Posted inଜାତୀୟ

ରାସ୍ତା ମାଟିରୁ ମିଳୁଛି ସୁନା: ସର୍ଭେ ପାଇଁ ଅଣ୍ଟା ଭିଡ଼ା

ଜଶପୁରନଗର, ୧୦।୮: ଛତିଶଗଡ଼ର ଜଶପୁରନଗରର ମାଟି ତଳେ ଟନ୍‌ ଟନ୍‌ ସୁନା ରହିଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ଥିବା ଇବ୍‌ ନଦୀ ତଥା ସୋନାଜୋରୀ ଅବବାହିକା ତଥା ଜନବସତି ଅଞ୍ଚଳର ରାସ୍ତାର ମାଟିରୁ ସୁନା କଣିକା ମିଳୁଛି। ରାସ୍ତାର ମାଟି ଆଣି ଧୋଇଦେଲେ ଛୋଟଛୋଟ ସୁନା କଣିକଣିକା ଚମକି ଉଠୁଛି। ଏହି ଅଞ୍ଚଳରେ କେତେ ପରିମାଣର ସୁନା ଗଚ୍ଛିତ ରହିଛି ତାହା ଜାଣିବା ପାଇଁ ନୂଆ ପ୍ରଣାଳୀରେ ସର୍ଭେ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜିଳା ପ୍ରଶାସନ ଏବଂ ରାଜ୍ୟ ଖଣି ବିଭାଗ ପକ୍ଷରୁ ଏନେଇ ନିଜର ମତ ରଖିବାକୁ ମନା କରାଯାଇଛି। ୨୦୧୦ରେ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର ଏବଂ ମୁମ୍ବାଇର ଦି ମାର୍କ କମ୍ପାନୀ ଦ୍ୱାରା ଏଠାରେ ସର୍ଭେ କରାଇଥିଲେ। ତେବେ ଫଳାଫଳ ସନ୍ତୋଷ ଜନକ ମିଳି ନ ଥିବା କୁହାଯାଇଥିଲା। ୬ ମାସ ସର୍ଭେରେ ମାଟି ତଳେ ସୁନା ଭଣ୍ଡାର ଥିବା ଜଣାପଡ଼ିଥିଲା। ତେବେ କେଉଁଠି ଏବଂ କେତେ ପରିମାଣର ସୁନା ରହିଛି ତାହା ଅନୁମାନ କରାଯାଇ ପାରି ନ ଥିଲା। ଏବେ ପୁଣି ଜିଲା ପ୍ରଶାସନ ପକ୍ଷରୁ ସୁନା ଭଣ୍ଡାର ସର୍ଭେ ନୂଆ ପ୍ରଣାଳୀରେ କରାଯିବା ଲାଗି ଅଣ୍ଟା ଭିଡ଼ାଯାଉଛି। ମାଟିରୁ ସୁନା ମିଳୁଥିବାରୁ ସ୍ଥାନୀୟ କାଂସବାଲ ଏବଂ ଫରସାବହାର ଅଞ୍ଚଳର ଲୋକେ ବର୍ଷା ଦିନଠାରୁ ସୁନା ସଂଗ୍ରହ କାମରେ ଲାଗି ଯାଉଛନ୍ତି। ଏଠାରେ ଚୋରା ବେପାରୀଙ୍କ ଭିଡ଼ ମଧ୍ୟ ହେଉଥିବା କୁହାଯାଉଛି। ଲୋକଙ୍କଠାରୁ ସୁନା କମ୍‌ ଦାମରେ ସେମାନେ କିଣି ନେଉଥିବା ଅଭିଯୋଗ ହେଉଛି। ବେପାରୀ ଲୋକଙ୍କଠାରୁ ୪ଶହରୁ ୫ ଶହ ଟଙ୍କାରେ ସୁନା କିଣି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଭମର ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମରକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri