ରେକର୍ଡ ନିଶାରେ ବାନ୍ଧ କାରିଗର ଘନଶ୍ୟାମ

ସୋନପୁର,୭ା୮: ଘନଶ୍ୟାମ ମେହେର। ବୟସ ୪୦। ଘର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକିରାପଡା। ବୟନଶିଳ୍ପରେ ସୂକ୍ଷ୍ମ କାରିଗରି ଓ ଉତ୍କୃଷ୍ଟ କଳା ନିପୁଣତା ପାଇଁ ଘନଶ୍ୟାମଙ୍କ ପଶ୍ଚିମ ଓଡ଼ିଶାରେ ବେଶ୍‌ ସୁନାମ ରହିଛି। ମା’ ମାଳତୀ ଓ ବାପା ରବି ମେହେରଙ୍କ ସେ ଦ୍ୱିତୀୟ ସନ୍ତାନ। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌। ପିଲାଟି ବେଳୁ ବାନ୍ଧକଳା ପ୍ରତି ସେ ଆକୃଷ୍ଟ ହୋଇଥିଲେ। କୌଳିକବୃତ୍ତିକୁ ଆପଣାଇବା ପରେ ବାପାଙ୍କୁ ବାନ୍ଧକଳାରେ ସହାୟତା କରୁଥିଲେ। ଏବେ ସେ ଲୁଗାବୁଣା, ବାନ୍ଧକାମ, କଲରିଂ, ଗ୍ରାଫ୍‌ ଡିଜାଇନିଂରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ସେ ବରଗଡ଼ ସହରରେ ରହି ସୁବର୍ଣ୍ଣପୁର, ବରଗଡ, ବଲାଙ୍ଗୀର ଓ ବୌଦ୍ଧ ଜିଲାର ବୁଣାକାରଙ୍କୁ ଶାଢି ଡିଜାଇନିଂ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରଥମେ ୨୫ଇଞ୍ଚ ଲମ୍ବ ୨୦ଇଞ୍ଚ ଚଉଡାର ଜଗନ୍ନାଥଙ୍କ ସୁନାବେଶ ଏବଂ ୩୦ଇଞ୍ଚ ଲମ୍ବ ୩୦ଇଞ୍ଚ ଚଉଡା ବାନ୍ଧକଳାରେ ସମଲେଇଙ୍କ ରାଜରାଜେଶ୍ୱରୀ ବେଶ(ଓ୍ବାଲ୍‌ ହ୍ୟାଙ୍ଗିଙ୍ଗ୍‌) ତିଆରି କରି ଘନଶ୍ୟାମ ଚର୍ଚ୍ଚାକୁ ଆସିଥିଲେ। ଏହି ବାନ୍ଧକଳାକୁ ନେଇ ତାଙ୍କୁ ୨୦୦୬ରେ ରାଜ୍ୟସରକାର ପୁରସ୍କୃତ କରିଥିଲେ। ବାପାଙ୍କ ପରଲୋକ ଗତେ ଘନଶ୍ୟାମ ସେହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଏବେ ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ତାଙ୍କୁ ଗ୍ରାଫ୍‌ କାଗଜରେ ୧ଲକ୍ଷ ୨୦ହଜାର ଶଙ୍ଖଚିତ୍ର ଅଙ୍କନ କରିବାକୁ ପଡିଛି। ଗତ ଏପ୍ରିଲ ମାସରେ ସେ ଏହି ଚିତ୍ର ଅଙ୍କନ ଶେଷ କରିଛନ୍ତି। କରୋନା କଟକଣା ପରେ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ସେ ବିଧିବଦ୍ଧ ଭାବେ ଆବେଦନ କରିବେ ବୋଲି ଘନଶ୍ୟାମ କହିଛନ୍ତି। ଗୋଟିଏ ଏ-ଫୋର ଗ୍ରାଫ୍‌ କାଗଜରେ ୩୬ଟି ଶଙ୍ଖ ଚିତ୍ର ରହିଛି। ପ୍ରତ୍ୟେକ ଶଙ୍ଖର ଉଚ୍ଚତା ପ୍ରାୟ ୧ ଇଞ୍ଚ ଲମ୍ବ ଦେଢ ଇଞ୍ଚ। ଏଥିପାଇଁ ସେ ୩୪୦୦ଖଣ୍ଡ ଗ୍ରାଫ୍‌ କାଗଜ ବ୍ୟବହାର କରିଛନ୍ତି। ଏପରି ଚିତ୍ର ଅଙ୍କନ ପାଇଁ ତାଙ୍କର ୧ହଜାରରୁ ଊର୍ଦ୍ଧ୍ୱ ପେନ୍‌ସିଲ ସରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଆଙ୍କିଥିବା ୧ଲକ୍ଷ ୨୦ ହଜାର ଶଙ୍ଖ ସହ ଅନ୍ୟ ଶଙ୍ଖଚିତ୍ରର ସାମଞ୍ଜସ୍ୟ ନାହିଁ। ୨୦୦୬ରୁ ସେ ଏହି ଶଙ୍ଖଚିତ୍ର ଅଙ୍କନ ଆରମ୍ଭ କରିଥିଲେ। ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବହୁ ରାତି ତାଙ୍କର ଅନିଦ୍ରାରେ କଟିଛି। କଠିନ ପରିଶ୍ରମର ଫଳ ତାଙ୍କୁ ନିଶ୍ଚିତ ସଫଳତା ଦେବ ବୋଲି ସେ ଆଶା ରଖିଛନ୍ତି।
ପୂର୍ବରୁ ଗ୍ରାଫ୍‌ କାଗଜରେ ୮୧ ହଜାର ଶଙ୍ଖଚିତ୍ର ଅଙ୍କନ କରି ୨୦୧୬ରେ ସେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରୁ ପ୍ରମାଣପତ୍ର ପାଇବା ପରେ ତାଙ୍କୁ ସ୍ବୀକୃତି ଓ ଆତ୍ମସନ୍ତୋଷ ମିଳିଥିଲା।

ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri