Posted inଖେଳ

ଏହି କାରଣରୁ ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍‌ ଉଥପ୍ପା: ବିବାହ ପାଇଁ ପରିବାର ସହ ଲଢ଼ିଥିଲେ..

ନୂଆଦିଲ୍ଲୀ,୧୦।୯: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ତାଙ୍କ ନାମରେ ଏକାଧିକ ରେକର୍ଡ ଅଛି। ସେ ୪୦୦୦ରୁ ଅଧିକ ରନ୍‌ କରିଥିବା ୬ଷ୍ଠ ଭାରତୀୟ। ଏହାଛଡ଼ା ସବୁଠାରୁ ଅଧିକ ଅର୍ଦ୍ଧଶତକ କରିଥିବା ଟପ୍‌-୧୦ତାଲିକାରେ ତାଙ୍କ ନାମ ରହିଛି। ୨୦୧୪ରୁ ସେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଖେଳି ଆସୁଛନ୍ତି।

୨୦୧୬ ମାର୍ଚ୍ଚ ୩ ତାରିଖରେ ଭାରତର ପୂର୍ବ ଟେନିସ ତାରକା ଶୀତଲ ଗୌତମଙ୍କୁ ବିବାହ କରିଥିଲେ ଉଥପ୍ପା। ୨୦୦୯ରେ ଏକ ବନ୍ଧୁଙ୍କ ଯୋଗୁ ଉଭୟ ପରସ୍ପରକୁ ଭେଟିବା ପରେ ଦୀର୍ଘଦିନ ଧରି ଡେଟ୍‌ କରୁଥିଲେ। ହେଲେ ଭିନ୍ନ ଧର୍ମର ହୋଇଥିବା ହେତୁ ସେମାନଙ୍କ ବିବାହରେ ଅନେକ ବାଧାବିଘ୍ନ ଆସିଥିଲା। କାରଣ ଉଥପ୍ପା ଖ୍ରିଷ୍ଟିଆନ୍‌ ଥିବା ବେଳେ ଶୀତଲ ହିନ୍ଦୁ ଥିଲେ। ଉଭୟଙ୍କ ବିବାହ ପାଇଁ ପରିବାରଲୋକେ ରାଜି ହୋଇ ନ ଥିଲେ। ସେତେବେଳକୁ ବିବାହ ପାଇଁ ଉଥପ୍ପା ଶୀତଲଙ୍କୁ ପ୍ରପୋଜ କରିସାରିଥିଲେ।

ପ୍ରଥମେ ଉଥପ୍ପା ପରିବାରଲୋକଙ୍କୁ ରାଜି କରାଇଥିଲେ। ଧିରେ ଧିରେ ଶୀତଲଙ୍କ ପରିବାର ମଧ୍ୟ ବିବାହ ପାଇଁ ରାଜି ହୋଇଥିଲେ। ଶେଷରେ ୨୦୧୬ ମାର୍ଚ୍ଚ ୩ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରଥମେ ଇସାଇ ଧର୍ମାନୁଯାୟୀ ସେମାନଙ୍କର ବିବାହ ହୋଇଥିଲା। ଉକ୍ତଦିନ ଅପରାହ୍ନରେ ରିସେପ୍ସନ ରଖାଯାଇଥିଲା। ଏହାର ଏକ ସପ୍ତାହ ଅର୍ଥାତ ମାର୍ଚ୍ଚ ୧୧ରେ ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ପୁଣି ଥରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri