ପୂଜା ଅର୍ଥ ଲାଗିବ ପରୋପକାରରେ

ଅନୁଗୋଳ ଅଫିସ୍‌, ୨୦।୮: ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପୂଜାଋତୁ ଚଳିତବର୍ଷ ଫିକା ପଡ଼ିବ। କରୋନା କଟକଣା ପାଇଁ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଘ୍ନରାଜ ଗଜାନନଙ୍କ ପୂଜା ଅନୁଗୋଳରେ ପୂର୍ବପରି ଧୁମ୍‌ଧାମରେ ହେବ ନାହିଁ। ପ୍ରଶାସନ ଏ ନେଇ ନିର୍ଦ୍ଦେଶନାମା ଜାରି କରିସାରିଥିବାରୁ ସହରରେ ସାଜସଜ୍ଜା କରାଯାଇ ନାହିଁ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜାକଜମକ ଭସାଣି ମଧ୍ୟ ଦେଖିବାକୁ ମିଳିବ ନାହିଁ। ତେବେ ପ୍ରତିବର୍ଷ ଏ ବାବଦରେ ଖର୍ଚ୍ଚ ହେଉଥିବା ଲକ୍ଷ ଲକ୍ଷ ଟଙ୍କାକୁ ଏଥର ପୂଜା କମିଟିଗୁଡ଼ିକ ପରୋପକାରରେ ଲଗାଇବେ। ଆଦାୟ ଅର୍ଥ ମଧ୍ୟରୁ କିଛି ସେମାନେ କୋଭିଡ୍‌ ଓ ଅନ୍ୟ ବିପତ୍ତିର ଶିକାର ହୋଇଥିବା ଅସହାୟ ଲୋକଙ୍କ ପାଇଁ ବ୍ୟୟ କରିବେ।
ଅନୁଗୋଳ ସହରର ୩୦ରୁ ଅଧିକ ମଣ୍ଡପରେ ଗଣେଶପୂଜା କରାଯାଏ। ଏଥିପାଇଁ ମାସ ମାସ ପୂର୍ବରୁ ପ୍ରସ୍ତୁତି ବୈଠକ ବସି କାର୍ଯ୍ୟସୂଚୀ ସ୍ଥିର କରାଯାଏ। ବଜାରକୁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ସପ୍ତାହେ ଧରି ଏହି ପୂଜା ବିଭିନ୍ନ ଅନୁଷ୍ଠାନରେ ଅନୁଷ୍ଠିତ ହୁଏ। ପ୍ରତି ସନ୍ଧ୍ୟାରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ବିଶେଷକରି ମଲୋଡି, ରେକର୍ଡ ଡ୍ୟାନ୍ସ ଓ ଓଲିଉଡ୍‌ ନାଇଟ୍‌ ବି କେତୋଟି ଜାଗାରେ ହୋଇଥାଏ। ପୂଜା ଶେଷଦିନ ଭସାଣିରେ ସବୁଠାରୁ ବେଶି ଅର୍ଥ ଖର୍ଚ୍ଚ କରାଯାଏ। ଗୋଟିଏ ଗୋଟିଏ ମଣ୍ଡପ କର୍ମକର୍ତ୍ତାମାନେ ଏଥିପାଇଁ ୫ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ଖର୍ଚ୍ଚ କରିଥାନ୍ତି। କିନ୍ତୁ ମହାମାରୀ କରୋନା ପାଇଁ ଚଳିତବର୍ଷ ସହରରେ ପୂଜା ଆୟୋଜନ ଦେଖିବାକୁ ମିଳିନାହିଁ। ପ୍ରଶାସନ ପକ୍ଷରୁ ପୂଜା ପାର୍ବଣ ଉପରେ କଟକଣା ଲଗାଯାଇଥିବାରୁ କୌଣସି ମଣ୍ଡପରେ କର୍ମକର୍ତ୍ତାମାନେ ଗଜାନନଙ୍କ ପୂଜା କରିପାରିବେ ନାହିଁ। ବୁଧବାର ଜାରି କରାଯାଇଥିବା ଜିଲା ପ୍ରଶାସନର ଏହି ସ୍ପଷ୍ଟ ନିର୍ଦ୍ଦେଶନାମାକୁ ପୂଜା କମିଟିଗୁଡ଼ିକ ସ୍ବାଗତ କରିଛନ୍ତି। ସେମାନେ ନିରାଡ଼ମ୍ବର ଭାବେ ମେଢ଼ ନ କରି କେବଳ କ୍ଲବ ଘରେ ମୂର୍ତ୍ତି ପୂଜା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ଖର୍ଚ୍ଚ ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କା ମଧ୍ୟରୁ କିଛି ଅର୍ଥ ବିଭିନ୍ନ ସମୟରେ ହେଉଥିବା ପ୍ରାକୃତିକ ଦୁର୍ବିପାକ ଓ ଅସହାୟମାନଙ୍କୁ ସହାୟତା ବାବଦରେ ପ୍ରଦାନ କରାଯିବ ବୋଲି କମିଟିଗୁଡ଼ିକ ପକ୍ଷରୁ ନିଷ୍ପତ୍ତି କରାଯାଇଛି। ସେହିପରି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚଳିତବର୍ଷ ସ୍ଥଗିତ କରାଯାଇଥିବା ବେଳେ ଲୋକଙ୍କୁ ପ୍ରଦାନ କରାଯାଉଥିବା ଅନ୍ନପ୍ରସାଦ ସେବାକୁ ମଧ୍ୟ କେତୋଟି କ୍ଲବ ପକ୍ଷରୁ ବାତିଲ୍‌ କରାଯାଇଛି।

ମଣ୍ଡପରେ ପୂଜା ବନ୍ଦ
ଅନୁଗୋଳ ଜିଲାର କୌଣସି ମଣ୍ଡପରେ ଚଳିତ ବର୍ଷ ବିଘ୍ନରାଜ ଗଣେଶଙ୍କ ପୂଜାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ଏହି ପଦକ୍ଷେପ ନିଆଯାଇଛି। ୪ରୁ ୫ ଜଣ ସଦସ୍ୟଙ୍କୁ ନେଇ କୋଭିଡ୍‌-୧୯ ନିର୍ଦ୍ଦେଶନାମା ଅନୁପାଳନ ଆଧାରରେ ଘରେ ପୂଜା କରାଯାଇପାରିବ। ଅବମାନନା ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ମନୋଜ କୁମାର ମହାନ୍ତି, ଜିଲାପାଳ

ଛୋଟ ମୂର୍ତ୍ତି ପୂଜା କରିବୁ
ଏହି ପୂଜାରେ କ୍ଲବର ସଦସ୍ୟମାନେ ପାଖାପାଖି ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ସାଂସ୍କୃତିକ ସନ୍ଧ୍ୟାରେ ୫୦ରୁ ୫୫ ହଜାର ଟଙ୍କା ଖର୍ଚ୍ଚ କରାଯାଏ। ସାଜସଜ୍ଜା, ମୂର୍ତ୍ତି ଓ ଅନ୍ନପ୍ରସାଦରେ ଅବଶିଷ୍ଟ ଖର୍ଚ୍ଚ ହୁଏ। କିନ୍ତୁ ଚଳିତ ବର୍ଷ ଛୋଟ ମୂର୍ତ୍ତି ଆଣି କ୍ଲବ ଘରେ ପୂଜା କରାଯିବ।
-କ୍ଷୀରୋଦ ପ୍ରଧାନ, ହୁଲୁରିସିଂହା ୟୁନାଇଟେଡ୍‌ କ୍ଲବ

ପୂଜା ପରଦିନ ବିସର୍ଜନ
ପ୍ରତିବର୍ଷ ପୂଜାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଚଳିତବର୍ଷ ଉକ୍ତ ଅର୍ଥ ରଖାଯାଇ ବିଭିନ୍ନ ବିପତ୍ତି ସମୟରେ ଲୋକମାନଙ୍କୁ ସହାୟତା ଆକାରରେ ପ୍ରଦାନ କରାଯିବ। ଛୋଟ ମୂର୍ତ୍ତି ଆଣି କ୍ଲବରେ ପୂଜା କରାଯିବା ସହ ପରଦିନ ବିସର୍ଜନ କରାଯିବ।
-ରଶ୍ମିରଞ୍ଜନ ସାମଲ, ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ

ନିରାଡ଼ମ୍ବରରେ ସମ୍ପନ୍ନ ହେବ
ପୂଜା ଅବସରରେ କ୍ଲବ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ କିଛି କାର୍ଯ୍ୟ କରାଯାଇଥାଏ। କିନ୍ତୁ ଚଳିତବର୍ଷ ଏସବୁ ସ୍ଥଗିତ କରାଯାଇଛି। କେବଳ କିଛି ସଦସ୍ୟଙ୍କୁ ନେଇ କ୍ଲବରେ ନିରାଡମ୍ବରରେ ପୂଜା କରାଯିବ।
-ଅଶ୍ୱିନୀ ରାଉତରାୟ, ଗଣପତ କ୍ଲବ

ଆଦାୟ ଅର୍ଥ ସହାୟତାରେ ଲଗାଯିବ
ସାଢ଼େ ୪ ଲକ୍ଷ ଟଙ୍କା ପୂଜାରେ ଖର୍ଚ୍ଚ ହୋଇଥାଏ। ଏବର୍ଷ ସଦସ୍ୟମାନଙ୍କ ପାଖରୁ ସେମିତି କିଛି ଆଦାୟ କରାଯାଇନାହିଁ। ଯାହା କିଛି ମିଳିଛି ସେଥିରୁ ଅଳ୍ପ ଖର୍ଚ୍ଚ କରାଯାଇ ବଳକା ଅସହାୟମାନଙ୍କ ସାହାଯ୍ୟରେ ଲଗାଯିବ।
-ଅନୁପ କୁମାର ସାମଲ, ମହିମା ନେହେରୁ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri