Posted inଫୁରସତ

୧୦୦ ବର୍ଷ ପରେ ଫେରିଲେ ଆମେରିକୀୟ ନେଉଳ

ନୂଆଦିଲ୍ଲୀ: ପ୍ରାୟ ୧୦୦ ବର୍ଷ ପରେ ପୁଣି ଫେରିଛନ୍ତି ଓ୍ବଲ୍‌ଭରିନ୍‌ସ୍‌(ଆମେରିକୀୟ ନେଉଳ)। ଆମେରିକାର ଓ୍ବାଶିଂଟନସ୍ଥିତ ମାଉଣ୍ଟ ରେନିଅର ନ୍ୟାଶନାଲ ପାର୍କରେ ଏମାନଙ୍କ ସନ୍ଧାନ ମିଳିଛି। ଏ ନେଇ ନିକଟରେ ମାଉଣ୍ଟ ରେନିଅର ନ୍ୟାଶନାଲ ପାର୍କ ସର୍ଭିସେସ୍‌ ପକ୍ଷରୁ ଏକ ଭିଡିଓ ଟୁଇଟରରେ ଶେୟାର କରାଯାଇଛି। ଆମେରିକାର ଉତ୍ତରାଞ୍ଚଳରେ ଦେଖାଯାଉଥିବା ଏହି ସର୍ବବୃହତ୍‌ ନେଉଳ ପ୍ରଜାତିଙ୍କୁ ଦୀର୍ଘବର୍ଷ ଧରି ଦେଖିବାକୁ ମିଳୁ ନ ଥିଲା। ଏବେ ପୁଣି ଏମାନଙ୍କ ଫେରିବା ଏକ ଭଲ ସୂଚନା ବୋଲି କୁହାଯାଇଛି। ୩୫ ସେକେଣ୍ଡର ଏହି ଭିଡିଓରେ ୩ଟି ଆମେରିକୀୟ ନେଉଳଙ୍କୁ ବରଫାଞ୍ଚଳର ଶେଷଭାଗରେ ଦେଖିବାକୁ ମିଳିଛି। ପରେ ଏମାନେ ସବୁଜ ପଡ଼ିଆ ଦେଇ ଜଙ୍ଗଲ ମଧ୍ୟକୁ ଦୌଡ଼ୁଥିବା ଦେଖାଯାଇଛି। ଏହି ଭିଡିଓଟିକୁ ଟ୍ରାଭିସ୍‌ ହାରିଶ୍‌ ରେକର୍ଡ କରିଥିବା ସୂଚନା ମିଳିଛି। ତେବେ ନ୍ୟାଶନାଲ ପାର୍କ ସର୍ଭିସେସ୍‌ ଓ୍ବେବ୍‌ସାଇଟ୍‌ ଅନୁଯାୟୀ, ଏହା ଏକ ବିଲୁପ୍ତ ପ୍ରଜାତି ବୋଲି ଜଣାପଡ଼ିଛି। ଏହି ଟୁଇଟ୍‌ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ବିରଳ ପ୍ରଜାତି ନେଉଳଙ୍କ ଫେରିବାନେଇ ଅନେକ ଟୁଇଟର ବ୍ୟବହାରକାରୀ ଖୁସି ବ୍ୟକ୍ତି କରିଛନ୍ତି। ମାଉଣ୍ଟ ରେନିଅର ଜାତୀୟ ଉଦ୍ୟାନର ଅଧୀକ୍ଷକ ଚିପ୍‌ଜେଙ୍କିନ୍ସ ମଧ୍ୟ ଏହି ଆମେରିକୀୟ ନେଉଳଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ସାହିତ ଥିବା ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିଛନ୍ତି। ଏଠାରେ ଅଧିକ ସଂଖ୍ୟାରେ ମାଂସାଶୀ ପ୍ରାଣୀଙ୍କ ଉପସ୍ଥିତି, ଆମ ପାର୍କର ସ୍ଥିତି ଏବଂ ବନ୍ୟପ୍ରାଣୀଙ୍କ ଠିକ୍‌ ପରିଚାଳନାକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବାସସ୍ଥାନ ଅଭାବ, ଶିକାର ଏବଂ ପରିବେଶ ପରିବର୍ତ୍ତନ ଯୋଗୁ ଏହି ବିରଳ ପ୍ରଜାତିଙ୍କ ସଂଖ୍ୟା ଲୋପପାଇବାରେ ଲାଗିଛି। ତେବେ ଏମାନଙ୍କ ପ୍ରତ୍ୟାବର୍ତ୍ତନ ଏକ ଶୁଭ ସୂଚନା ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri