୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

ନୂଆଦିଲ୍ଲୀ,୨୫-୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ ସିଂଘଲ ଏବଂ ତାଙ୍କ ସ୍ତ୍ରୀ ଆରତୀ ସିଂଘଲଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି କରିଛି। ଆରତୀ କମ୍ପାନୀର ଉପାଧ୍ୟକ୍ଷ ରହିଛନ୍ତି। କର୍ତ୍ତୃପକ୍ଷ ତଥା ଯାଞ୍ଚ ଏଜେନ୍ସିଙ୍କ ଅନୁମତି ବିନା ସେମାନେ ଯେପରି ଦେଶରୁ ପଳାୟନ କରି ନ ପାରିବେ ସେଥିନେଇ ସିବିଆଇ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ, କୌଣସି ବ୍ୟକ୍ତି ଉପରେ ନଜର ରଖିବା ପାଇଁ ଲୁକ୍‌ ଆଉଟ ସର୍କୁଲାର ଜାରି କରାଯାଇଥାଏ। ଏହାଦ୍ୱାରା ଦେଶର ସମସ୍ତ ବିମାନ ବନ୍ଦର ତଥା ଦେଶର ପ୍ରବେଶ-ପ୍ରସ୍ଥାନ ସ୍ଥାନରେ କର୍ତ୍ତବ୍ୟରତ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ବାଧ୍ୟ ରହିଥାଏ। ସିଂଘଲ ଦମ୍ପତ୍ତି ବିଦେଶକୁ ପଳାୟନ କରିବାକୁ ଉଦ୍ୟମ କଲେ ସେମାନେ ଏ ସମ୍ପର୍କରେ ସିବିଆଇକୁ ଜଣାଇବେ। ପୂର୍ବରୁ ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଜାଲିଆତି ମାମଲାରେ ସିବିଆଇ ଚଳିତ ମାସ ୬ରେ କମ୍ପାନୀ ସହ ଜଡ଼ିତ ୧୮ ସ୍ଥାନରେ ଚଢ଼ାଉ କରିଥିଲା। କମ୍ପାନୀ, ଏହାର ନିର୍ଦ୍ଦେଶକ, ପ୍ରମୋଟରଙ୍କ ଦିଲ୍ଲୀ-ଏନ୍‌ସିଆର୍‌, ଚଣ୍ଡିଗଡ଼ ଏବଂ କୋଲକାତା ସମେତ କେତେକ ସହରରେ ଥିବା କାର୍ଯ୍ୟାଳୟ ଏବଂ ବାସସ୍ଥାନରେ ଚଢ଼ାଉ ହୋଇଥିଲା। ଯାଞ୍ଚ ଏଜେନ୍ସି ପକ୍ଷରୁ ପୂର୍ବରୁ ସଞ୍ଜୟ ସିଂଘଲ, ଆରତୀ ସିଂଘଲ,କମ୍ପାନୀ ନିର୍ଦ୍ଦେଶକ ରବି ପ୍ରକାଶ ଗୋୟଲ, ରାମ ନରେଶ ଯାଦବ, ହରଦେବ ଚନ୍ଦ ବର୍ମା, ରବିନ୍ଦର କୁମାର ଗୁପ୍ତା, ରିତେଶ କପୁର ଏବଂ ଅନ୍ୟ ଅଜ୍ଞାତ ଅଧିକାରୀ/କର୍ମଚାରୀଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଉକ୍ତ କମ୍ପାନୀ ୨୦୦୭ରୁ ୨୦୧୪ ମଧ୍ୟରେ ୩୩ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ୪୭,୨୦୪ କୋଟି ଟଙ୍କା ଋଣ ନେଇଥିଲା। କିନ୍ତୁ ଏହାକୁ ପରିଶୋଧ  ନ କରି କମ୍ପାନୀ ଏହାକୁ ଅପ୍ରାପ୍ୟ ଋଣ ଭାବେ ଦର୍ଶାଇବାରୁ ବ୍ୟାଙ୍କଗୁଡ଼ିକ ପ୍ରାୟ ୨୩୪୮ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ସିବିଆଇ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

ଏପିକ୍‌ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସ୍‌ଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର)...

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri