Posted inଖେଳ

ଭାରତୀୟ କ୍ରିକେଟ୍‌ ଦଳର କିଟ୍‌ ପ୍ରାୟୋଜକ ଦୌଡ଼ରେ ପୁମା ସର୍ବାଗ୍ରେ

ନୂଆଦିଲ୍ଲୀ,୮।୮(ପି.ଟି.): ଭାରତୀୟ କ୍ରିକେଟ ଦଳର କିଟ୍‌ ପ୍ରାୟୋଜକ ଦୌଡ଼ରେ ବିଶ୍ୱର ଦୁଇ କ୍ରୀଡ଼ା ପୋଷାକ ଉତ୍ପାଦନକାରୀ କମ୍ପାନୀ ପୁମା ଓ ଆଡିଡାସ ସାମିଲ ହୋଇଛନ୍ତି। ଜର୍ମାନୀ କମ୍ପାନୀ ପୁମା କିନ୍ତୁ ଏହି ଦୌଡ଼ରେ ସମସ୍ତଙ୍କଠାରୁ ଆଗରେ ରହିଛି। ଆଡିଡାସ୍‌ ମଧ୍ୟ ଏହି ଦୌଡ଼ରେ ସାମିଲ ହେବାର ସମ୍ପାବନା ସୃଷ୍ଟି ହୋଇଛି। ତେବେ ଅନ୍ୟତମ କ୍ରୀଡ଼ା ପୋଷାକ ଉତ୍ପାଦନକାରୀ କମ୍ପାନୀ ନାଇକ୍‌ ଏହି ଦୌଡ଼ରେ ସାମିଲ ହୋଇଛି କି ନା ତାହା ଜଣାପଡିନାହିଁ। ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ନାଇକ୍‌ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହ ଚୁକ୍ତି କରିଥିଲା ଓ ୩୭୦ କୋଟି ଟଙ୍କା ଦେଇଥିଲା। ତେବେ ବିସିସିଆଇ ଅପେକ୍ଷାକୃତ କମ୍‌ ବିଡ୍‌ ଲଗାଇବା ନେଇ ପ୍ରସ୍ତାବ ରଖିବା ପରେ ନାଇକ୍‌ ଏଥିରେ ସହମତି ପ୍ରକାଶ କରି ନ ଥିଲା ଓ ଏହାକୁ ପ୍ରତ୍ୟାଖାନ କରିଥିଲା।
ତେବେ ପୁମା ଇତିମଧ୍ୟରେ ବିଡ୍‌ ଡକ୍ୟୁମେଣ୍ଟ ବା ଆଇଟିଟି (ଇନ୍‌ଭାଇଟେଶନ ସହ ଟେଣ୍ଡର) ଦସ୍ତାବିଜ୍‌ ୧ ଲକ୍ଷ ଟଙ୍କା ବିନିମୟରେ କ୍ରୟ କରିଛି। ବିଡ୍‌ ଦାଖଲ କରିବାକୁ ପୁମା ସ୍ବତନ୍ତ୍ର ଭାବେ ଉତ୍ସାହିତ ଅଛି ବୋଲି ନିଜ ନାମ ଗୋପନ ରଖି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଡିଡାସ୍‌ ମଧ୍ୟ ଏଥିରେ ସାମିଲ ହେବାକୁ ଇଚ୍ଛା ଜାହିର କରିଛି। ସାରା ବିଶ୍ୱରେ ପୁମାର ୩୫୦ଟି ସ୍ବତନ୍ତ୍ର ଷ୍ଟୋର ଓ ଆଡିଡାସ୍‌ର ୪୫୦ରୁ ଊର୍ଦ୍ଧ୍ୱ ଆଉଟ୍‌ଲେଟ ରହିଛି।
ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଓପନର ଲୋକେଶ ରାହୁଲ ଏବେ ପୁମାର ବ୍ରାଣ୍ଡ୍‌ ଆମ୍ବାସାଡର ରହିଛନ୍ତି। ପୁମା ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସହିତ ଜଡିତ ରହିଛି। ତେଣୁ ଭାରତୀୟ ମାର୍କେଟରେ ନିଜର ପ୍ରଭାବ ବିସ୍ତାର କରିବାକୁ ପୁମା ଏବେ ପ୍ରସ୍ତୁତ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। ବିସିସିଆଇ ମ୍ୟାଚ୍‌ ପିଛା ବେସ୍‌ ପ୍ରାଇସ୍‌ ୬୧ ଲକ୍ଷ ଟଙ୍କା ରଖିଛି। ତେବେ ଏହା ପୂର୍ବରୁ ମ୍ୟାଚ୍‌ ପିଛା ବେସ୍‌ ପ୍ରାଇସ୍‌ ୮୮ ଲକ୍ଷ ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri