Posted inଫୁରସତ

୮ ବର୍ଷ ଝିଅର ବେଷ୍ଟ ଫ୍ରେଣ୍ଡ୍‌ ୧୧ ଫୁଟ ଲମ୍ବର ଅଜଗର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବନ୍ଧୁତା ଏମିତି ଏକ ଶବ୍ଦ ଯାହାର କଳନା ନାହିଁ। ମାତ୍ର ଏମିତି ଜଣେ ଝିଅ ଅଛନ୍ତି, ଯାହାଙ୍କ ବନ୍ଧୁ କୌଣସି ଝିଅ କି ପୁଅ ନୁହନ୍ତି। ଏକ ବିଷଧର ସାପ। ସାଧାରଣତଃ ସାପକୁ କିଏ ବା ନ ଡରେ। କିନ୍ତୁ ଇସ୍ରାଏଲରେ ରହୁଥିବା ୮ ବର୍ଷୀୟା ଇନ୍‌ବରଙ୍କ ବନ୍ଧୁ ହେଉଛି ଏହି ଅଜଗର। ଏପରିକି ଇନବର ସୁଇମିଂ ପୁଲ୍‌କୁ ଗଲେ ମଧ୍ୟ ଅଜଗର ତାଙ୍କ ସହିତ ଯାଇଥାଏ। ଏହାର ଲମ୍ବ ୧୧ ଫୁଟ। ଏହା ହଳଦିଆ ରଙ୍ଗର। ଅଜଗର ସହିତ ଇନ୍‌ବରଙ୍କୁ ଦେଖିଲେ ଅନ୍ୟ ପିଲାମାନେ ଭୟଭୀତ ହୋଇଯାନ୍ତି। କିନ୍ତୁ ଇନ୍‌ବର ସକାଳୁ ରାତି ପର୍ଯ୍ୟନ୍ତ ଏହି ଅଜଗର ସହ ସମୟ କାଟିଥାନ୍ତି।
ଇନବର ନିଜର ମାତାପିତାଙ୍କ ସହିତ ଦକ୍ଷିଣ ଇସ୍ରାଏଲର ଏକ କୃଷି ଅଭୟାରଣ୍ୟରେ ରୁହନ୍ତି। ପିଲାଦିନରୁ ଇନବର ଗୃହପାଳିତ ପଶୁମାନଙ୍କୁ ଭଲପାଆନ୍ତି। ସେହି ଗୃହପାଳିତ ପ୍ରାଣୀମାନଙ୍କ ମଧ୍ୟରୁ ଏହି ଅଜଗର ଗୋଟିଏ। ଏହାର ନାମ ‘ବେଲେ’।

ଇନବର ଏବଂ ବେଲେ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି। ଇନବର ଯେତେବେଳେ ଛୋଟ ଥିଲେ ବେଲେ ମଧ୍ୟ ଛୋଟ ଥିଲା। ଏବେ ଦୁଇଜଣ ବଡ଼ ହୋଇଗଲେଣି। ତେଣୁ ତା’ ସହିତ ରହିବାକୁ ଇନବରଙ୍କୁ ଟିକେ ବି ଡର ଲାଗେନି ବୋଲି କୁହନ୍ତି। ସୋସିଆଲ ମିଡିଆରେ ବେଲେ ଏବଂ ଇନବରଙ୍କ ସୁଇମିଂ ପୁଲ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ୟୁଜରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri