Posted inଖେଳ

ରାହୁଲଙ୍କ ଶରୀରରେ ମାତା ଆସିଗଲେ

ଆଇପିଏଲ୍‌ ୨୦୨୦ରେ ଏବେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ ରାହୁଲ ଟୟୋଟିଆଙ୍କ ଚର୍ଚ୍ଚା ଚାଲିଛି।ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଏକ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରବଳ ରନ୍‌ ବର୍ଷିଥିଲା। ପଞ୍ଜାବ ପ୍ରଥମେ ଖେଳି ଦୁଇ ଉଇକେଟ୍‌ ହରାଇ ୨୨୩ ରନ୍‌ ସଂଗ୍ରହ କରିଥିଲା। ୨୨୪ ରନ୍‌କୁ ପିଛା କରି ରାଜସ୍ଥାନ ମଧ୍ୟ ଛକା, ଚୌକା ବର୍ଷା କରିଥିଲା। ଦଳକୁ ଶେଷ ୩ ଓଭରରେ ୫୧ ରନ୍‌ ଆବଶ୍ୟକ ଥିବାବେଳେ ୨୭ ବର୍ଷୀୟ ରାହୁଲ ଟୟୋଟିଆ ୧୮ତମ ଓଭରରେ ୫ଟି ଛକା ମାରି ମ୍ୟାଚ୍‌ର ପୂରା ସମୀକରଣ ବଦଳାଇ ଦେଇଥିଲେ। ସେ ପ୍ରଥମ ୪ଟି ବଲ୍‌ରେ ଛକା ଲଗାଇଥିବାବେଳେ ପଞ୍ଚମ ବଲ୍‌ରେ ଛକା ମାରିପାରି ନ ଥିଲେ। ପୁଣି ଶେଷ ବଲ୍‌ରେ ଛକା ମାରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବ୍ୟାଟିଂ ଦେଖି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଖୁସି ବ୍ୟକ୍ତି କରିଛନ୍ତି। ସେ ନିଜ ଚିରପରିଚିତ ଷ୍ଟାଇଲରେ ରାହୁଲଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରାହୁଲ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଶରୀରରେ ମାତା ଆସିଯାଇଥିଲେ। ସୋସିଆଲ ମିଡିଆରେ ସେହ୍ବାଗ ରାହୁଲଙ୍କ ପ୍ରଶଂସା କରି କହିଛନ୍ତି, ହିରୋ କେବେ ଜନ୍ମ ନିଅନ୍ତି ନାହିଁ, ହିରୋ ହେବାକୁ ପଡେ। ଟୟୋଟିଆଙ୍କ ଶରୀରରେ ମାତା ଆସିଯାଇଥିଲେ। ଏହାକୁ କହନ୍ତି କ୍ରିକେଟ୍‌, ଏହା ହିଁ ଜୀବନ। ଗୋଟିଏ ମିନିଟ୍‌ରେ ସବୁକିଛି ବଦଳିଯାଏ। କେବଳ ନିଜକୁ ହାରିବାକୁ ଦିଅ ନାହିଁ। ଯଦି ତୁମ ସଫଳତା ଉପରେ ବିଶ୍ୱାସ କରାଯିବ ତେବେ ତୁମକୁ ଆଙ୍ଗୁଠି ଉଠାଉଥିବା ଲୋକେ ତାଳି ମାରିବେ ବୋଲି ତଓ୍ବେତିଆଙ୍କ ଉପଦେଶ ଦେଇଛନ୍ତି ସେହ୍ବାଗ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri