Posted inଖେଳ

ପର୍ତ୍ତୁଗାଲ ପାଇଁ ୧୦୦ତମ ଗୋଲ ସ୍କୋର କଲେ ରୋନାଲ୍ଡୋ

ଷ୍ଟକହାମ,୧୦।୯(ଏପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ସେ ନିଜ ଦେଶ ପାଇଁ ୧୦୦ତମ ଅନ୍ତର୍ଜାତୀୟ ଗୋଲ ସ୍କୋର କରି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ନେସନ୍ସ ଲିଗ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ପର୍ତ୍ତୁଗାଲ ୨-୦ ଗୋଲରେ ସ୍ବୀଡେନକୁ ପରାସ୍ତ କରିଥିଲା। ଏଥିରେ ରୋନାଲ୍ଡୋ ୪୫ ଓ ୭୨ତମ ମିନିଟ୍‌ରେ ଦଳ ତରଫରୁ ଦୁଇଟି ଗୋଲ ସ୍କୋର କରିଥିଲେ। ରୋନାଲ୍ଡୋ ଏଥିସହି ଦେଶ ପାଇଁ ୧୬୫ଟି ମ୍ୟାଚ୍‌ ଖେଳି ୧୦୧ଟି ଗୋଲ ସ୍କୋର କରିଛନ୍ତି। ସେ ଆଉ ୯ଟି ଗୋଲ ସ୍କୋର କଲେ ପୂର୍ବତନ ଫୁଟବଲର ଡାଏଇଙ୍କୁ ପଛରେ ପକାଇବେ।
୫ଥର ଓ୍ବାଲର୍‌ଡ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଥିବା ରୋନାଲ୍ଡୋ ଚାମ୍ପିୟନ୍ସ ଲିଗ୍‌େ ୧୩୧ଟି ଗୋଲ ସ୍କୋର କରି ରେକର୍ଡ କରିଛନ୍ତି। ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନାର ଲିଓନେଲ ମେସିଙ୍କଠାରୁ ସେ ଏହି କ୍ରମରେ ଅଧିକ ୧୬ଟି ଗୋଲ ସ୍କୋର କରିଛନ୍ତି। କ୍ରମାଗତ ୧୭ତମ କ୍ୟାଲେଣ୍ଡର ବର୍ଷରେ ସେ ଅନ୍ତର୍ଜାତୀୟ ଗୋଲ ସ୍କୋର କରିବାର ବିରଳ ସଫଳତା ଅର୍ଜନ କରିଛନ୍ତି। ଏହାପୂର୍ବରୁ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ପର୍ତ୍ତୁଗାଲ ୪-୧ ଗୋଲରେ କ୍ରୋଏସିଆକୁ ହରାଇଥିଲା। ପାଦ ବୁଢ଼ା ଆଙ୍ଗୁଠିରେ ସଂକ୍ରମଣ କାରଣରୁ ରୋନାଲ୍ଡୋ ଏହି ମ୍ୟାଚ୍‌ ଖେଳିପାରି ନ ଥିଲେ।
ୟୁଇଏଫ୍‌ଏ ନେଶନ୍ସ ଲିଗ୍‌ରେ ଅନଷ୍ଠିତ ଅନ୍ୟ ମ୍ୟାଚ୍‌ଗୁଡିକରେ ବେଲଜିୟମ ୫-୧ ଗୋଲରେ ଆଇସିଲାଣ୍ଡକୁ, ଆଜରବୈଜାନ ୧-୦ରେ ସାଇପ୍ରସକୁ, ମୋଣ୍ଟେନେଗ୍ରୋ ୧-୦ରେ ଲକ୍ସମବର୍ଗକୁ, ଫ୍ରାନ୍ସ ୪-୨ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି। ତେବେ ଇଂଲଣ୍ଡ ଓ ଡେନମାର୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବିନା ଗୋଲରେ ଅମୀମାଂସିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri