Posted inଖେଳ

ମା, ସ୍ତ୍ରୀଙ୍କୁ ହତ୍ୟାକରି ଭାରତୀୟ ଶଟ୍‌ପୁଟ୍‌ ପଦକ ବିଜେତା ଆମେରିକାରେ ଗିରଫ

ଓ୍ବାଶିଂଟନ,୨୭।୮ (ପି.ଟି.): ପୂର୍ବତନ ଭାରତୀୟ ଏସିଆନ୍‌ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଇକ୍‌ବାଲ ସିଂ ଆମେରିକାରେ ଗିରଫ ହୋଇଛନ୍ତି। ନିଜ ମା’ ଓ ସ୍ତ୍ରୀଙ୍କୁ ହତ୍ୟାକରିବାର ଅଭିଯୋଗରେ ସେ ଗିରଫ ହୋଇଛନ୍ତି ବୋଲି କେତେକ ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି।
ପେନ୍‌ସିଲଭାନିଆର ଡେଲାଓ୍ବାର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକ୍‌ବାଲ ରବିବାର ନିଜ ଅପରାଧ କଥା ସ୍ବୀକାର କରିଥିଲେ। ନ୍ୟୁଟାଉନ୍‌ ଟାଉନ୍‌ଶିପ୍‌ରେ ପୋଲସ ପହଞ୍ଚି ତାଙ୍କୁ ଗରିଫ କରିଥିଲା। ଗିରଫ ହେବା ବେହେଳ ଇକବାଲ୍‌ଙ୍କ ଦେହରେ ରକ୍ତର ଛିଟା ଲାଗିଥିଲା ଓ ତାଙ୍କ ଦେହରେ ଆଘାତ ମଧ୍ୟ ଦେଖିବାକୁ ମିଳିଥିଲା। ଘର ଭିତରରେ ଦୁଇ ମହିଳାଙ୍କ ମୃତଦେହ ପଡିଥିଲା। ସୋମବାର ତାଙ୍କ ବିରୋଧରେ ଫାଷ୍ଟ ଆଣ୍ଡ ଥାର୍ଡ ଡିଗ୍ରୀ ମର୍ଡର ଚାର୍ଜ ଲାଗିଥିଲା। ଜାମିନି ଆବେଦନ ଖାରଜ ହେବା ପରେ ତାଙ୍କୁ ପୋଲିସ୍‌ କଷ୍ଟଡିରେ ରଖାଯାଇଛି।
ଏହି ପୂର୍ବତନ ଶଟ୍‌ପୁଟର କୁଏତ୍‌ରେ ଅନୁଷ୍ଠିତ ୧୯୮୩ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସଫଳତା ରହିଥିଲା ଓ ଏହା ପରେ ଆମେରିକା ଚାଲିଯାଇଥିଲେ। ସେଠାରେ ସେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ରକଉଡ୍‌ ରୋଡ୍‌ସ୍ଥିତ ବାସଭବନରେ ତାଙ୍କ ମା’ ନସିବ କୌର ପ୍ରଥମ ମହଲାରେ ମରି ପଡିଥିବାର ପୋଲିସ ଦେଖିଥିଲା। ତାଙ୍କ ତଣ୍ଟି କଟାଯାଇଥିଲା। ସେହିପରି ସ୍ତ୍ରୀ ଯସପାଲ କୌର ପାହାଚ ଉପରେ ପଡିଥିବାର ଦେଖାଯାଇଥିଲା ଓ ତାଙ୍କ ଅବସ୍ଥା ମଧ୍ୟ ସମାନ ଥିଲା ପୋଲିସ ସତ୍ୟପାଠରୁ ସ୍ପଷ୍ଟ ହୋଇଛି।
ତେବେ ହତ୍ୟାର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। ହତ୍ୟା ସମ୍ପର୍କରେ ଇକ୍‌ବାଲ ପ୍ରଥମେ ପୁଅଙ୍କୁ ଜଣାଇଥିଲେ। ‘ମୁଁ ତୁମ ମା ଓ ଜେଜେମାଙ୍କୁ ହତ୍ୟା କରିଛି। ମୋତେ ଗିରଫ କରିବାକୁ ପୋଲିସକୁ କଲ୍‌ କର’ ବୋଲି ସେ ନିଜ ପୁଅକୁ ଫୋନ୍‌ କରି ଜଣାଇଥିଲେ। ଏହାପରେ ସେ ନିଜ ଝିଅକୁ ଫୋନ୍‌ କରି ସମାନ କଥା କହିଥିଲେ। ତେବେ ଇକ୍‌ବାଲ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ। ନ୍ୟୁ ଟାଉନ୍‌ ସ୍କୋୟାରରେ ସେ ଚାଲିବା ଓ ଧ୍ୟାନ କରୁଥିବାର ବହୁବାର ଲକ୍ଷ୍ୟ କରାଯାଇଛି। ହତ୍ୟା ପୂର୍ବଦିନ ସେ ଅଲଗା ମନେ ହେଉଥିଲେ। ଧ୍ୟାନ କରିବା ବେଳେ ସେ ବିଚଳିତ ମନେହେଉଥିଲେ ବୋଲି ତାଙ୍କ ପଡୋଶୀ ସୁଏ ଡେଭିସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri