କେବଳ ପୁରୀ ସହରବାସୀଙ୍କୁ ମିଳିବ ବରାଦି ଅବଢ଼ା

ପୁରୀ ଅଫିସ,୭ା୯: ମହାମାରୀ କରୋନା ପାଇଁ ଏବେ ସମସ୍ତଙ୍କୁ ଆଉ ମିଳିବନି ମହାପ୍ରସାଦ। ଶ୍ରୀମନ୍ଦିର ରୋଷଶାଳାରେ ପୂର୍ବପରି ରନ୍ଧାଯିବ ନାହିିଁ ବରାଦି ଅବଢା। କେବଳ ପୁରୀବାସୀଙ୍କୁ ମିଳିବ ବରାଦି ମହାପ୍ରସାଦ। ସମ୍ପ୍ରତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନେଇଛି ସୁଆର ମହାସୁଆର ନିଯୋଗ। ରବିବାର ନିଯୋଗ ବୈଠକ ବସି ଆଲୋଚନା ହୋଇ ମହାପ୍ରସାଦ ପ୍ରସ୍ତୁତିକୁ କାଣ୍ଟଛାଣ୍ଟ କରାଯାଇଛି।
ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌-୧୯ ପରିପ୍ରେକ୍ଷୀରେ କମ୍‌ ମହାପ୍ରସାଦ ରନ୍ଧାଯିବ। ବରାଦି ମହାପ୍ରସାଦ ଅଧିକ ରନ୍ଧାଯିବ ନାହିିଁ। ବର୍ତ୍ତମାନ ପିତୃପକ୍ଷ ଯୋଗୁ ଶ୍ରାଦ୍ଧ କର୍ମ ଚାଲିଛି। ଏଥିଲାଗି କେବଳ ପୁରୀ ସହରବାସୀ ଏବଂ ସେବାୟତ ପରିବାରଙ୍କ ଆବଶ୍ୟକତା ଅନୁଯାୟୀ ବରାଦି ଭୋଗ ରନ୍ଧାଯିବ। ବାହାର ଲୋକଙ୍କଠାରୁ ଅର୍ଡର (ବରାଦ) ରଖାଯିବ ନାହିଁ। ଦୈନିକ ପ୍ରାୟ ହଜାରରୁ ଦେଢ ହଜାର ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯିବ। ଫଳରେ ପୂର୍ବରୁ ମହାପ୍ରସାଦ ପ୍ରସ୍ତୁତିରେ ଯେତେ ଲୋକ ଲାଗୁଥିଲେ ସେମାନଙ୍କ ସଂଖ୍ୟା ବି କମିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା ପରଠାରୁ ୧୦୦ ବୋଝିଆ ଆସୁଥିଲେ। ଏବେ ୩୦ ଜଣ ଆସିବେ। ପାଣିଆ ଯୋଗାଣିଆ ୫୦ ଜଣଙ୍କ ଜାଗାରେ ୨୦ ଜଣ, ପନିପରିବା କାଟିବା ପାଇଁ ୧୦୦/୧୫୦ ଜଣ ଆସୁଥିବା ବେଳେ ଏବେ ୩୦ରୁ ୪୦ ଜଣ ମନ୍ଦିରକୁ ଯିବେ। ସେହିପରି ଅଧିକ ଅର୍ଡର ମଧ୍ୟ ରଖାଯିବ ନାହିିଁ ବୋଲି ପ୍ରତିହାରୀ ସୂଚନା ଦେଇଛନ୍ତି। ପୁରୀ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏପରି କି ଶ୍ରୀମନ୍ଦିର ସେବାୟତ ଏଥିରୁ ବାଦ୍‌ ପଡ଼ିିନାହାନ୍ତି। ବହୁ ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ବରାଦି ମହାପ୍ରସାଦ ରନ୍ଧାକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗ ସହ ଜିଲାପାଳ ବଲଓ୍ବନ୍ତ ସିଂ ଆଲୋଚନା କରି ଏହି ପ୍ରସ୍ତାବ ଦେଇଥିଲେ। ସେହି ଅନୁଯାୟୀ ରବିବାର ନିଯୋଗ ବୈଠକ ବସି ଉପରୋକ୍ତ ନିଷ୍ପତ୍ତି ହୋଇଛି।
ସୂଚନାଥାଉ କି, ଅବଢା ପାଇଁ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଦୈନିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଛି। ପର୍ବପର୍ବାଣି ଦିନରେ ସ୍ଥିତି ଅଣାୟତ୍ତ ହୋଇପଡୁଛି। କେହି ସାମାଜିକ ଦୂରତ୍ୱ ମାନୁନାହାନ୍ତି। ଏସବୁ ଦୃଷ୍ଟିରୁ ମନ୍ଦିର ପ୍ରଶାସନ ବରାଦି ମହାପ୍ରସାଦ ବନ୍ଦ ଲାଗି ନିଷ୍ପତ୍ତି ନେଇ ସୁଆର ମହାସୁଆର ନିଯୋଗକୁ ଅବଗତ କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri