ମାଓବାଦୀ ଦମନ ପାଇଁ ନୂଆ ରଣନୀତି

ଭୁବନେଶ୍ୱର,୪।୧୦ (ବ୍ୟୁରୋ): ମାଓବାଦୀଙ୍କୁ ନିପାତ କରିବା ପାଇଁ ପ୍ରସ୍ତୁତ ହେଉଛି ନୂଆ ରଣନୀତି। ଏଥିପାଇଁ ଆବଶ୍ୟକ ସମସ୍ତ ସହଯୋଗ କେନ୍ଦ୍ର ସରକାର ଯୋଗାଇ ଦେବେ। ଶନିବାର ଭୁବନେଶ୍ୱରଠାରେ ଓଡ଼ିଶାର ମାଓବାଦୀ ମୁକାବିଲା ରଣନୀତିର ସମୀକ୍ଷା କରିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର ଏହି ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ରାଜ୍ୟ ଗୋଇନ୍ଦା ମୁଖ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ତାଙ୍କ ସହ ଓଡ଼ିଶା ଗସ୍ତରେ ଆସିଥିବା ସିଆର୍‌ପିଏଫ୍‌ ଡିଜି ଏ.ପି. ମାହେଶ୍ୱରୀ ମଧ୍ୟ ଉକ୍ତ ବୈଠକରେ ଯୋଗଦେଇଥିଲେ। ରାଜ୍ୟରେ ବର୍ତ୍ତମାନର ମାଓବାଦୀଙ୍କ ସ୍ଥିତି ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ମାଓବାଦୀ ପ୍ରଭାବକୁ ପ୍ରତିହତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି, ନୂଆ ରଣକୌଶଳ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ପୁନଃ ମୁତୟନ, ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ପୋଲିସ ବଳ ମଧ୍ୟରେ ଉଚିତ ସମନ୍ବୟ ରକ୍ଷା ଏବଂ ଏକ୍ଷେତ୍ରରେ ଆବଶ୍ୟକ ସହାୟତା ଓ ସହଯୋଗ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହ କେତେକ ନିଷ୍ପତ୍ତି ହୋଇଥିଲା।
ରାଜ୍ୟର ଅତି ମାଓବାଦୀ ପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆର୍‌ପିଏଫ୍‌) ସହଯୋଗରେ ମାଓବାଦୀ ଦମନ କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲାରେ ସିଆର୍‌ପିଏଫ୍‌ର ପୁନଃ ମୁତୟନ ପ୍ରସଙ୍ଗକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ଏହି ସବୁ ଜିଲାରେ ମାଓବାଦୀଙ୍କ ଗତିବିଧି ନେଇ ଆଲୋଚନା ହେବା ପରେ ଏଥିଲାଗି କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଜୟ କୁମାର ସୂଚନା ଦେଇଥିଲେ। ସେ କହିଲେ, ଆନ୍ଧ୍ର ଓ ଓଡ଼ିଶା ପୋଲିସ ମଧ୍ୟରେ ଥିବା ଉତ୍ତମ ସମନ୍ବୟକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ମାଓବାଦୀ ଦମନ କ୍ଷେତ୍ରରେ ପୂର୍ବରୁ ଦୁଇ ରାଜ୍ୟର ପୋଲିସ ପରସ୍ପର ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁ ଯଥେଷ୍ଟ ସଫଳତା ମଳିଛି। ତେଣୁ ଏହି ଢାଞ୍ଚାରେ ସିଆର୍‌ପିଏଫ୍‌ ସହ ରାଜ୍ୟ ପୋଲିସ ସମନ୍ବୟ ରକ୍ଷା କରି ଓଡ଼ିଶାରେ ମାଓବାଦୀ ଦମନ କାର୍ଯ୍ୟକୁ ଆଗେଇ ନେବା ପାଇଁ ବୈଠକରେ ସ୍ଥିର ହୋଇଛି। ଏହି ବୈଠକରେ ଓଡ଼ିଶା ଡିଜିପି ଅଭୟ, ସିଆର୍‌ପିଏଫ୍‌ ସ୍ପେଶାଲ ଡିଜି କୁଲଦୀପ ସିଂହ, ବିଏସ୍‌ଏଫ ଏଡିଜି ଏସ୍‌.ଏଲ୍‌ ଥାଓସେସ୍‌, ଓଡ଼ିଶା ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍‌.କେ. ଶର୍ମା ଓ ଆଇଜି (ଅପରେଶନ୍‌) ଅମିତାଭ୍‌ ଠାକୁର ଉପସ୍ଥିତ ରହି ଦୁଇ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri