Posted inଖେଳ

ଅବସର ନେଲେ ସ୍ପେନର ଏହି ଲିଜେଣ୍ଡ ଗୋଲକିପର

ମାଡ୍ରିଡ୍‌, ୫ । ୮ (ଏପି)-ରିୟଲ ମାଡ୍ରିଡ୍‌ ଓ ସ୍ପାନିଶ ଫୁଟ୍‌ବଲ ଇତିହାସର ଶ୍ରେଷ୍ଠ ଗୋଲକିପର ବୋଲି କୁହାଯାଉଥିବା ଇକର କାସିଲାସ୍‌ ମଙ୍ଗଳବାର ବିଧିବଦ୍ଧ ଫୁଟ୍‌ବଲରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ତାଙ୍କର ଶେଷ ମ୍ୟାଚ ବର୍ଷକ ପୂର୍ବେ ଖେଳିଥିଲେ। ୩୯ବର୍ଷୀୟ କାସିଲାସ ପର୍ତ୍ତୁଗିଜ୍‌ କ୍ଲବ୍‌ ପୋର୍ତ୍ତୋ ତରଫରୁ ଖେଳୁଥିଲେ। ଦୃଦ୍‌ଘାତ ଯୋଗୁ ଗତ ମେ ମାସ ପରଠାରୁ ସେ କୌଣସି ପ୍ରତିଯୋଗିତାରେ ଖେଳିନାହାନ୍ତି। କାସିଲାସ୍‌ ୯ବର୍ଷ ବୟସରେ ରିୟଲ ମାଡ୍ରିଡ୍‌ କ୍ଲବରେ ଯୋଗ ଦେଇଥିଲେ। କ୍ଲବ ତରଫରୁ ୧୬ରୁ ଅଧିକ ସିଜନ ଧରି ୭୨୫ ମ୍ୟାଚ ଖେଳିବା ସହ ୧୯ ଟାଇଟଲ ଜିତିଥିଲେ। ୨୦୧୫ରେ ପୋର୍ତ୍ତୋ କ୍ଲବରେ ଯୋଗ ଦେବା ପରେ ଦୁଇଟି ପର୍ତ୍ତୁଗିଜ୍‌ ଲିଗ୍‌ ଟାଇଟଲ ସହ ପର୍ତ୍ତୁଗିଜ୍‌ କପ୍‌ ଏବଂ ଏକ ସୁପର କପ୍‌ ଟାଇଟଲ ହାସଲ କରିଥିଲେ। ସ୍ପେନ୍‌ ତରଫରୁ ସେ ୧୬୭ ମ୍ୟାଚ ଖେଳିଛନ୍ତି ଏବଂ ସେ ୨୦ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ହୋଇ ପାରିଥିଲେ। ସେ ଦୁଇଟି ୟୁରୋପିଆନ ଚାମ୍ପିିୟନଶିପ୍‌ ମଧ୍ୟ ଜିତିଛନ୍ତି। ଉତ୍ତମ ବ୍ୟବହାର ଯୋଗୁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। କାସିଲାସ ଚଳିତବର୍ଷ ସ୍ପାନିଶ ଫୁଟ୍‌ବଲ ମହାସଂଘ ସଭାପତି ଦୌଡ଼ରେ ଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁ ସେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri