Posted inଖେଳ

କ୍ରିକେଟ୍‌ ଗ୍ରାଉଣ୍ଡରୁ ମ୍ୟୁଜିକ ଷ୍ଟୁଡିଓ : ଦୁଇ ଓପନର: ଏବେ କମ୍ପୋଜର, ସିଙ୍ଗର୍‌

ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକରଙ୍କ ‘କ୍ରିକେଟ ୱାଲି ବିଟ୍‌’ ହେଉ କି ଅଲରାଉଣ୍ଡର ସୁରେଶ ରାଇନାଙ୍କ ‘ବିଟିୟା ରାନୀ କିମ୍ବା ଅଷ୍ଟ୍ରେଲୀୟ ପେସ୍‌ ତାରକା ବ୍ରେଟ୍‌ ଲୀଙ୍କ ‘ଉମି’ ଗୀତ, ଏହି କ୍ରିକେଟ ତାରକାମାନେ ଗୀତ ଗାଇ କଳାଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପଡ଼ିଆରେ କରତାଳି ସାଉଁଟିଥିବା କ୍ରିକେଟର ଷ୍ଟୁଡ଼ିଓ ମାଇକ୍‌ ଆଗରେ ମଧ୍ୟ ନିଜ ପ୍ରତିଭାକୁ ନିଖୁଣ ଭାବେ ନିଭାଇଛନ୍ତି। ଓଡ଼ିଶା କ୍ରିକେଟରେ ଅଛନ୍ତି ଏଭଳି ଏକ ଯୁଗଳବନ୍ଦୀ। ଦିନେ ରାଜ୍ୟ ପକ୍ଷରୁ ଇନିଂସ ଓପନ କରୁଥିବା ଏହି ଦୁଇ ଖେଳାଳି ଏବେ ଗୀତ ଲେଖିବା, କମ୍ପୋଜ କରିବା ଓ ସ୍ବର ଦେବାରେ ନିଜକୁ ବ୍ୟସ୍ତ ରଖୁଛନ୍ତି…
୨୦୦୦ ମସିହାର କଥା। ୧୬ବର୍ଷରୁ କମ୍‌ କୁଚବିହାର ଟ୍ରଫିରେ ଦୁଇ ଓପନର ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ଜଣେ ହେଲେ ସୁବ୍ରତ ବେହେରା ଓ ଅନ୍ୟଜଣେ ହେଲେ ପ୍ରିୟଦର୍ଶୀ ଦେବାଶିଷ। ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା ଉଭୟ ରାଜ୍ୟ କ୍ରିକେଟ ଜଗତରେ ବେଶ୍‌ ପରିଚିତ। କିଛି ବର୍ଷ ପରେ ଆଘାତ ଜନିତ ସମସ୍ୟା ଯୋଗୁ ଦେବାଶିଷ ହଠାତ୍‌ କ୍ରିକେଟ ଜଗତରୁ ଦୂରେଇ ଯାଇଥିଲେ। ହେଲେ ସୁବ୍ରତଙ୍କ କ୍ରିକେଟ କ୍ୟାରିୟର ଲମ୍ବା ରହିଥିଲା। ଦୀର୍ଘବର୍ଷ ଧରି ସିନିୟର ଦଳରୁ ଖେଳିବା ପରେ ଏବେ ସେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ। ହେଲେ ସଙ୍ଗୀତର ନିଶା ଏହି ଦୁଇ ଯୋଡ଼ିଙ୍କୁ ପୁଣିଥରେ ସାମ୍ନାକୁ ଆଣିଛି।
ଗତ ରାଖୀ ପୂର୍ଣ୍ଣିମା ଉପଲକ୍ଷେ ଏକ ମ୍ୟୁଜିକ ଭିଡ଼ିଓ ମୁକ୍ତିଲାଭ କରିଥିଲା, ଯାହାର ଶୀର୍ଷକ ହେଉଛି ସୁନା ଭଉଣୀ। ଗୀତର ରଚନା ଓ କମ୍ପୋଜ ଦାୟିତ୍ୱ ତୁଲାଇଥିଲେ ସୁବ୍ରତ। ପ୍ରିୟଦର୍ଶୀଙ୍କ କଣ୍ଠରେ ଏହାକୁ ଭୁବେନଶ୍ୱରର ସୋମେଶ ଷ୍ଟୁଡ଼ିଓରେ ରେକର୍ଡିଂ କରାଯାଇଥିଲା। ଏବେ ଏହି ଗୀତ ୟୁଟ୍ୟୁବ୍‌ରେ ବେଶ୍‌ ପ୍ରଶଂସିତ ହେଉଛି। ହେଲେ ଏହା ପଛରେ ଯେ, ରାଜ୍ୟର ଦୁଇଜଣ ଖ୍ୟାତନାମା କ୍ରିକେଟର ଅଛନ୍ତି ତାହା ଖୁବ କମ ଲୋକ ଜାଣନ୍ତି। ଦେବାଶିଷ ୧୬ବର୍ଷରୁ କମ୍‌ ଦଳର ଅଧିନାୟକ ରହିବା ସହିତ ୧୯ବର୍ଷରୁ କମ୍‌ ଦଳରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ଏପରିକି ସେ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ରେ ମଧ୍ୟ ସୁଯୋଗ ପାଇଥିଲେ। ହେଲେ ୨୦୦୩ ରେ ମ୍ୟାଚ୍‌ ଖେଳୁଥିବାବେଳେ ହାତରେ ଆଘାତ ଲାଗିଥିଲା। ପରେ ଏହି ସମସ୍ୟାର ସମାଧାନ ନ ହେବାରୁ ସେ ପୁନର୍ବାର ପଡ଼ିଆକୁ ଫେରି ପାରି ନ ଥିଲେ। ଏବେ ଏମ୍‌ବିଏ ଶିକ୍ଷା ଶେଷ କରି ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି। ଇତି ମଧ୍ୟରେ ପ୍ରିୟଦର୍ଶୀ ସଙ୍ଗୀତ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ସାରିଛନ୍ତି। ଛାତିରେ ଲେଖିଛି ତୋରି ନାଁ, କିଏ ସେ ଡାକୁଛି କୋଉଠି ମୋତେ, ମୋ ଦୁନିଆ ତୁ ହି ତୁ ଭଳି ଓଲିଉଡର ସୁପରହିଟ୍‌ ଚଳଚ୍ଚିତ୍ରର ଗୀତ ଯେ ପ୍ରିୟଦର୍ଶୀ ଗାଇଛନ୍ତି, ତାହା ସମସ୍ତଙ୍କୁ ଚକିତ କରୁଛି। ବର୍ତ୍ତମାନ ସୁଦ୍ଧା ୧୨ଟି ଚଳଚ୍ଚିତ୍ରରେ ସେ ପ୍ରଚ୍ଛଦପଟ ଗାୟକ ଭାବେ କଣ୍ଠଦାନ କରି ସାରିଲେଣି। କଟକ ଗତିରାଉତପାଟଣାର ସୁବ୍ରତ ରାଜ୍ୟ ସିନିୟର ଦଳ ପକ୍ଷରୁ ୧୨ଟି ପ୍ରଥମଶ୍ରେଣୀ ଓ ୪ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଛନ୍ତି। ଖେଳିବା ସମୟରେ ଉଭୟ ସଙ୍ଗୀତକୁ ନେଇ ଚର୍ଚ୍ଚା କରୁଥିଲେ ବୋଲି ମଧ୍ୟ କୁହନ୍ତି। ଗୀତ, କବିତା ଲେଖିବା ପ୍ରତି ସୁବ୍ରତଙ୍କର ରୁଚି ରହିଛି। ସୁନା ଭଉଣୀ ଗୀତ ଶେଷ ହେବା ପରେ ଏବେ ୨ରୁ ୩ଟି ଗୀତ ପ୍ରସ୍ତୁତ ହୋଇ ରହିଛି ବୋଲି ସୁବ୍ରତ କୁହନ୍ତି। ନିଜେ ଗୀତ ଲେଖିବା ସହ କମ୍ପୋଜ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।
କ୍ରିକେଟ ଭଳି ଗୀତ ବି ଏକ ନିଶା ବୋଲି ଏମାନେ କୁହନ୍ତି। କାର୍ଯ୍ୟବ୍ୟସ୍ତତା ଭିତରୁ ଗୀତ ପାଇଁ ସମୟ କାଢ଼ିବାକୁ ପଡ଼ୁଛି। ଘରେ ରହିବା ବେଳେ ହିଁ ଗୀତକୁ ନେଇ ପରସ୍ପର ଫୋନ୍‌ ମାଧ୍ୟମରେ ଆଲୋଚନା କରୁ। ପରିଚୟ କି ପ୍ରଶଂସା ପାଇଁ ନୁହେଁ, ନିଜର କଳାକୁ ପରିପୂର୍ଣ୍ଣ କରିବାକୁ ଚେଷ୍ଟା କରିଛୁ ବୋଲି ଏହି ଦୁଇ କ୍ରିକେଟରଙ୍କ ମତ।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri