Posted inଜାତୀୟ

ଚଳନ୍ତା କାର୍‌ ବନେଟ୍‌ରେ ଟ୍ରାଫିକ୍‌ ପୋଲିସ କର୍ମଚାରୀଙ୍କୁ ଟାଣିନେଲେ ୪୦୦ ମିଟର

ନୂଆଦିଲ୍ଲୀ, ୧୫।୧୦: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଚକିତ କଲା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଡ୍ୟୁଟିରେ ଠିଆ ହୋଇଥିବା ଜଣେ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଗୋଟିଏ କାର୍‌ ବନେଟ୍‌ ଉପରେ ୪୦୦ ମିଟର ପର୍ଯ୍ୟନ୍ତ ନେଇଯାଇଥିଲା। ଏହି ଘଟଣାରେ କାର୍‌ ଡ୍ରାଇଭର ଶୁଭମ କୁମାର ଖସି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ପରେ ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରାପଡ଼ିଥିଲେ।

ପୁରା ଘଟଣା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ରହିଯାଇଛି।
ଫୁଟେଜରୁ ଜଣାପଡ଼ିଛି ଯେ, ଘୋଲାକୁଆଁ ନିକଟସ୍ଥ ଷ୍ଟେସନ ରୋଡ୍‌ର ଜନ ଗହଳିପୂର୍ଣ୍ଣ ରାସ୍ତାରେ ଗୋଟିଏ ଆଇ-୨୦ କାର୍‌ ଦ୍ରୁତ ଗତିରେ ଆସୁଛି। କାର୍‌ର ବନେଟ୍‌ ଉପରେ ମହିପାଲ ନାମକ ଜଣେ ଟ୍ରାଫିକ ପୋଲିସ କର୍ମଚାରୀ ଝୁଲିକି ରହିଛନ୍ତି ଏବଂ କାର୍‌ ଚାଳକ ଜିଗ୍‌-ଜାଗ୍‌ ଭାବେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି। ଦ୍ରୁତ ଗତିରେ ଥିବା କାର୍‌ରେ ନିଜକୁ ସମ୍ଭାଳି ରଖିବା ପାଇଁ ଟ୍ରାଫିକ କର୍ମଚାରୀଜଣଙ୍କ ଓ୍ବାଇପର୍‌କୁ ଜାବୁଡ଼ି ଧରି ରଖିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଶେଷରେ ମହିପାଲ୍‌ ବନେଟ୍‌ରୁ ଖସି ରାସ୍ତାରେ ପଡ଼ି ଯାଇଛନ୍ତି। ଏହାପରେ କାର୍‌ଟି ଦ୍ରୁତ ଗତିରେ ପଳାଇଥିଲା। ତେବେ ୨ କିଲୋମିଟର ପରେ ଲୋକମାନେ କାର୍‌ ଚାଳକ ଶୁଭମକୁ କାବୁ କରିବାରେ ସକ୍ଷମ ହୋଇଥିଲେ।

ଏହି ଘଟଣାରେ ପୋଲିସ ଶୁଭମଙ୍କ ସମେତ ତାଙ୍କ ଜଣେ ସାଙ୍ଗକୁ ଗିରଫ କରିଛି। ପୋଲିସ ପକ୍ଷରୁ କୁହାଯାଇଛି, ଦିଲ୍ଲୀ କ୍ୟାଣ୍ଟ ଆଡ଼କୁ କାର୍‌ଟି ଦ୍ରୁତ ଗତିରେ ଯାଉଥିଲା। କାର୍‌ରେ ଫ୍ୟାନ୍ସି ନମ୍ବର ପ୍ଲେଟ୍‌ ଲାଗିଥିବାବେଳେ ଏହା ଜିଗ୍‌-ଜାଗ୍‌ ଶୈଳୀରେ ଚାଲୁଥିଲା। ତେଣୁ ଟ୍ରାଫିକ କର୍ମଚାରୀ ମହିପାଲ୍‌ କାର୍‌କୁ ଅଟକିବା ପାଇଁ ସିଗ୍ନାଲ ଦେଇଥିଲେ। କାର୍‌ ଅଟକିବା ପରେ ଗାଡ଼ି ସାମ୍ନାରେ ମହିପାଲ୍‌ ଠିଆ ହୋଇଥିଲେ। କିନ୍ତୁ ଏହି ସମୟରେ କାର୍‌ ଡ୍ରାଇଭର ଶୁଭମ ଗାଡ଼ି ଷ୍ଟାର୍ଟ କରି ପଳାଇଥିଲେ। ଫଳରେ ଜୀବନ ବଞ୍ଚାଇବାକୁ ମହିପାଲ୍‌ ବନେଟ୍‌ରେ ଝୁଲି ରହିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri