ଢେଙ୍କାନାଳ ଅଫିସ, ୩୦।୯ – ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ଅର୍ଥ ଥାଇ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଏଥିପାଇଁ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଏମ୍ପି ମହେଶ ସାହୁ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜିଲାରେ ଅର୍ଥ ଥାଇ କୌଣସି କାର୍ଯ୍ୟ ହୋଇପାରୁନାହିଁ। ପୁନର୍ବାସ ଥଇଥାନ ଏବଂ ପାରିପାର୍ଶ୍ୱିକ ଉପଦେଷ୍ଟା କମିଟି (ଆରପିଡିଏସି) ବୈଠକ ବସୁନାହିଁ। ପ୍ରଶାସନିକ ଅଧିକାରୀ କଳକାରଖାନା ପରିଦର୍ଶନରେ ଯାଉନାହାନ୍ତି। କମ୍ପାନୀ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ (ସିଏସ୍ଆର) ଅନ୍ତର୍ଗତ ପାଣ୍ଠି କାର୍ଯ୍ୟକାରୀ ହେଉନାହିଁ। ଏମ୍ପିଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ (ଏମ୍ପି ଲାଡ୍) ପାଣ୍ଠି ଓ ବିଧାୟକଙ୍କ ହାତ ପାଣ୍ଠିରୁ ଅନୁମୋଦିତ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବ ହେଉଛି। ଆବଶ୍ୟକ କର୍ମଚାରୀ ଥାଇ ସଫେଇ କାମ ହେଉନାହିଁ। ବ୍ଲକ ଓ ପୌରସଂସ୍ଥାର କାର୍ଯ୍ୟରେ କେହି ସନ୍ତୁଷ୍ଟ ନୁହନ୍ତି ବୋଲି ଏମ୍ପି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
ପୌରସଂସ୍ଥା ଓ ବ୍ଲକରେ କୋଟି କୋଟି ଟଙ୍କା ଥିବାବେଳେ ବିକାଶମୂଳକ କାମରେ ଅବହେଳା କରାଯାଉଛି। ଆଲୋଚନାରୁ ଫଳ ନ ମିଳିବାରୁ ସେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ହେଲେ ଜିଲା ପ୍ରଶାସନ ନୀରବ ରହିଲା। ଜାତୀୟ ରାଜପଥର ଅବସ୍ଥା ଦେଖି ସାଧାରଣରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏଥିପାଇଁ ଆନ୍ଦୋଳନ ଡାକରା ଦେଇଥିଲେ। ହେଲେ ଜିଲାର ଛାମୁଆ ନେତୃବୃନ୍ଦ ଏହାକୁ ବିରୋଧ କଲେ। ଏମ୍ପି ଯାହା କଲେ ତାହା ପ୍ରଶାସନ ଓ ଦଳ ବିରୋଧୀ କହି ସମସ୍ତେ ଖସିଯାଉଛନ୍ତି। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମାଧାନ ପାଇଁ ସେ ଚେଷ୍ଟା କରୁଛନ୍ତି। ହେଲେ ଏଥିରେ ସହଯୋଗ ମିଳୁ ନ ଥିବା କହି ମହେଶ କ୍ଷୋଭ ବ୍ୟକ୍ତ କରିଛନ୍ତି। ଏମ୍ପିଙ୍କ ଏପରି ମନ୍ତବ୍ୟ ପରେ ଜିଲା ବିଜେଡିରେ ଭିନ୍ନ ଚର୍ଚ୍ଚା ଜୋର୍ ଧରିଛି।
ଏ ସଂକ୍ରାନ୍ତରେ ବିଜେଡି ଜିଲା ସଭାପତି ତଥା ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କୁହନ୍ତି, କୌଣସି ସମସ୍ୟାର ସମାଧାନ ଲାଗି ଦଳୀୟ ଜିଲା ସଭାପତି କି ମନ୍ତ୍ରୀ ହିସାବରେ ଏମ୍ପି କେବେ ଆଲୋଚନା କରିନାହାନ୍ତି। ତେଣୁ ଏ କଥାକୁ ସେ ଗୁରୁତ୍ୱ ଦେଉ ନ ଥିବା ପ୍ରତିକ୍ରିୟା ରଖିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ
ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...
ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍ ଚାଳକ ଗିରଫ
କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...
୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ
ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...
ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…
ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...
ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...
ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ
ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍ଏସି...
ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...
ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...
Archives


