Posted inଫୁରସତ

ସୁଖୀ ଦାମ୍ପତ୍ୟ ଜୀବନ ଗଢ଼ିବା ପାଇଁ ମନେ ରଖନ୍ତୁ ଏହି ଟିପ୍ସ

ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିଶାତ୍‌ ମଧ୍ୟ କରିପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳତା ଉପରେ। ଚଳିତ ଦିନରେ ଦାମ୍ପତ୍ୟ ସମ୍ପର୍କ ଅଧିକ ଦିନ ତିଷ୍ଠୁ ନ ଥିବା ଦେଖିବାକୁ ମିଳିଛି।
ସମ୍ପର୍କର ପ୍ରଦର୍ଶନ କରନ୍ତୁ ନାହିଁ:ବାହାଘର ପରେ ପୁଅ ଝିଅ ଆରମ୍ଭରୁ ନିଜ ସମ୍ପର୍କରେ ବଢ଼େଇ ଚଢ଼େଇ ନିଜକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରିଥାନ୍ତି। ହେଲେ ପରବର୍ତ୍ତୀ ସମୟରେ ଏହାକୁ କାୟମ ରଖିବା ତାଙ୍କ ପକ୍ଷେ ସମ୍ଭବପର ହୋଇ ନ ଥାଏ। ତେବେ ଏମିତି ନ କରି ନିଜ ସମ୍ପର୍କର ଗଭୀରତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସାଥୀଙ୍କ ପ୍ରକୃତି ଆପଣଙ୍କ ଭଳି ନୁହେଁ ଏବଂ ସେ ପରଫେକ୍ଟ ବି ନୁହଁନ୍ତି ବୋଲି ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। ଦୁହେଁ ଦୁହିଁଙ୍କୁ ଯଦି ସମୟ ଦେଇ ପାରୁ ନାହାନ୍ତି ତାହେଲେ ଏଭଳି ସ୍ଥିତିରେ ଆପଣ ପୂର୍ବରୁ ଏକାଠି ବିତାଇଥିବା ସମୟକୁ ନେଇ ନିଜର ବିଚାରକୁ ଶେୟାର କରନ୍ତୁ।
ଝଗଡ଼ା ପରେ ଶୋଇବାକୁ ଯାଆନ୍ତୁ ନାହିଁ: ବହୁଥର ଦେଖିବାକୁ ମିଳେ ଝଗଡ଼ା ପରେ ଦମ୍ପତ୍ତିମାନେ ଦୁହେଁ ଦୁହିଁଙ୍କ ସାଙ୍ଗରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏଥିସହ ରାଗିକି ଶୋଇବାକୁ ଚାଲିଯାଆନ୍ତି। ଏଥିରେ ଦୁହିଁଙ୍କ ଭିତରେ କଳହ ଆହୁରି ବଢ଼ିଥାଏ। ତେବେ ନିଜ ଜୀବନରେ ଏଭଳି ଏକ ନିୟମ କରନ୍ତୁ, ଶୋଇବା ପୂର୍ବରୁ ଦୁଇଜଣଙ୍କ ଭିତରେ ହୋଇଥିବା ସମସ୍ତ ଝଗଡ଼ାକୁ ବା ଇସ୍ୟୁକୁ ଗୋଟିଏ ରାତି ଭିତରେ ଶେଷ କରନ୍ତୁ। ଫଳରେ ଆର ଦିନକୁ ନିଜ ସମ୍ପର୍କର ଏକ ନୂଆ ଆରମ୍ଭ କରିପାରିବେ।
ମିଳିମିଶି କାମ କରନ୍ତୁ:ବହୁଥର ପତ୍ନୀ ରୋଷେଇଘରେ କାମ କରୁଥିବା ବେଳେ ସ୍ବାମୀ ଅଲଗା ରୁମ୍‌ରେ ରହିଥାନ୍ତି। ଫଳରେ ଦୁହେଁ ଦୁହିଁଙ୍କୁ କମ୍‌ ସମୟ ଦେଇପାରନ୍ତି। ସ୍ବାମୀ ବାହାରର ସବୁ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ଘରର ସବୁ କାମ କରିଥାନ୍ତି। ତେବେ ସବୁ କାମକୁ ମିଳିମିଶି କଲେ ଦୁହିଁଙ୍କ ଭିତରେ ଭଲ ପାଇବା ବଢ଼ିବା ସହ ଏକାଠି ସମୟ ମଧ୍ୟ ଅତିବାହିତ କରିପାରିବେ। ଏଥିସହ ଦୁଇଜଣଙ୍କ ଦାୟିତ୍ୱ ହାଲୁକା ହେବା ସହ ଦୁହେଁ ଦୁହିଁଙ୍କ ପାଇଁ ସମୟ କାଢ଼ିପାରିବେ ଏବଂ ଦୁହେଁ ଦୁହିଁଙ୍କ ଦାୟିତ୍ୱକୁ ମଧ୍ୟ ଭଲଭାବରେ ବୁଝିପାରିବେ। ଏକ ଟିମ୍‌ ଭଳି କାମ କଲେ ଆଗକୁ ଆସୁଥିବା ସମସ୍ତ ସମସ୍ୟାକୁ ଭଲ ଭାବେ ହ୍ୟାଣ୍ଡେଲ କରିପାରିବେ।
ଉଭୟ ପରସ୍ପରର ଧ୍ୟାନ ରଖନ୍ତୁ: ସମ୍ପର୍କ ପୁରୁଣା ହୋଇଗଲା ଭାବି ନିଜ ଭିତରେ ଧ୍ୟାନ ଦେବା କମ୍‌ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଖରାପ୍‌ ହୋଇପାରେ। ଆପଣଙ୍କ ଧ୍ୟାନ ସାଥୀ ପ୍ରତି କମ୍‌ ହେଲେ ସେ ରାଗିବା ସହ ଭଲ ପାଇବା କମ୍‌ ହୋଇଯାଇଛି ବୋଲି ଭାବିପାରନ୍ତି। ଏଥିରୁ ବର୍ତ୍ତିବା ପାଇଁ ଦୁହେଁ ଦୁହିଁଙ୍କୁ ଧ୍ୟାନ ଦିଅନ୍ତୁ। ସାଥୀଙ୍କୁ ଆପଣଙ୍କର ଛୋଟ ଛୋଟ ପ୍ରଶଂସା ସମ୍ପର୍କକୁ ଆହୁରି ମଜ୍‌ଭୁତ କରିବ।
ବ୍ୟସ୍ତବହୁଳ ଜୀବନରେ ରୋମାନ୍ସ ଖୋଜନ୍ତୁ: ରୋମାନ୍ସ ଓ ଭଲ ପାଇବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଆପଣ ନିଜ ସାଥୀଙ୍କୁ ଡିନର ଡେଟରେ ନେବା ସହ ଛୋଟମୋଟ ଗିପ୍ଟ, ସରପ୍ରାଇଜ୍‌ ମ୍ୟାସେଜ୍‌ ଇତ୍ୟାଦି ଦିଅନ୍ତୁ। ଏଥିସହ ଥରେ ଥରେ ନିଜ ଭଲ ପାଇବାକୁ ଜାହିର ମଧ୍ୟ କରନ୍ତୁ। ଏହି ସବୁ କଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟିବା ସହ ସୁଖୀ ମଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri