ମହାନଦୀ ପାଇଁ କଟକକୁ ଭୂକମ୍ପ ଭୟ

କଟକ ଅଫିସ,୩୧।୭: ଦେଶର ଯେଉଁ ୩୦ଟି ସହରକୁ ଭୂକମ୍ପ ଭୟ ରହିଛି, ସେହି ତାଲିକାରେ କଟକର ନାମ ସ୍ଥାନ ପାଇଛି। ମହାନଦୀର ତ୍ରିକୋଣ ଭୂମିରେ କଟକ ସହର ରହିଥିବାରୁ ଭୂକମ୍ପ ବିପଦ ରହିଛି। ଏହି ସହର ଉପରେ ଭୂକମ୍ପର ପ୍ରଭାବ କେମିତି ରହିବ, ତାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଅଧ୍ୟୟନ କରାଯିବ। କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟ ତରଫରୁ ଏ ନେଇ ଘୋଷଣା କରାଯାଇଛି। ୨୦୨୨ ସୁଦ୍ଧା ଅଧ୍ୟୟନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୨୪ରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବ ବୋଲି କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭୂକମ୍ପରୁ ପ୍ରମୁଖ ସହରଗୁଡ଼ିକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ପାଇଁ ଚିନ୍ତା କରୁଛନ୍ତି। ଏହି ତାଲିକାରେ କଟକ ସମେତ ବିଜୟୱାଡ଼ା, ପାଟନା, ସୁରଟ, ଭଦୋଦରା, ଶ୍ରୀନଗର, ଜମ୍ମୁ, ଧାନବାଦ୍‌, କୋଚି, ଇନ୍ଦୋର, ନାସିକ, ପୁଣେ, ଅମ୍ରିତସର, ଚେନ୍ନାଇ, କୋଏମ୍ବାଟୁର, ଆଗ୍ରା, ବାରାଣସୀ, ମିରଟ୍‌, ବରେଲି ଏବଂ କୋଲକାତା ସମେତ ମୋଟ ୩୦ଟି ସହର ରହିଛି। ଭୂକମ୍ପର ପ୍ରଭାବ ଅନୁଯାୟୀ ସହରଗୁଡ଼ିକୁ ୩ଟି ଜୋନ୍‌ ଯଥା ଜୋନ୍‌-୩, ଜୋନ୍‌-୪ ଏବଂ ଜୋନ୍‌-୫ରେ ବିଭକ୍ତ କରାଯିବ। ଜାତୀୟ ଭୂକମ୍ପ ବିଜ୍ଞାନ (ଏନ୍‌ସିଏସ୍‌)ର ସହଯୋଗରେ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଅଧ୍ୟୟନ କରିବା ପାଇଁ ସ୍ଥିର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୂପୃଷ୍ଠର ଗତି ଅନୁଯାୟୀ ବିଶ୍ୱ ଏବଂ ଆଞ୍ଚଳିକ ସ୍ତରରେ ଭୂକମ୍ପ ପ୍ରବଣ ଅଞ୍ଚଳ ଚିହ୍ନଟ ହେଉଛି। କିନ୍ତୁ ଏହା ଯଥେଷ୍ଟ ହେଉ ନ ଥିବାରୁ ନୂଆ ପଦ୍ଧତି ଆପଣାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପଦ୍ଧତି ଅନୁଯାୟୀ ଭୂକମ୍ପ ବିଜ୍ଞାନ, ଭୂ-ପଦାର୍ଥ ବିଜ୍ଞାନ, ଭୂତତ୍ତ୍ବ ବିଜ୍ଞାନରେ ଥିବା ବିଭିନ୍ନ ପ୍ରକାର କୌଶଳକୁ ବ୍ୟବହାର କରାଯିବ। ଏଥିସହ ତରଙ୍ଗର ବେଗ, ତରଳ ପଦାର୍ଥର ସମ୍ଭାବନା ସୂଚକାଙ୍କ, ଭୂପୃଷ୍ଠର କଠିନତା ସହ ସ୍ତରଗୁଡ଼ିକର ଗଭୀରତାକୁ ନେଇ ଅଧ୍ୟୟନ ହେବ। ମିଳିଥିବା ନମୁନାଗୁଡ଼ିକୁ ନେଇ ମଲ୍‌ଟି-ଚ୍ୟାନେଲ୍‌ ଆନାଲିସିସ୍‌ ଅଫ୍‌ ସର୍ଫେସ୍‌ ୱେଭ୍‌ (ଏମ୍‌ଏଏସ୍‌ଡବ୍ଲ୍ୟୁ), ଷ୍ଟାଣ୍ଡାର୍ଡ ପେନେଟ୍ରେଶନ୍‌ ଟେଷ୍ଟ (ଏସ୍‌ପିଟି), କୋନ୍‌ ପେନିଟ୍ରେଶନ୍‌ ଟେଷ୍ଟ (ସିପିଟି) ଏବଂ ଡାଉନ୍‌ହୋଲ୍‌ ଟେଷ୍ଟ (ଡିଏଚ୍‌ଟି) ଆଦି ବିଭିନ୍ନ ପ୍ରକାର ପରୀକ୍ଷା ପରେ ବର୍ଗୀକରଣ କରାଯିବ। ଯାହାଫଳରେ ଭୂକମ୍ପ ପାଇଁ ଦାୟୀ ବିଭିନ୍ନ କାରଣଗୁଡ଼ିକ ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିପାରିବ।
ଅଧ୍ୟୟନ ରିପୋର୍ଟକୁ ବିଶେଷଜ୍ଞମାନେ ସମୀକ୍ଷା କରିବା ପରେ ଭୂକମ୍ପ ବିପଦକୁ ପ୍ରତିରୋଧ ପାଇଁ କ’ଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ସେନେଇ ପରାମର୍ଶ ଦେବେ। ବିଶେଷକରି ଭୂକମ୍ପ ପ୍ରଭାବରୁ କୋଠାବାଡ଼ି ଆଦି ନିର୍ମାଣଗୁଡ଼ିକୁ କିପରି ସୁରକ୍ଷା ଦିଆଯାଇପାରିବ ଏବଂ ଭୂକମ୍ପ ପ୍ରଭାବ ହ୍ରାସ କରିବା ପାଇଁ ଯନ୍ତ୍ରୀମାନଙ୍କ ନିମନ୍ତେ କ’ଣ ନିର୍ଦ୍ଦେଶାବଳୀ ରହିବ ସେ ସମ୍ପର୍କରେ ଗାଇଡ୍‌ଲାଇନ୍‌ ଦିଆଯିବ। ଯାହାଫଳରେ ନୂତନ ନିର୍ମାଣ କାର୍ଯ୍ୟରେ ଉକ୍ତ କୌଶଳଗୁଡ଼ିକର ବ୍ୟବହାର କରାଯାଇ ଭୂକମ୍ପ ପ୍ରତିହତ କରିବା ଭଳି କୋଠାବାଡ଼ି ନିର୍ମାଣ କରାଯାଇପାରିବ। ଏତଦ୍‌ବ୍ୟତୀତ ପୌର କର୍ତ୍ତୃପକ୍ଷ, ପୂତ୍ତର୍ର୍ ବିଭାଗ, କେନ୍ଦ୍ର ଏବଂ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଭୂକମ୍ପ ପ୍ରତିରୋଧ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କେତେକ ପ୍ରସ୍ତାବ ଦିଆଯିବ ଦେଶର ପ୍ରମୁଖ ସହରଗୁଡ଼ିକୁ ଭୂକମ୍ପରୁ ସୁରକ୍ଷା ପ୍ରଦାନ ଦିଗରେ ଏହି ଅଧ୍ୟୟନ ବେଶ୍‌ ଫଳପ୍ରଦ ହେବ ବୋଲି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି। ପୂର୍ବରୁ ହୋଇଥିବା ଅନେକ ଅଧ୍ୟୟନରେ କଟକକୁ ଭୂକମ୍ପ ପ୍ରବଣ ଜୋନ୍‌ରେ ରଖାଯାଇଛି। ୨୦୧୮ରେ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍‌ଆଇ) ଅଧ୍ୟୟନରେ ପ୍ରଭାବିତ ଜୋନ୍‌ରେ କଟକ ସହର ରହିଥିଲା। ମହାନଦୀ ତ୍ରିକୋଣ ଭୂମିରେ କଟକ ସହର ରହିଥିବାରୁ ଭୂକମ୍ପ ବିପଦ ରହିଛି ବୋଲି ଅଧ୍ୟୟନରୁ ଜଣାପଡ଼ିଥିଲା। ଏଥିରେ କଟକକୁ ଜୋନ୍‌-୩ରେ ରଖାଯାଇଥିଲା। ସୂଚନାଯୋଗ୍ୟ, ଭୂକମ୍ପ ପ୍ରଭାବ ଅନୁଯାୟୀ, ୪ ପ୍ରକାର ଜୋନ୍‌ ରହିଛି। ଜୋନ୍‌-୨ରେ ଥିବା ଅଞ୍ଚଳଗୁଡ଼ିକରେ କମ୍‌ କ୍ଷତି ହେଉଥିବାବେଳେ ଜୋନ୍‌-୩ ଅଞ୍ଚଳରେ ମଧ୍ୟମ କ୍ଷତି, ଜୋନ୍‌-୪ ଅଞ୍ଚଳରେ ଅଧିକ କ୍ଷତି ଏବଂ ଜୋନ୍‌ -୫ ଅଞ୍ଚଳରେ ଅତ୍ୟଧିକ କ୍ଷତି ଘଟିଥାଏ। କଟକ ସହର ବର୍ତ୍ତମାନ ଜୋନ୍‌-୩ରେ ରହିଥିବାରୁ ଭୂକମ୍ପ ଆଶଙ୍କା ରହିଛି। କେନ୍ଦ୍ର ସରକାର ଏବେ ନୂତନ ଭାବେ ଅଧ୍ୟୟନ କରୁଥିବା ଯୋଗୁ ଏହା କଟକ ସହରକୁ ଭୂକମ୍ପରୁ ସୁରକ୍ଷିତ ରଖିବାରେ ସହାୟକ ହେବ ବୋଲି କୁହାଯାଉଛି।

କ୍ଷତିକୁ ଏଡ଼ାଇ ଦିଆଯାଇ ନ ପାରେ
ଯେଉଁ ଅଞ୍ଚଳରେ ନଦୀ ପ୍ରବାହିତ ହୁଏ, ସେସବୁ ସ୍ଥାନରେ ଅଶ୍ମମଣ୍ଡଳର ଘନତା ସାଧାରଣତଃ କମ୍‌ ରହେ। କଟକକୁ ଚାରିପାର୍ଶ୍ୱରୁ ନଦୀ ଘେରି ରହିଛି। ଏହା ଏକ ତ୍ରିକୋଣଭୂମି ଅଞ୍ଚଳ। କଟକ ଭୂପୃଷ୍ଠ ଚାରିପାର୍ଶ୍ୱରେ ଫାଟ ମଧ୍ୟ ରହିଛି। ଏଗୁଡ଼ିକ ଯେ କୌଣସି ସମୟରେ ଚଳନ କରିପାରେ। ଏଣୁ ଯଦି ବଡ଼ ଧରଣର ଭୂକମ୍ପ ହୁଏ ତାହେଲେ କଟକର କ୍ଷତିକୁ ଏଡ଼ାଇ ଦିଆଯାଇ ନ ପାରେ। ଏହି ସହର ଜୋନ୍‌-୩ରେ ରହିଛି। ପୂର୍ବରୁ ଅଧ୍ୟୟନ କେବଳ ଉପରଠାଉରିଆ ଭାବେ କରାଯାଇଛି। ଏବେ ମାଇକ୍ରୋ ଅଧ୍ୟୟନର ଆବଶ୍ୟକତା ରହିଛି।
– ପ୍ରଫେସର ଶ୍ରୀରୂପ ଗୋସ୍ବାମୀ, ଭୂତତ୍ତ୍ୱବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri