ଏଇ ଭାରତରେ

ଜଣେ ଚାକିରି ଛାଡ଼ି ଗୋଟିଏ ଗାଁର ୫୦୦ ପରିବାରକୁ ୩୦ ବର୍ଷ ପରେ କୃଷିକୁ ଫେରାଇ ଆଣିବା କିଛି କମ୍‌ କଥା ନୁହେଁ। ଏହି ବ୍ୟକ୍ତି ହେଉଛନ୍ତି ଗୋଆର ଇଲେକ୍ଟ୍ରିକାଲ ଇଞ୍ଜିନିୟର ନେଷ୍ଟର ରାଙ୍ଗଲ। ତାଙ୍କୁ ବର୍ତ୍ତମାନ ବୟସ ୫୨। ସେ ସେଣ୍ଟ ଇଷ୍ଟେଭାମ ଗାଁର ଲୋକମାନଙ୍କୁ କମ୍ୟୁନିଟି କୃଷି ମାଧ୍ୟମରେ ଧାନ ଚାଷ କରାଉଛନ୍ତିି। ଲୁଣିମାଟି ଯୋଗୁ ଚାଷ ନ ହୋଇ ଗାଁ ଜମି ପଡିଆ ପଡ଼େ। ଏହି ଜମିକୁ କୋଇଲା ପରିବହନ ପାଇଁ ଡେଭେଲପର୍ସମାନେ ବ୍ୟବହାର କରନ୍ତି। ଫଳରେ ୩ ଦଶନ୍ଧି ହେବ ଗାଁ ଲୋକେ ମୁମ୍ବାଇକୁ କାମ କରିବାକୁ ଚାଲିଯାଉଥିଲେ। ପ୍ରତି ପରିବାରକୁ ୧ ଏକର ଜମି ହିସାବରେ ପ୍ରାୟ ୫ ଶହ ଏକର ଜମିରେ ସେମାନେ କମ୍ୟୁନିଟି ଫାର୍ମିଂ କରୁଛନ୍ତି। ଜୈବିକ ପଦ୍ଧତିରେ ଏହିି ଚାଷ ହେଉଛି। ରାଙ୍ଗଲ ମୁମ୍ବାଇରେ ଏକ ବହୁରାଷ୍ଟ୍ରୀୟ ଜାପାନିଜ କମ୍ପାନୀରୁ ୨୦୦୨ରେ ଚାକିରି ଛାଡ଼ିବା ପରେ ଗୋଆରେ ଏକ ଇଲେକ୍ଟ୍ରୋନିକ୍ସ ଦୋକାନ କରିଥିଲେ। ଏବେ ସେ ୪୦ ଏକର ଜମିରେ ଚାଷ କରିବା ସହ ଛେଳି ଓ ଗୋପାଳନ କରୁଛନ୍ତି। ୭୦୦ରୁ ଊର୍ଦ୍ଧ୍ୱ ଆମ୍ବ ଗଛ ଲଗାଇଛନ୍ତି। ସେ ଇଷ୍ଟେଭାମ ଗାଁକୁ କମ୍ୟୁନିଟି ଫାର୍ମିଂ ପାଇଁ ଚୟନ କରିଥିଲେ। ଗାଁ ଲୋକମାନେ ଏବେ ଜ୍ୟୋତି କିସମର ଧାନ ଚାଷ କରୁଛନ୍ତି। ଧାନକୁ ପ୍ରୋସେସିଂ କରି ଚାଉଳ କରୁଛନ୍ତି। ଏହି ଚାଉଳର ଚାହିଦା ଅଧିକ ଓ ଏକ କେଜିକୁ ୬୦ ଟଙ୍କା ମୂଲ୍ୟରେ ବିକ୍ରି କରି ଯଥେଷ୍ଟ ଲାଭ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri