ଯାଜପୁର ଅଫିସ୍/ଧର୍ମଶାଳା/ ଜେନାପୁର, ୨୬।୮ (ଡି.ଏନ୍.ଏ.): ଦେଶର ୪ର୍ଥ ସର୍ବବୃହତ୍ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ପ୍ରାୟତଃ ପଦକ୍ଷେପ ସମ୍ପନ୍ନ ହୋଇସାରିଛି। ପ୍ରକଳ୍ପକୁ ୨୦୧୮ ଜୁନ ୨୭ତାରିଖରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି। ହେଲେ ମଙ୍ଗଳବାର ଡଙ୍କାରୀ, ରାହାଡ଼ପୁର, ବରଡ଼ା ଓ ବାରମାଣ ପାହାଡ଼ର ୩୪୭.୯୬ ଏକର ପରିମିତ ଅଞ୍ଚଳରେ ୩୬ଟି ପଥର ଖାଦାନ ଲିଜ୍ ପାଇଁ ମହିଶରା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଫଳରେ ଚଣ୍ଡିଖୋଲ ତୈଳ ଭଣ୍ଡାର ପ୍ରତିଷ୍ଠା ହେବା ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ପ୍ରସ୍ତାବିତ ତୈଳ ଭଣ୍ଡାର ନିକଟରେ ବିସ୍ଫୋରଣ କରି କଳାପଥର ଉତ୍ତୋଳନ କଲେ ତୈଳ ଭଣ୍ଡାର ପ୍ରକଳ୍ପ ପ୍ରତିଷ୍ଠା ଅସମ୍ଭବ ବୋଲି ମତପ୍ରକାଶ ପାଇଛି। ଏହାବାଦ ଡଙ୍କାରୀରେ ନିର୍ଦ୍ଧାରିତ ପରିମାଣଠାରୁ ବହୁଗୁଣରେ ଅଧିକ କଳାପଥର ଖନନ ଅଭିଯୋଗରେ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ରେ ମାମଲା ବିଚାରାଧୀନ ଥିଲେ ହେଁ କରୋନା ସଂକ୍ରମଣ ସମୟରେ ପଥର ଖାଦାନ ଲିଜ୍ ପାଇଁ କିଭଳି ଜନଶୁଣାଣି ଅନୁଷ୍ଠିତ ହେଲା ସେ ନେଇ ଅନେକେ ପ୍ରଶ୍ନ କରିଛନ୍ତି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପ୍ରସ୍ତାବ ରହିଛି। ୨ ବର୍ଷ ତଳେ ଭାରତୀୟ ତୈଳ ନିଗମ ଲିଃ(ଆଇଓସିଏଲ୍)ର ସିଇଓ ଅଜୟ ଦାସରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡଙ୍କାରୀ ଗସ୍ତ କରି ଚିହ୍ନଟ ହୋଇଥିବା ଜମି ଅନୁଧ୍ୟାନ କରିଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିଲା। ଜରୁରିକାଳୀନ ସମୟରେ ପେଟ୍ରୋଲିୟମ ଦ୍ରବ୍ୟ ଯୋଗାଇଦେବାକୁ ୩.୭ ମିଲିୟନ ମେଟ୍ରିକ ଟନ୍ (ଏମ୍ଏମ୍ଟି) କ୍ଷମତା ବିଶିଷ୍ଟ ସଂରକ୍ଷଣ ଭଣ୍ଡାରର ନିର୍ମାଣ ଯୋଜନା ରହିଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏହି ଐତିହାସିକ ପ୍ରସ୍ତାବକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୦୦୦୬୩-ସିଏସପିଜି/୨୦।୩।୨୦୧୮ରେ ପ୍ରସ୍ତାବିତ ସ୍ଥାନ ଓ ଏହାର ଆଖପାଖରେ ଚାଲିଥିବା ପଥର ଖାଦାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ର ସଂଖ୍ୟା ୧୧୮୬/୧୨।୪।୨୦୧୮ରେ ଡଙ୍କାରୀରେ ଚାଲିଥିବା ସମସ୍ତ ପଥର ଖାଦାନକୁ ବନ୍ଦ କରିବାକୁ ଯାଜପୁର ଏସ୍ପିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପଥର ଖାଦାନ ଲିଜ୍ ଦେବାକୁ ପରିବେଶ ମଞ୍ଜୁରୀ ସକାଶେ ଜନଶୁଣାଣି କରାଯିବା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି। ଜନଶୁଣାଣିରେ ହାତଗଣତି କେତେଜଣ ଲୋକ ଏହାକୁ ସମର୍ଥନ କରିଛନ୍ତି। ଏହା ପ୍ରଯୋଜିତ ବୋଲି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା, ନାରୀ ଜାଗରଣ ସମିତିର ସଭାନେତ୍ରୀ ସାବିତ୍ରୀ ସାହୁ, ସତୀଶ ବିଶ୍ୱାଳ ପ୍ରମୁଖ କହିବା ସହ ଜନଶୁଣାଣିକୁ ବିରୋଧ କରିଛନ୍ତି। ଏପରିକି ସାମାଜିକ କର୍ମୀ ବେହୁରା ଏହି ଜନଶୁଣାଣି ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଭଣ୍ଡାର ପାଇଁ ଆବଶ୍ୟକ ୪୦୦ ଏକର ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଜମି ଯୋଗାଇ ଦେବା ବଦଳରେ ଖାଦାନ ଚାଲିବା ଅଭିଯୋଗ କରି ସ୍ଥାନୀୟ ସାମାଜିକ କର୍ମୀ ବେହୁରା ହାଇକୋର୍ଟ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହୋଇଥିଲେ। ୨୦୦୨ରୁ ପରିବେଶଗତ ଅନୁମତି ନ ଥାଇ ବେଆଇନ ଭାବେ କୋଟି କୋଟି ଟଙ୍କାର କଳାପଥର ଉତ୍ତୋଳନ ଉପରେ ଏନ୍ଜିଟିରେ ମାମଲା ରୁଜୁ ହେବା ପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ରୁଜୁ ହୋଇଥିଲା। ଏନ୍ଜିଟି ରାଜ୍ୟ ସରକାରଙ୍କୁ ଦାୟୀ କରି ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର ହୋଇଛି। ଏହାବାଦ ଚଣ୍ଡିଖୋଲ ତହସିଲ କୋର୍ଟରେ ପ୍ରାୟ ୫୯ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ଉପରେ ମାମଲା ବିଚାରାଧୀନ ରହିଛି। ରାଜ୍ୟ ସରକାର ତୈଳ ଭଣ୍ଡାର ପାଇଁ ଜମି ଯୋଗାଇ ନ ଦେଇ ପ୍ରଥମେ ପଥର ଖାଦାନ ପାଇଁ ପ୍ରସ୍ତୁତି ଚଳାଇଥିବା ସାଧାରଣରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଥର ଖାଦାନ ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଛି। ତୈଳ ଭଣ୍ଡାର ପ୍ରତିଷ୍ଠା ଆରମ୍ଭ ହେବା ପରେ ସରକାର ଯାହା ନିର୍ଦ୍ଦେଶ ଦେବେ ତଦନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର View All
‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…
ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...
ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…
ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...
ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ
ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ): ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...
ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି
ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...
ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ
କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...
ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ
ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...
ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ
ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...
ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
Archives


