ ଏହି ସିରିଜ ଆୟୋଜନ କରିବା ଲାଗି ଅଗ୍ରାଧିକାର ଦିଆଯିବ। ଏହାର ଦ୍ୱିତୀୟ ବିକଳ୍ପ ୟୁଏଇ ରଖାଯାଇଛି। ଭାରତରେ ଏହି ସିରିଜ ପାଇଁ ଅହମ୍ମଦାବାଦ, କୋଲକାତା ଓ ଧର୍ମଶାଳା ଭେନ୍ୟୁ ପାଇଁ ମନୋନୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri