ଜାତୀୟ ହସ୍ତତନ୍ତ ଦିବସ: ବାନ୍ଧି ରଖିଛି ବାନ୍ଧକଳା

ଅଗଷ୍ଟ ୭, ଜାତୀୟ ହସ୍ତତନ୍ତ ଦିବସ। ଦେଶରେ ବୁଣାକାରଙ୍କ ଉନ୍ନୟନ ଲାଗି ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ହସ୍ତତନ୍ତ, ବାନ୍ଧକଳା କେବଳ ପୁରୁଷଙ୍କ ପାଖରେ ସୀମିତ ନୁହେଁ। ଏଥିରେ ଏମିତି କେତେଜଣ ମହିଳା ଅଛନ୍ତି ଯେଉଁମାନେ ଘରର ଚାରିକାନ୍ଥ ଭିତରେ ରହି ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରି ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି। ହସ୍ତତନ୍ତର ସୂକ୍ଷ୍ମକଳାକୁ ନେଇ ଜାତୀୟ, ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ସେମିତି କେତେଜଣ ମହିଳାଙ୍କୁ ଭେଟିଥିଲେ ଆମ ପ୍ରତିନିଧି। ସେମାନଙ୍କ ମନର କଥାକୁ ନେଇ ପ୍ରେମାନନ୍ଦ ଖମାରୀଙ୍କ ଏକ ସ୍ବତନ୍ତ୍ର ଉପସ୍ଥାପନା…

ବାନ୍ଧକଳା ପ୍ରତି ପ୍ରୋତ୍ସାହନ ଲୋଡ଼ା
ବାନ୍ଧକଳା ଆମକୁ ବାନ୍ଧି ରଖିଛି। ଏହି କଳାରେ ବହୁ ଉନ୍ନତି ଆସିଛି। କିନ୍ତୁ ବୁଣାକାରମାନେ ଆଜି ବି ଅବହେଳିତି। ସମ୍ମାନ ମିଳୁଛି ସତ କିନ୍ତୁ ସମସ୍ତ ବୁଣାକାରଙ୍କ ପେଟ ପୂରୁନି। ଏବେ କରୋନା ପାଇଁ ବୁଣାକାରମାନେ ଦୁଃଖକଷ୍ଟରେ ଅଛନ୍ତି। ଜୀବନ, ଜୀବିକା ଉଜୁଡ଼ି ଯାଇଛି। ପର୍ଯ୍ୟାପ୍ତ ବଜାର ସୁବିଧା ସହିତ ସୂତା, ରଙ୍ଗ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବା ଦରକାର। ଏହା ସହିତ ବୁଣାକାରଙ୍କୁ ସରକାରୀ ସହାୟତା ମିଳିବାର ଆବଶ୍ୟକତା ରହିଛି। ମୁଁ ଜାତୀୟ, ରାଜ୍ୟସ୍ତରୀୟ ପୁରସ୍କାର ପାଇଛି। ଷ୍ଟେଟବ୍ୟାଙ୍କ ପକ୍ଷରୁ ମନୋନୀତି ହୋଇ ସର୍ବଭାରତୀୟସ୍ତରରେ ଜଣେ ସଫଳ ଉଦ୍ୟୋଗୀଭାବେ ସମ୍ବର୍ଦ୍ଧିତ ହୋଇଛି। ହେଲେ ବୁଣାକାରଙ୍କୁ ସମ୍ମାନ ସହିତ ସହାୟତା ମିଳୁ ବୋଲି ମୁଁ ଦାବି କରୁଛି।
– ସୁକାନ୍ତି ମେହେର, ବରପାଲି

ାଢ଼ିରେ ସୀମିତ ନୁହେଁ ବାନ୍ଧକଳା
ପିଲାଟି ବେଳୁ ମା’ବାପାଙ୍କ ବାନ୍ଧକଳା ଦେଖି ଆସୁଥିଲି। ପାଠ ପଢ଼ୁଥିଲେ ମଧ୍ୟ ୧୦ବର୍ଷ ବୟସରୁ ସେହି କାମ ଶିଖିବା ଆରମ୍ଭ କଲି। ବାହାଘର ପରେ ସ୍ବାମୀ ବାନ୍ଧକଳା ପ୍ରତି ଆହୁରି ଉତ୍ସାହିତ କଲେ। ତାଙ୍କ ପ୍ରେରଣାରୁ ବିଭିନ୍ନ ଡିଜାଇନ୍‌ର ବାନ୍ଧକଳା ଶିଖିଲି। ବାନ୍ଧକଳା କହିଲେ ଲୋକେ ସାଧାରଣତଃ ଶାଢ଼ିକୁ ବୁଝିଥାନ୍ତି। ଏବେ ତାହା ଆଉ ଶାଢ଼ିରେ ସୀମିତ ନାହିଁ। ବାନ୍ଧକଳାରେ ମାସ୍କ, ରାଖୀ, ଟାଇ, ଟୋପି, ଟେବୁଲ କ୍ଲଥ, ଡୋର୍‌ ସ୍କ୍ରିନ, ବେଡ୍‌ଶିଟ୍‌, ରୁମାଲ ଆଦି ତିଆରି ହେଉଛି। ୨୦୧୩ରେ ମୋ ତିଆରି ସୁଦଶାବ୍ରତ ଶାଢ଼ି (ଝୋଟି ଡିଜାଇନ୍‌) ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ୨୦୧୫ ଜାତୀୟ ହସ୍ତତନ୍ତ ଦିବସରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଁ ସେହି ପୁରସ୍କାର ଗ୍ରହଣ କରିଥିଲି।
– ସସ୍ମିତା ମେହେର, ବରଗଡ଼
ପରମ୍ପରା ବଜାୟ ରହିଛି
ସମୟ ବଦଳୁଛି। ବାନ୍ଧକଳାରେ ଡିଜାଇନ୍‌ ବି ବଦଳି ଚାଲିଛି। କିନ୍ତୁ ପରମ୍ପରାଗତ ଡିଜାଇନ ପଛରେ ପଡ଼ି ନାହିଁ। ସବୁବେଳେ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମେ ଗୁରୁତ୍ୱ ଦେଇ ଆସୁଛୁ। ଆମେ ଯେଉଁ ଶାଢ଼ି ତିଆରି କରୁଛୁ, ସେଥିରେ କଳା ସଂସ୍କୃତି ଆଦି ମଧ୍ୟ ପ୍ରତିଫଳିତ ହେଉଛି। କେବଳ ସେତିକି ନୁହେଁ, ଲୋକଙ୍କ ଚାହିଦା ଅନୁଯାୟୀ, ବିଭିନ୍ନ ସମୟରେ ପ୍ରସ୍ତୁତ ଶାଢ଼ିରେ ଚିତ୍ରକଳା, ସାହିତ୍ୟ ଆଦି ଶିକ୍ଷଣୀୟ ତଥ୍ୟ ମଧ୍ୟ ପ୍ରସ୍ଫୁଟିତ ହେଉଛି। ଦିନକୁ ଦିନ ବାନ୍ଧକଳାର ଉନ୍ନତି ଘଟୁଛି। ୨୦୦୬ରେ ମୁଁ ପ୍ରସ୍ତୁତ କରିଥିବା ପାଟଶାଢ଼ି ‘ମହାଲକ୍ଷ୍ମୀ’ ପାଇଁ ନ୍ୟାଶନାଲ ଆୱାର୍ଡ ପାଇଥିଲି।
– ଶାନ୍ତିଲତା ମେହେର, ବରପାଲି
ବ୍ୟବହାର ହେଉଛି ପ୍ରାକୃତିକ ରଙ୍ଗ
ଏବେ ଆଧୁନିକ ଚାକଚକ୍ୟକୁ ଦେଖି ଶାଢ଼ି ପ୍ରସ୍ତୁତ କରାଯାଉଛି। ଫଳରେ ପୂର୍ବପୁରୁଷମାନେ ବାନ୍ଧକଳାରେ ଯେଉଁ ଶାଢ଼ି ତିଆରି କରୁଥିଲେ, ତାହା ଧୀରେ ଧୀରେ ହଜିବାକୁ ବସିଛି। ମାତ୍ର ଆମେ ସମ୍ପୂର୍ଣ୍ଣଭାବେ ପ୍ରାଚୀନତାର ପୁନରୁଦ୍ଧାରକୁ ଗୁରୁତ୍ୱ ଦେଇଆସୁଛୁ। ବିନାଗ୍ରାଫ୍‌ରେ ଡିଜାଇନ୍‌ ତିଆରି କରୁଛୁ। ପୂର୍ବପୁରୁଷଙ୍କ ପ୍ରସ୍ତୁତ ଶାଢ଼ି ଭଳି ହାତୀ, ସିଂହ, ହରିଣ(ହେର୍ଣ୍ଣା), ହଂସ, ଲହମାଛ, ଲହପୁଚ୍‌କି ଆଦି କଳା ଆମ ଶାଢ଼ିରେ ରହୁଛି। ସେହିପରି ମୁଗଛାଲି(ଚୋପା), କୁମ୍ଭାର ମାଟି, ଗୋରସ, ଅର୍ଜୁନ ଗଛ ଛାଲିରୁ ଶାଢ଼ି ପାଇଁ ପ୍ରାକୃତିକ ରଙ୍ଗ ତିଆରି କରୁଛୁ। ଏଥିରୁ ଆମର ଆଗାମୀ ପିଢ଼ି ପୂର୍ବପୁରୁଷଙ୍କ କାରିଗରି ଉପରେ ନିଶ୍ଚୟ କିଛି ଜାଣିପାରିବେ। ଆମ ପ୍ରସ୍ତୁତ ପାରମ୍ପରିକ ସାରାବନ୍ଧ ଶାଢ଼ି ୨୦୧୬ରେ ନ୍ୟାଶନାଲ ଆୱାର୍ଡ ପାଇଥିଲା। ସେହି ପୁରସ୍କାର ଆମେ ଜୟପୁରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଗ୍ରହଣ କରିଥିଲୁ।
– ଦେବକୀ ମେହେର, କପାବାରି


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri