ନୂଆଦିଲ୍ଲୀ, ୨୧।୮(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଭାଗ ନେବାପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ, କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ଦଳ ଗୁରୁବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ପହଞ୍ଚତ୍ଛନ୍ତି। କିଙ୍ଗ୍ସ ଇଲେଭେନ ପେସ୍ ବୋଲର ମହମ୍ମଦ ସାମି ଯାତ୍ରା ସମୟର ଏକ ଫଟୋ ସେୟାର କରିଛନ୍ତି। ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ଦଳ ଦୁବାଇରେ ଏବଂ ନାଇଟ ରାଇଡର୍ସ ଦଳ ଆବୁଧାବିରେ ଅବସ୍ଥାନ କରିବ। ଯିବା ପୂର୍ବରୁ ଖେଳାଳିଙ୍କର ଏକାଧିକଥର କୋଭିଡ-୧୯ ଟେଷ୍ଟ ହୋଇଛି। ୟୁଏଇରେ ଖେଳାଳିମାନେ ୬ ଦିନପାଇଁ ଆଇସୋଲେଶନରେ ରହିବେ। ଏହି ଅବସରରେ ପ୍ରଥମ, ୩ୟ ଓ ୬ଷ୍ଠ ଦିନ ସେମାନଙ୍କର କୋଭିଡ ଟେଷ୍ଟ ହେବ। ରିପୋର୍ଟ ନେଗେଟିଭ୍ ଆସିଲେ ସେମାନେ ଜୈବ ସୁରକ୍ଷିତ ପରିବେଶରେ ଟ୍ରେନିଂ ଆରମ୍ଭ କରିପାରିବେ। ସେପ୍ଟେମ୍ବର ୧୯ରୁ ଏହି ଲିଗ୍ ଆରମ୍ଭ ହେବ। ଟୁର୍ନାମେଣ୍ଟର ପ୍ରତି ୫ ଦିନରେ ଥରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କର କୋଭିଡ ଟେଷ୍ଟ ହେବ।
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ଜୈବ-ସୁରକ୍ଷିତ ପରିବେଶରୁ ଆସୁଥିବାରୁ କ୍ୱାରାଣ୍ଟାଇନ୍ର ଆବଶ୍ୟକତା ନାହିଁ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧ୍ୟକ୍ଷ ସଞ୍ଜୀବ ଚୁରିଓ୍ବାଲା ପ୍ରକାଶ କରିଛନ୍ତି। ଆରସିବି ସମେତ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଶୁକ୍ରବାର ୟୁଏଇରେ ପହଞ୍ଚତ୍ବେ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ଦଳର ସମସ୍ତ ଖେଳାଳି ଓ କର୍ମକର୍ତ୍ତା ଦୁବାଇସ୍ଥିତ ଓ୍ବାଲ୍ଡର୍ଫ ହୋଟେଲରେ ରହିବେ । ଏଥିପାଇଁ ପୂରା ଏକ ବ୍ଲକ୍ ବୁକ୍ କରାଯାଇଛି। ଏଥିରେ ୧୫୫ ରୁମ୍, ଜିମ୍ ଏବଂ ଡାଇନିଂ ରହିଛି। ହୋଟେଲର ସମସ୍ତ କର୍ମଚାରୀଙ୍କର ମଧ୍ୟ କୋଭିଡ-୧୯ ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଆରସିବି ଟିମ୍ ୪୦ ସଦସ୍ୟ ବିଶିଷ୍ଟ ରହିବ। ଏହା ମଧ୍ୟରେ ୨୧ ଖେଳାଳି, ୫ ନେଟ୍ ବୋଲର, ୨ ଥ୍ରୋ ଡାଉନ୍ ସ୍ପେଶାଲିଷ୍ଟ, ୨ କ୍ରୀଡ଼ା ମନସ୍ତତ୍ତ୍ୱବିତ୍ ସାମିଲ।
ମାତ୍ର ୫୬ ବଲରେ କମାଲ୍ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍ ପୂର୍ବରୁ…
ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...
ନ୍ୟୁଜିଲାଣ୍ଡ ସିରିଜ୍ ଖେଳିବା ଆଶାରେ ଶ୍ରେୟସ
ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...
ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….
ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...
ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ
ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...
୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ
ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...
ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ
ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...
ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...
ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ
ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...
Archives


