ଜଳଭଣ୍ଡାରରେ ଲୀନ ହେବ ଅଷ୍ଟାଦଶ ଶତାବ୍ଦୀର ମନ୍ଦିର

କେନ୍ଦୁଝର, ୧୩ା୯ (ସ୍ବ.ପ୍ର.)-କୁହାଯାଉଛି ଏହା ଅଷ୍ଟାଦଶ ଶତାବ୍ଦୀର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର। ବିଚ୍ଛନ୍ନାଞ୍ଚଳ ଷଢେଇକଳା ଗଡଜାତ ଅଞ୍ଚଳର ସୁରମ୍ୟ ବଣପାହାଡ ପରିବେଷ୍ଟିତ ଅଞ୍ଚଳରେ ନିର୍ମିତ ହୋଇଛି ଏହି ଉତ୍କଳୀୟ କଳାଭାସ୍କର୍ଯ୍ୟର ସପ୍ତଚୂଡା ଅଦ୍ୱିତୀୟ ଶ୍ରୀ ରଘୁନାଥ ରାମମନ୍ଦିର। ଏହି ମନ୍ଦିର ପ୍ରସ୍ତାବିତ ଖଡଖାଇ ନଦୀରେ ନିର୍ମାଣ ହେବାକୁ ଥିବା ଜଳଭଣ୍ଡାରରେ ଲୀନ ହୋଇଯିବ। ଏଣୁ ଏହି ମନ୍ଦିର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳର ଓଡିଆ ସଂସ୍କୃତି ପ୍ରେମୀ ଓ ଓଡିଆ ଭାଷାଭାଷୀ ରାମଭକ୍ତ ଦାବି କରିଛନ୍ତି। ବାଲୁକା-ଶିଳା-ପ୍ରସ୍ତରମୟ ମୟୂରଭଞ୍ଜ (ଶିମିଳିପାଳ ପର୍ବତମାଳାରୁ ଖଡଖାଇ ନଦୀ କୂଳରେ ଅବସ୍ଥିତ) ଇଚାପିଢର ତତ୍କାଳୀନ ସାମନ୍ତ ରାଜାଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥବା କୁହାଯାଏ। ଓଡିଶା ଉପାନ୍ତ ରାଜ୍ୟ ପୋଡାହାଟ/ସିଂହଭୂମି ଅଞ୍ଚଳରେ ସ୍ଥାପିତ ଏହି ମନ୍ଦିରରେ ରାଠୋର ରାଜବଂଶ ଦ୍ୱାରା ସେମାନଙ୍କ ଇଷ୍ଟଦେବତା ଭଗବାନ ବିଷ୍ଣୁଙ୍କୁ ସିଂହଳ ଦ୍ୱୀପରୁ ଆଣି ଅମୂଲ୍ୟ ପବିତ୍ର ଶାଳଗ୍ରାମ ସହ ଏହି ରାମ ମନ୍ଦିରରେ ପୂଜା କରିଆସୁଥିବା କୁହାଯାଏ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସଂଗଠନ ଓ ସମାଜ ଜୋର ଲଗାଇ ଦେଇଥିବା ବେଳେ ଏଠାରେ ଅଙ୍ଗ-ବଙ୍ଗ-କଳିଙ୍ଗ ଅଞ୍ଚଳ ଷଢେଇକଳାଠାରେ ଥିବା ଏହି ପ୍ରାଚୀନ ଦୁର୍ଲଭ ମନ୍ଦିରର ସୁରକ୍ଷା ପାଇଁ କାହାରି ପାଟିଫିଟୁ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯୁଗେ ଯୁଗେ ଧରି ଅଖଣ୍ଡ ଆସ୍ଥାର ସହିତ ପୂଜା ପାଇ ଆସୁଥିବା ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ସୁରକ୍ଷା କରିବାକୁ ବିଛିନ୍ନାଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତି ଆନ୍ଦୋଳନରେ ସାମିଲ ହୋଇଥିବା ଡକ୍ଟର ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି। ଜଳଭଣ୍ଡାର ନିର୍ମାଣ ନାମରେ ଏହି ପୁରାତନ ଐତିହ୍ୟସମ୍ପନ୍ନ ମନ୍ଦିରକୁ ଜଳ ସମାଧି କରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ଷଡଯନ୍ତ୍ର ଓଡିଶାରୁ ଏହି ଅଞ୍ଚଳକୁ ବିହାରକୁ ଦେଇ ଦେବା ଦିନରୁ ଚାଲିଆସୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଆମ ସରକାର ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରି ନିରବିଚ୍ଛିନ୍ନ ଭାବେ ପୂଜା ପାଇ ଆସୁଥିବା ଏହି ଅମୂଲ୍ୟ ଐତିହ୍ୟ ଜାତୀୟ ସମ୍ପତ୍ତିର ସୁରକ୍ଷା କରିବାକୁ ବିଚ୍ଛିନ୍ନାଞ୍ଚଳବାସୀ ଦାବି କରିଛନ୍ତି।
ଖଡକାଇ ନଦୀରେ ବନ୍ଧ ନିର୍ମାଣ ହେଉ। କିନ୍ତୁ ଗୁଜୁରାଟ ରାଜ୍ୟ ଭଳି ଆଧୁନିକ ବୈଜ୍ଞାନିକ କଳାକୌଶଳ ଉପଯୋଗ କରି ବଣପାହାଡ ନଦୀ ନାଳ ସହିତ ନାନା ପ୍ରକାରର ଅଲୌକିକ ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଏହି ସୁରମ୍ୟ ଅଞ୍ଚଳର ବିକାଶ କରାଯାଇପାରିଲେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟ ଏବଂ ଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାନ୍ତା। ଓଡିଶା ଝାଡ଼ଖଣ୍ଡ ସହିତ ଅନ୍ୟ ରାଜ୍ୟର ରାମଭକ୍ତମାନେ ଥରେ ଏହି ମନ୍ଦିର ସ୍ଥଳକୁ ଯାଇ ନିଜେ ଦେଖି ହୃଦୟଙ୍ଗମ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri