Posted inଖେଳ

ଆଇପିଏଲ୍‌ ଟାଇଟଲ ରାଇଟ୍‌: ଡ୍ରିମ୍‌ ୧୧ର ୨୦୨୧,୨୦୨୨ ବିଡ୍‌କୁ ବିସିସିଆଇର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଳୀ,୨୦।୮(ପି.ଟି.): ୨୦୨୦ ପାଇଁ ଜଣାଶୁଣା ଫାଣ୍ଟାସୀ ଗେମିଂ ପ୍ଲାଟଫର୍ମ ଡ୍ରିମ୍‌ ୧୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ସ୍ପୋନ୍‌ସରଶିପ୍‌ ଅଧିକାର ହାସଲ କରିଛି। ଆଇପିଏଲ୍‌ର ୨୦୨୦ ସଂସ୍କରଣ ପାଇଁ ଡ୍ରିମ୍‌ ୧୧ ନୂଆ ଟାଇଟଲ ସ୍ପୋନସର ବୋଲି ଲିଗ୍‌ ଗଭର୍ନିଂ କାଉନସିଲ ଘୋଷଣା କରିଛି ଓ ଏ ନେଇ ବୁଧବାର ବିସିସିଆଇ ତରଫରୁ କୁହାଯାଇଛି। ତେବେ ବୋର୍ଡ ୨୦୨୧ ଓ ୨୦୨୨ ପାଇଁ ଡ୍ରିମ୍‌ ୧୧ର ବିଡ୍‌କୁ ପ୍ରତ୍ୟାଖ୍ୟାନ କରିଛି। ଅର୍ଥାତ ଆଗାମୀ ଦୁଇଟି ସେସନ ପାଇଁ ଏହି କମ୍ପାନୀ ବୋର୍ଡ ସହିତ ଜଡିତ ରହିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଲୋ ବିଡ୍‌ ଆମାଉଣ୍ଟ ପାଇଁ ଡ୍ରିମ୍‌ ୧୧ର ସର୍ତ୍ତମୂଳକ ୩ ବର୍ଷିଆ ପ୍ରସ୍ତାବକୁ ବିସିସିଆଇ ଅଗ୍ରାହ୍ୟ କରିଛି।
ମଙ୍ଗଳବାର ଡ୍ରିମ୍‌ ୧୧ ଏଜୁକେଶନାଲ ଟେକ୍ନୋଲୋଜି କମ୍ପାନୀ ବାଇଜୁ ଓ ଅନ୍‌ଏକାଡେମୀକୁ ପଛରେ ପକାଇ ୨୨୨ କୋଟି ଟଙ୍କାର ବିଡ୍‌ ସହିତ ୪ ମାସ ଓ ୧୩ ଦିନ ପାଇଁ ଟାଇଟଲ ରାଇଟ୍‌ ହାସଲ କରିଥିଲା। ଏହି କ୍ରମରେ ଚାଇନା ମୋବାଇଲ ଫୋନ୍‌ କମ୍ପାନୀ ଭିଭୋକୁ ହଟାଇ ରାଇଟ୍‌ ପାଇଥିଲା। ଯଦି ଟାଇଟଲ ସ୍ପୋନ୍‌ସର ଭାବେ ଭିଭୋ ପ୍ରତ୍ୟାବର୍ତ୍ତନ ନ କରେ ତେବେ ଡ୍ରିମ୍‌ ୧୧ ଦ୍ୱିତୀୟ ଓ ଦୃତୀୟ ବର୍ଷ ପାଇଁ ୨୪୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲା। ତେବେ ଏହାକୁ ବୋର୍ଡ ଗ୍ରହଣ କରିନାହିଁ। ଭାରତ ଓ ଚାଇନା ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ପାଇଁ ଭିଭୋ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲେ ମଧ୍ୟ ଚୁକ୍ତିରୁ ଓହରିବାକୁ ବାଧ୍ୟ ହୋଇଥିଲା। ଆଗାମୀ ଦୁଇଟି ସେସନ ପାଇଁ ଡ୍ରିମ୍‌ ୧୧କୁ ଉପଯୁକ୍ତ ଭାବେ ପାଉଣା ବୃଦ୍ଧି କରିବାକୁ କୁହାଯାଇଥିଲା ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଗାମୀ ଦୁଇବର୍ଷରେ କୋଭିଡି-୧୯ ପରିସ୍ଥିତିରେ ଉନ୍ନତି ହେବା ନିଶ୍ଚିତ ମନେ ହେଉଛି। ଭିଭୋ ସହିତ ଏବେ ବି ଆମର ଚୁକ୍ତି ବଳବତ୍ତର ରହିଛି। ଭିଭୋଠାରୁ ଆମେ ବର୍ଷକୁ ୪୪୦ କୋଟି ଟଙ୍କା ପାଉଥିବା ବେଳେ ୨୪୦ କୋଟି ଟଙ୍କାରେ ଡ୍ରିମ୍‌ ୧୧କୁ ଅଧିକାର ପ୍ରଦାନ କରିବାର ଆବଶ୍ୟକତା କ’ଣ ବୋଲି ସେ ପ୍ରଶ୍ନ କରିନ୍ତି। ପୁଣି ଏହାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଡ୍ରିମ୍‌ ୧୧ ଇତିମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛି ଓ ଆଇପିଏଲ୍‌ର ୬ଟି ଫ୍ରାଞ୍ଚାଇଜ୍‌ ସମେତ ଏବେ ମୋଟ ଉପରେ ୧୯ଟି ଲିଗ୍‌ ସହିତ ଜଡିତ ରହିଛି। ୨୦୨୦ ସଂସ୍କରଣ ପାଇଁ ଟାଇଟଲ ପ୍ରାୟୋଜକ ଭାବେ ଆମେ ଡ୍ରିମ୍‌ ୧୧କୁ ସ୍ବାଗତ କରୁଛୁ ବୋଲି ଆଇପିଏଲ୍‌ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି। ଡ୍ରିମ୍‌ ୧୧ ଏକ ଡିଜିଟାଲ ବ୍ରାଣ୍ଡ ହୋଇଥିବାରୁ ଅନ୍‌ଲାଇନ୍‌ରେ ଏହା ଆଇପିଏଲ୍‌କୁ ଆହୁରି ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଯଦି ଟାଇଟଲ ପ୍ରାୟୋଜକ ଭାବେ ଭିଭୋ ପ୍ରତ୍ୟାବର୍ତ୍ତନ ନ କରେ ତେବେ ବିସିସିଆଇ ୨୦୨୧ ଓ ୨୦୨୨ ସଂସ୍କରଣ ପାଇଁ ନୂଆ ବିଡ୍‌ ଖୋଲିବ। ଅତିକମ୍‌ ୪୦୦ କୋଟି ଟଙ୍କାରୁ କମ୍‌ ଥିବା କୌଣସି ବିଡ୍‌କୁ ବିସିସିଆଇ ଗ୍ରହଣ କରିବ ନାହିଁ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri