ରୋକାଯାଇପାରୁନି ଦୁର୍ଘଟଣା

ଭୁବନେଶ୍ୱର ୨୫।୯(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା କମିବାର ନାଁ ଧରୁନାହିଁ। ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏନେଇ ଓଡ଼ିଶା ସରକାରଙ୍କୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେଥିରେ ସେତେଟା ସୁଧାର ଆସି ପାରୁନାହିଁ। ସୁପ୍ରିମକୋର୍ଟ ସଡକ ଦୁର୍ଘଟଣା ରୋକିବା ନିମନ୍ତେ କେତେକ ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା ପାଳନ କରିବାରେ ସରକାର ଫେଲ୍‌ ମାରୁଛନ୍ତି। କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ସେଠାରେ ଆସି ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବା ଦ୍ୱାରା ଅନେକ ଜୀବନ ଚାଲିଯାଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ୨୦୧୯ ଜାନୁୟାରୀରୁ ଜୁନ ମଧ୍ୟରେ ରାଜ୍ୟରେ ମୋଟ ୫୮୦୨ ସଡକ ଦୁର୍ଘଟଣା ହୋଇଥିଲା; ଯେଉଁଠି କି ୨୦୨୦ ଜାନୁୟାରୀରୁ ଜୁନ୍‌ ମାସ ଭିତରେ ମୋଟ ୪୪୦୪ଟି ଦୁର୍ଘଟଣା ହୋଇଛି। ୨୦୨୦ ମାର୍ଚ୍ଚ ୨୫ତାରିଖରୁ କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟରେ ଲକ୍‌ଡାଉନ ଜାରି କରାଯାଇଥିଲା। ସେହି କ୍ରମରେ ଦେଖିଲେ ଏପ୍ରିଲରୁ ଜୁନ ମଧ୍ୟରେ ସେତେଟା ଗାଡି ଚଳାଚଳ ହୋଇନାହିଁ। ଲକ୍‌ଡାଉନ କଟକଣା କଡାକଡି କରିବା ପାଇଁ ସରକାର ସବୁଆଡେ କଡା ପୋଲିସ ବ୍ୟବସ୍ଥା ମଧ୍ୟ ଜାରି କରିଥିଲେ। ତଥାପି ଚଳିତ ବର୍ଷ ଏପ୍ରିଲରୁ ଜୁନ ଶେଷସୁଦ୍ଧା ମୋଟ ୧୫୨୪ଟି ସଡକ ଦୁର୍ଘଟଣା ଘଟିଛି। ସେଥିରୁ ୭୦୭ ଜଣ ପ୍ରାଣ ହରାଇଥିବା ବେଳେ ୪୨୬୮ଜଣ ଗୁରୁତର ହୋଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ‘୧୧୨ ନମ୍ବର’ ବ୍ୟବସ୍ଥା ଆରମ୍ଭ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏହାକୁ ଇଣ୍ଟିଗ୍ରେଟେଡ୍‌ ଏମରଜେନ୍ସି ରେସ୍‌ପନ୍ସ ସିଷ୍ଟମ ବୋଲି କୁହାଯାଉଛି। ଏହା ଅଧୀନରେ ସ୍ବାସ୍ଥ୍ୟ, ଫାୟାର ଏବଂ ପୋଲିସ ବ୍ୟବସ୍ଥା ସହ ଯୋଡାଯିବ। ଏହି ନମ୍ବରକୁ ଫୋନ କରି ଲୋକମାନେ ନିଜ ସମସ୍ୟା ଜଣାଇଲେ ତାହାକୁ ଲକ୍ଷ୍ୟ କରି ଆମ୍ବୁଲାନ୍ସ, ଫାୟାର ଗାଡି ଏବଂ ପିସିଆର୍‌ ପହଞ୍ଚିବ ବୋଲି ଜଣାପଡିଛି। ହେଲେ ଏଥିଲାଗି ସମୟ ଲାଗିବ ବୋଲି ଜଣାପଡିଛି।
୨୦୧୯ ଏପ୍ରିଲରୁ ଜୁନ ଶେଷସୁଦ୍ଧା ମୋଟ ୨୭୪୨ଟି ଦୁର୍ଘଟଣା ରାଜ୍ୟରେ ଘଟିଛି ଏବଂ ଏହାଦ୍ୱାରା ୧୪୪୦ ଜଣଙ୍କ ଜୀବନ ଯାଇଛି। ତେବେ ଚଳିତ ବର୍ଷ ଲକ୍‌ଡାଉନ ମଧ୍ୟରେ ସବୁ ଗାଡି ମଟର ବନ୍ଦ ଥାଇ ୭୦୦ରୁ ଅଧିକ ଜଣଙ୍କ ଜୀବନ ଯିବାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ୨୦୧୯ରେ ୬୮.୯୮ ପ୍ରତିଶତ ଦୁର୍ଘଟଣା ଦ୍ରୁତ ଗାଡି ଚାଳନା ଯୋଗୁ ହୋଇଛି। ୯.୫୫ ପ୍ରତିଶତ ଦୁର୍ଘଟଣା ନିଶା ସେବନ କରି ଗାଡି ଚାଳନା, ଭୁଲ୍‌ ଦିଗରେ ଗାଡି ଚାଳନା କରିବା ଯୋଗୁ ୯.୪୦ ପ୍ରତିଶତ, ରେଡ୍‌ ସିଗ୍‌ନାଲ ପାଇଁ ୦.୮୮ ପ୍ରତିଶତ, ମୋବାଇଲ ଫୋନ ବ୍ୟବହାର କରି ଗାଡି ଚଳାଇବା ଯୋଗୁ ୪.୪୫ ପ୍ରତିଶତ ଏବଂ ୬.୬୪ ପ୍ରତିଶତ ଲୋକ ଅନ୍ୟାନ୍ୟ କାରଣରୁ ଦୁର୍ଘଟଣାର ଶିକାର ହୋଇଛନ୍ତି। କିନ୍ତୁ ଏହିସବୁ ଘଟଣା ରୋକିବା ପାଇଁ ସରକାର ଏ ପର୍ଯ୍ୟନ୍ତ ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟ କାର୍ଯ୍ୟକାରୀ କରିବାରେ ବିଫଳ ହେଉଛନ୍ତି।
ଅନ୍ୟପଟେ ସୁପ୍ରିମକୋର୍ଟ କମିଟି ୨୦୧୭ରୁ ହାଇଓ୍ବେ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ତାହା ଲାଗୁ ହୋଇ ନ ପାରିବା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି। ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ୫ଟି ହାଇଓ୍ବେ ଉପରେ ୨୪ଘଣ୍ଟିଆ ପାଟ୍ରୋଲିଂ ପାଇଁ ଯୋଜନା କରିଥିଲେ। ହାଇଓ୍ବେ ପାଟ୍ରୋଲିଂ ଲାଗି ଆବଶ୍ୟକ ଯନ୍ତ୍ରପାତି ତଥା ଗାଡି କିଣିବା ସକାଶେ ପରିବହନ ବିଭାଗର ସଡକ ସୁରକ୍ଷା ପାଣ୍ଠିରୁ ଗୃହ ବିଭାଗକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଦୀର୍ଘଦିନ ପର୍ଯ୍ୟନ୍ତ ଏହି ପାଣ୍ଠି ପଡି ରହିବା ସତ୍ତ୍ୱେ ଏହାକୁ ବ୍ୟବହାର କରାଗଲା ନାହିଁ। ଏହାପରେ ଆବଶ୍ୟକ ପୋଲିସ କର୍ମଚାରୀ ନ ଥିବା ଯୋଗୁ ପ୍ରଥମେ ଏକ ବୈଠକ ବସି ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଇ ପାଟ୍ରୋଲିଂ କାର୍ଯ୍ୟରେ ନିଯୋଜିତ ପାଇଁ ନିଷ୍ଫତ୍ତି ହେଲା। ହେଲେ ଏନେଇ ବିଜ୍ଞପ୍ତି ବାହାରିବା ପରେ ମଧ୍ୟ କୌଣସି ଅବସରପ୍ରାପ୍ତ ଅଧିକାରୀ ଏଥିପାଇଁ ଆବେଦନ କଲେନାହିଁ। ଏହାପରେ ଗତ ୨ ମାସ ତଳେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏସବୁ ବାବଦରେ ଆଲୋଚନା କରାଗଲା। ବୈଠକରେ ହାଇଓ୍ବେ ପାଟ୍ରୋଲିଂ ପାଇଁ ଭଡା ଗାଡି ନେବା ଲାଗି ନିଷ୍ପତ୍ତି ହେଲା। ହେଲେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ କୌଣସି ଗାଡି ମାଲିକ ୨୦ ହଜାର ଟଙ୍କାରେ ରାଜି ହେଲେନି। ଏହାପରେ ଗୋଟେ ଗାଡି ପିଛା ମାସକୁ ୭୨ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଅନ୍ୟପଟେ ସେନାରେ ଚାକିରି କରି ଅବସରପ୍ରାପ୍ତ ମିଲିଟାରି ଅଧିକାରୀଙ୍କୁ ପାଟ୍ରୋଲିଂ କାର୍ଯ୍ୟରେ ନିଯୋଜିତ କରିବା ଉପରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ତେବେ ୨୦୧୭ରୁ ନିଷ୍ପତ୍ତି ହୋଇ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନ ଥିବା ବ୍ୟବସ୍ଥା ଲାଗୁ ହୋଇପାରିବ ନା ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଦୁଇଦିନ ତଳେ ପାଟ୍ରୋଲିଂ ପାଇଁ ଷ୍ଟାଫ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ଗାଡି ମଧ୍ୟ ଭଡାରେ ନେଇ ନିଯୋଜିତ କରାଯିବ। କରୋନା ଯୋଗୁ ଏସବୁଥିରେ ବିଳମ୍ବ ହୋଇଛି। ୧୧୨ ବ୍ୟବସ୍ଥା କେନ୍ଦ୍ରର ଯୋଜନା। ଏହା ଲାଗୁ କରିବା ପାଇଁ ଆହୁରି ସମୟ ଲାଗିବ ବୋଲି ସୌମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri