ଜାନୁୟାରୀରେ ବିରୁଷ୍କାଙ୍କ ଘରକୁ ଆସିବ ନୂଆ ଅତିଥି: ଜାଣନ୍ତୁ କେମିତି ହୋଇଥାନ୍ତି ଏହି ମାସରେ ଜନ୍ମିତ ଶିଶୁ

ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ଘରକୁ ଆସିବ ନୂଆ ଅତିଥି। ଇନ୍‌ଷ୍ଟା ପୋଷ୍ଟ ଅନୁଯାୟୀ ୨୦୨୧ ଜାନୁୟାରୀରେ ସନ୍ତାନକୁ ଜନ୍ମଦେବେ ଅନୁଷ୍କା। ଏଣୁ ଉଭୟ ନୂଆ ବର୍ଷର ଆରମ୍ଭ ଏହି ଖୁସିଖବରରୁ କରିବେ ତାହା ନିଶ୍ଚିତ। ତେବେ ଜ୍ୟୋତିଷ ଶାସ୍ତ୍ରକୁ ଯଦି ଦେଖିବା ତେବେ ଜାନୁୟାରୀରେ ଜନ୍ମ ନେଇଥିବା ଶିଶୁ ତିକ୍ଷ୍ମ ଏବଂ ସୃଜନଶୀଳ ହୋଇଥାନ୍ତି। ଏହାଛଡ଼ା ସେମାନଙ୍କର ଅନ୍ୟ ଗୁଣ ମଧ୍ୟ ରହିଥାଏ। ଯେପରିକି:

-ସୃଜନଶୀଳ ହୋଇଥାନ୍ତି ଏହି ଶିଶୁ: ଜାନୁୟାରୀ ମାସରେ ଜନ୍ମିତ ଶିଶୁ ତିକ୍ଷ୍ମ ବୁଦ୍ଧି ସମ୍ପନ୍ନ ହୋଇଥାନ୍ତି। ସେମାନଙ୍କର ଶରୀର ସୁସ୍ଥ ଏବଂ ସୁନ୍ଦର ହୋଇଥାଏ। ମାସରେ ମଝାମଝି ମକର ସଂକ୍ରାନ୍ତି ଆସିଥାଏ। ଏଣୁ ଏହି ମାସରେ ଜନ୍ମିତ ଶିଶୁ ଦେଶବିଦେଶରେ ନିଜର ବ୍ୟବସାୟ କରିବା ସହ କ୍ରିଏଟିଭ୍‌ ଫିଲ୍ଡରେ କାମ କରିଥାନ୍ତି।

-ମାଘ ମାସ ହୋଇଥାଏ ଶୁଭ: ହିନ୍ଦି ପଞ୍ଚାଙ୍ଗ ଅନୁଯାୟୀ ଏହି ସମୟରେ ମାଘ ମାସ ପଡ଼ିଥାଏ। ଏହା ଏକ ପବିତ୍ର ମାସ। ଏଥିରେ ଲୋକ ନଦୀତଟରେ ତପ କରିଥାନ୍ତି। ଏହି ମାସରେ ସୂର୍ଯ୍ୟ ଶନି ରାଶିରେ ଯେତେବେଳେ ଯାଇଥାନ୍ତି, ତାହା ପରର ସମୟ ବେଶ୍‌ ଭଲ। କାରଣ ଉକ୍ତ ସମୟରେ ହୋଇଥିବା ଶିଶୁ ଖେଳ ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। ଏପରିକି ଫିଲ୍ମଜଗତର ନାମି କଳାକାର ଏବଂ ନିର୍ଦ୍ଦେଶକ ମଧ୍ୟ ହୋଇପାରନ୍ତି।
-ସୂର୍ଯ୍ୟଙ୍କ ପ୍ରଭାବ ରହିଥାଏ: ଜାନୁୟାରୀରେ ଜନ୍ମିତ ଶିଶୁ ଧାର୍ମିକ ପ୍ରବୃତିର ହୋଇଥାନ୍ତି। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ସେ ବହୁତ ଯଶସ୍ବୀ ଏବଂ ପ୍ରସିଦ୍ଧ ହୋଇଥାନ୍ତି। ଏଥିସହ ନେତୃତ୍ୱ ନେବାର କଳା ବହୁତ ରହିଥାଏ। ସେମାନେ ମା’ବାପାଙ୍କ ଆଜ୍ଞାକାରୀ ହୋଇଥାନ୍ତି, ହେଲେ ବାପାଙ୍କ ସହ ସମ୍ପର୍କ ଟିକିଏ ଅଧିକ ନିବିଡ଼ ଥାଏ। ଏହାଛଡ଼ା ରାଜନୀତିରେ ମଧ୍ୟ ସେ ସଫଳ ଏବଂ ଉଚ୍ଚ ପଦ ପ୍ରାପ୍ତି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri