ଗଳାବାଟ ବନ୍ଦ କର

ସାମଗ୍ରୀ ସେବା ଟିକସ( ଜିଏସ୍‌ଟି) ବ୍ୟବସ୍ଥା ମୁଖ୍ୟତଃ ଏହାର ସଂରଚନା ଓ କାର୍ଯ୍ୟ କରିବାର ଧାରା ଅଧିକାରୀମାନଙ୍କୁ ସମସ୍ୟାରେ ପକାଉଛି। ଏହି ବ୍ୟବସ୍ଥାରେ ଥିବା ଗଳାବାଟ ଦେଇ ଠକମାନେ ଠକୁଛନ୍ତି। କେବଳ ଆମ ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଜିଏସ୍‌ଟି ଠକାମି ସାମ୍‌ନାକୁ ଆସିଛି। ଅତି ନିକଟରେ ହୋଇଥିବା ଏହି ଠକାମିରେ ରାଜ୍ୟ ପ୍ରବର୍ତ୍ତନ ସ୍କ୍ବାଡ୍‌ ସୋମବାର ଏକ ର଼୍ୟାକେଟ୍‌କୁ ରେଡ୍‌ କରିଛି ଏବଂ ନକଲି ଚାଲାଣ ଦେଇ ରାଜକୋଷରୁ ୭୧୨ କୋଟି ଟଙ୍କା ଠକେଇ ପଦାକୁ ଆସିଛି। ବିଭିନ୍ନ ବାଟରେ ୧୨୯ କୋଟି ଟଙ୍କାର ଜାଲ୍‌ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ପାସ କରିଥିବା ଯୋଗୁ ଏହାର ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିଛିି। ରାଜକୋଷରୁ ଠକିବା, ଜାଲ ଫାର୍ମ ପଞ୍ଜୀକରଣ କରିବା ଏବଂ ଆଇଟିସି ଠକାମି ଏହି ସର୍ବବୃହତ୍‌ ପରୋକ୍ଷ ଟିକସ ବବସ୍ଥାକୁ ସବୁଠୁ ବଡ଼ କ୍ଷତି ପହଞ୍ଚାଇଥିବା ଜଣାପଡୁଛି। ନକଲି ଚାଲାଣ ଓ ଜାଲ୍‌ ଫାର୍ମ ଘଟଣାରେ ଟିକସ ଚୋରିକୁ କେନ୍ଦ୍ର କରି ଦେଶରେ ପ୍ରବର୍ତ୍ତନ ଅଧିକାରୀମାନେ ୬,୦୦୦ କେସ୍‌ ଆରମ୍ଭ କରିଛନ୍ତି। ଅନେକଙ୍କୁ ମଧ୍ୟ ଗିରଫ କରାଯାଇଛି। ଖୁବ୍‌ ନିକଟରେ ଏଠାକାର କେସ୍‌ରେ ମେମର୍ସ ମଧୁସ୍ମିତା ଷ୍ଟିଲ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ କଶ୍ମୀର କୁମାର ଅଗ୍ରଓ୍ବାଲ୧୧୪ କୋଟି ଟଙ୍କା ଜାଲ ଆଇଟିସି ଦ୍ୱାରା ପାଇଛନ୍ତି ଓ ୧୨୯ କୋଟି ଟଙ୍କାର ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ ୧୪ଟି ଜାଲ୍‌ କମ୍ପାନୀ ନାମରେ ପାସ୍‌ କରିଛନ୍ତି। ଏମିତିକା ହଜାର ହଜାର କେସ୍‌ ରହିଛି। ଠକାମିରେ କ୍ଷତି ହୋଇଥିବା ସବୁ ଟଙ୍କା ସରକାର ଫେରିପାଇବା ସମ୍ଭବ ହୋଇ ନ ପାରେ। ଏକ ମହତ୍‌ ଲକ୍ଷ୍ୟ ନେଇ ଜୁଲାଇ ୨୦୧୭ରେ ଆରମ୍ଭ କରାଯାଇଥିବା ଏହି ପରୋକ୍ଷ ଟିକସ ବ୍ୟବସ୍ଥାରେ ଭୁଲ୍‌ ରହିଲା କେଉଁଠି? ତେବେ ଜ୍ଞାନକୌଶଳ ଯାହା ଏହି ବ୍ୟବସ୍ଥାର ସଫଳତାର ଆଧାରଶିଳା ବୋଲି ମନେକରାଯାଉଥିତ୍ଲା ତାହା ବିଫଳତାର ସବୁଠୁ ବଡ କାରଣ ପାଲଟିଛି। ଶତ ପ୍ରତିଶତ ଆଇଟି ଆଧାରରେ ଏହାର ସମସ୍ୟାକୁ ସମାଧାନ କରିବା ଲାଗି ନୂଆ ନିୟମର ବ୍ୟବସ୍ଥା କରାଯାଇଥିଲା। ଏଥିତ୍ପାଇଁ ଜିଏସ୍‌ଟି ପୋର୍ଟାଲ ମଧ୍ୟ ବିକାଶ କରାଯାଇଥିଲା। ଗୋଟିଏ ସଂସ୍ଥାର ଆରମ୍ଭରୁ ଶେଷ ଯାଏ ସବୁ କାରବାର ଓ ରସିଦଗୁଡିକର ରେକର୍ଡ ରଖିବା ପାଇଁ ପୋର୍ଟାଲ କରାଯାଇଥିଲା। ଯାଞ୍ଚ ପରେ ପୋର୍ଟାଲ ଆଇଟିସି କ୍ରେଡିଟ୍‌କୁ ଅନୁମତି ଦିଏ। ତେବେ ଏହି କାର୍ଯ୍ୟ କରିବାକୁ ପୋର୍ଟାଲ ସମ୍ପୂର୍ଣ୍ଣ ବିଫଳ ହେଲା। ମାସକୁ ମାସ ଆଇଟିସିର ପୁନଃ ଯାଞ୍ଚ କରିବା ପରିବର୍ତ୍ତେ ଏହା ୬ ମାସ ପରେ ହୋଇଥିଲା। ଏହାଦ୍ୱାରା ଠକମାନେ ପୂରା ଜିଏସ୍‌ଟି ବ୍ୟବସ୍ଥାକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ସମୟ ପାଇଲେ। ଠକାମିକୁ ରୋକିବା ଲାଗି ଟ୍ରାକିଂ କିମ୍ବା ପୁନଃ ଯାଞ୍ଚ ପ୍ରକ୍ରିୟା ନ ଥିବାରୁ ଅଧିକାରୀମାନେ ଘଟୁଥିତ୍ବା ଅନିୟମିତତା ସମ୍ପର୍କରେ କୌଣସି ଖବର ବି ଜାଣିପାରିଲେ ନାହିଁ।
ମୋଦି ସରକାର ରାଜନୈତିକ ପ୍ରଶଂସା ସାଉଁଟିବାକୁ ୨୦୧୭ରେ ଜିଏସ୍‌ଟିକୁ ତରବରିଆ ଭାବେ ଲାଗୁ କରିଥିଲେ। ଏଥିପାଇଁ ଆଇଟି ଭିତ୍ତିଭୂମି ମଜଭୁତ କରିବାକୁ ହେବ ବୋଲି ନିଶ୍ଚିତ ନ କରି ଏହାକୁ ଲାଗୁ କରିଥିଲେ। ଏହି ବ୍ୟବସ୍ଥାକୁ ଏତେ ତରବରିଆ ଭାବେ ଲାଗୁ କରିବାର କୌଣସି କାରଣ ନ ଥିତ୍ଲା। ଆଇଟି ଭିତ୍ତିଭୂମିର ପୂରା ବିକାଶ କିମ୍ବା ପରୀକ୍ଷା ହୋଇ ନ ଥିବାବେଳେ ଏହାକୁ ଲାଗୁ କରାଯାଇଥିଲା। ଭାରତରେ ଅର୍ଥବ୍ୟବସ୍ଥା ପାଇଁ ଏକକ ଟିକସ ବ୍ୟବସ୍ଥା ଚାଲିବା ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଦୂରରେ ଥିଲା। ଏହା ସହ ତାହା ଏକ ଦୁର୍ବଳ ତଥା ବାଧ୍ୟତାମୂଳକ ସଂରଚନା ଓ ଦୃଷ୍ଟିକୋଣ ଥିତ୍ଲା। ଏହି ବ୍ୟବସ୍ଥାର କାର୍ଯ୍ୟାନ୍ବୟନରେ ରହିଥିବା ଅଭାବ ଲୋକମାନଙ୍କୁ ଏହାକୁ ବଦଳାଇ ଦେବା ଲାଗି ପ୍ରୋତ୍ସାହିତ କରିଛି। ବିଭିନ୍ନ ପ୍ରକାର କାର୍ଯ୍ୟଧାରା ବିକଶିତ ହେଲା। ଜାଲ ଫାର୍ମ ପଞ୍ଜୀକରଣ କରାଗଲା, ବିନା ସାମଗ୍ରୀ ପରିବହନରେ ନକଲି ଚାଲାଣ ବି କଟାହେଲା। ନକଲି ଚାଲାଣ ବଦଳରେ ଆଇଟିସି ଦାବି କରାଗଲା। ଏହା ସହ କମ୍‌ ଟିକସ ଦେବା ପାଇଁ କାରବାରର ବାସ୍ତବ ଚାଲାଣଠାରୁ କମ୍‌ କଟାହେଲା। ଜିଏସ୍‌ଟି ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ହୋଇଗଲା, ଯାହାଦ୍ୱାରା ଠକମାନଙ୍କୁ ଯାହା ଇଚ୍ଛା ତାହା କରିବା ପାଇଁ ସୁଯୋଗ ଦେଲା। ବିଭିନ୍ନ ପ୍ରକାର ଉପତ୍ାଦ ଉପରେ ନିର୍ଦ୍ଧାରିତ ଟିକସଠାରୁ କମ୍‌ ଦେବା ପାଇଁ ଏମାନେ ଉପତ୍ାଦର ନାମକୁ ଭୁଲ ଦର୍ଶାଇଲେ। ବ୍ରାଣ୍ଡେଡ୍‌ ପ୍ରଡକ୍ଟ ବା ଉପତ୍ାଦ ଲାଗି ଉଚ୍ଚ ଟ୍ୟାକ୍ସ ସ୍ଲାବ୍‌ ଥିବାବେଳେ ଅଣ ବ୍ରାଣ୍ଡେଡ୍‌ ଉପତ୍ାଦ ଲାଗି ଏହା ଖୁବ କମ୍‌ ରହିଛି। କିନ୍ତୁ କମ୍‌ ଟିକସ ହାର ଦାବି କରିବା ଲାଗି ବହୁସମୟରେ ବ୍ରାଣ୍ଡେଡ୍‌ ପ୍ରଡକ୍ଟର ଦାମ୍‌ କମ୍‌ କରିବା ଲାଗି ଏହାକୁ ଅଣ ବ୍ରାଣ୍ଡେଡ୍‌ ପ୍ରଡକ୍ଟ ନାମରେ ପାସ କରାଯାଉଥିଲା। ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଯାହାକୁ ଦୂର କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri