ସରଳ ସ୍ବଭାବ, ଅସାଧାରଣ ବ୍ୟକ୍ତିତ୍ୱ

ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବାହାରେ ରହି ପଢ଼ିଥିଲେ। ପ୍ରଥମେ ଡେହରାଡୁନର ୱେଲହମ୍‌ ବାଳକ ବିଦ୍ୟାଳୟ ଏବଂ ପରେ ସମ୍ମାନଜନକ ଦି ଡୁନ ସ୍କୁଲରେ ଶିକ୍ଷା ଲାଭ କରିଥିଲେ। ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ନବୀନ ଜଣେ ବିଶିଷ୍ଟ ଲେଖକ ଥିଲେ। ସେ ୫୦ବର୍ଷ ପର୍ଯ୍ୟନ୍ତ ଉଭୟ ରାଜନୀତି ଏବଂ ଓଡ଼ିଶାଠାରୁ ଦୂରେଇ ରହିଥିଲେ। କିନ୍ତୁ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୮ରେ ସେ ସ୍ବର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ। ପୂର୍ବରୁ ରାଜନେୈତିକ ଅଭିଜ୍ଞତା ନ ଥିଲେ ମଧ୍ୟ ସେ ବେଶ୍‌ ବିଜ୍ଞତାର ପରିଚୟ ଦେଇ ୨୦୦୦ରେ ଭାଜପା ସହିତ ମିଶି ରାଜ୍ୟରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ସରଳ ସ୍ବଭାବ ଓ ସହିଷ୍ଣୁତା ତାଙ୍କୁ ଜଣେ ଅସାଧାରଣ ଜନନେତା କରିପାରିଛି। ଯେଉଁଥିପାଇଁ ସେ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ ହୋଇପାରିଛନ୍ତି। ପିତାଙ୍କ ପରି ସେ ଅମଲାତନ୍ତ୍ରକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ଯାହାକି ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାରେ ସହାୟକ ହୋଇପାରିଛି। ତାଙ୍କର ବ୍ୟକ୍ତିଗତ ସାଧାରଣ ଜୀବନଶୈଳୀ ରାଜ୍ୟବାସୀଙ୍କ ନିକଟରେ ଗ୍ରହଣୀୟ ହୋଇପାରିଛି। ସେ ବିପର୍ଯ୍ୟୟ ପରିଚାଳନା କରିବାରେ ବେଶ୍‌ ସଫଳତା ହାସଲ କରିଛନ୍ତି। ୧୯୯୯ ପରେ ରାଜ୍ୟ ଯେତେଗୁଡ଼ିକ ବାତ୍ୟାର ସମ୍ମୁଖୀନ ହୋଇଛି ତାକୁ ସଫଳତାର ସହ ମୁକାବିଲା କରିବାରେ ରଣକୌଶଳ ବେଶ ସହାୟକ ହୋଇଛି। ଯେଉଁଥିପାଇଁ ଜାତିସଂଘ ମଧ୍ୟ ତାଙ୍କୁ ପ୍ରଶଂସା କରିଛି। କଳାପ୍ରତି ତାଙ୍କ ଅନୁରାଗ ତାଙ୍କୁ ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟର ଜଣେ ପ୍ରତିଷ୍ଠାତା ସଦସ୍ୟ କରାଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri