Posted inଖେଳ

ଟୋକିଓ ଉପରେ ଶ୍ରାବଣୀଙ୍କ ନଜର

ନୂଆଦିଲ୍ଲୀ, ୨୭।୭(ପି.ଟି.)- ସମ୍ପ୍ରତି ଜାମାଇକାରେ ଟ୍ରେନିଂ ଜାରି ରଖିଥିବା ତାରକା ଆଥଲେଟ୍‌ ଓଡ଼ିଶାର ଶ୍ରାବଣୀ ନନ୍ଦ କ୍ରମାଗତ ଦ୍ୱିତୀୟ ଥରପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲକ୍ଷ୍ୟରେ ରହିଛନ୍ତି। ବର୍ଷ ଆରମ୍ଭରୁ ଜାମାଇକାରେ ଟ୍ରେନିଂ କରୁଥିବାରୁ ଭାରତର ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ ସେ କୋଭିଡ-୧୯ ପରେ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବାର ସୁଯୋଗ ପାଇଥିଲେ। କିଙ୍ଗଷ୍ଟନରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ଭେଲୋସିଟି ଫେଷ୍ଟ ମିଟ୍‌ର ମହିଳା ୧୦୦ ମିଟରରେ ଭାଗ ନେଇଥିଲେ ୨୯ ବର୍ଷୀୟା ଶ୍ରାବଣୀ।
୨୦୧୭ରୁ ଜାମାଇକାରେ ଆଥଲେଟିକ୍ସ ମିଟ୍‌ ଗୁଡ଼ିକରେ ଭାଗ ନେଇ ଆସୁଛନ୍ତି ଶ୍ରାବଣୀ। ଭଲ ସ୍ଥାନରେ ଟ୍ରେନିଂ କରିବାକୁ ହେଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସମ୍ପ୍ରତି ସେ ଜାମାଇକାର ଏମଭିପି ଟ୍ରାକ୍‌ କ୍ଲବରେ ଟ୍ରେନିଂ ନେଉଛନ୍ତି। ତେଣୁ ପ୍ରତିଦ୍ୱନ୍ଦ୍ୱିତାରେ ଏହି କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ଭେଲୋସିଟି ଫେଷ୍ଟ ୧୦୦ ମିଟର ହିଟ୍‌ରେ ୧୧.୭୮ ସେକେଣ୍ଡ ସମୟ ନେଇଥିବା ଶ୍ରାବଣୀ ଓଭରଅଲ୍‌ ତୃତୀୟ ସ୍ଥାନରେ ରହିଥିଲେ। ଏଥିରେ ଅଲିମ୍ପିକ୍ସ ଚାମ୍ପିୟନ ଏଲିନେ ଥମ୍ପସନ, ତାରକା ଧାବିକା ଶେଲୀ-ଆନ୍‌ ଫ୍ରାସର-ପିୟର୍ସ ପ୍ରମୁଖ ଭାଗ ନେଇଥିଲେ। ଶ୍ରାବଣୀ ଶେଷଥରପାଇଁ ୨୦୧୭ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୪x୧୦୦ ମିଟର ରିଲେରେ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ଏହାପରେ ସେ ଆଉ ଭାରତୀୟ ଦଳର ସଦସ୍ୟା ହୋଇ ନାହାନ୍ତି। ୨୦୧୯ରେ ଭାରତୀୟ ପ୍ରତିଯୋଗୀମାନେ ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ପରି ବଡ଼ ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇଥିଲେ ହେଁ ଶ୍ରାବଣୀ ଏଥିରୁ ଦୂରେଇ ରହିଥିଲେ। ଏବେ ତାଙ୍କର ମୁଖ୍ୟ ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ସହଜ ନୁହେଁ। ମହିଳା ୧୦୦ ମିଟରରେ ୧୧.୧୫ ଓ ୨୦୦ ମିଟରରେ ୨୨.୮୦ ସେକେଣ୍ଡ ସମୟକୁ ଯୋଗ୍ୟତାର ମାନଦଣ୍ଡରୂପେ ଧାର୍ଯ୍ୟ କରାଯାଇଛି। ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବହୁ ଊର୍ଦ୍ଧ୍ୱରେ ହୋଇଥିଲେ ହେଁ ସେ ୨ଟି ଯାକ ଇଭେଣ୍ଟ ଉପରେ ଫୋକସ କରୁଛନ୍ତି ଏବଂ ଆଶା ରଖିଛନ୍ତି ବୋଲି କହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସର ୨୦୦ ମିଟରରେ ଭାଗ ନେଇଥିଲେ ଏହି ଓଡ଼ିଆ ଆଥଲେଟ୍‌। ତେବେ ସେ ନିଜ୍‌ ହିଟ୍‌ରେ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ୧୦୦ ଓ ୨୦୦ ମିଟରରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ଯଥାକ୍ରମେ ୧୧.୪୫ ଓ ୨୩.୦୭ ସେକେଣ୍ଡ।
ବିଶ୍ୱର ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଥଲେଟ୍‌ମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜାମାଇକାରେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ହୋଇଥିବାବେଳେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ସୁଯୋଗ ନାହିଁ। କରୋନା ଭାଇରସ ସଂକ୍ରମଣରେ ସବୁଠାରୁ କମ୍‌ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଜାମାଇକା ଅନ୍ୟତମ। ମୋଟ ୮୩୭ ଜଣ ସଂକ୍ରମିତ ହୋଇଥିବାବେଳେ ୭୧୧ ସୁସ୍ଥ ହୋଇଛନ୍ତି। ଏବେ ମାତ୍ର ୧୧୬ ଆକ୍ଟିଭ୍‌ କେସ୍‌ ରହିଛି। ଚଳିତ ବର୍ଷ ଶେଷଭାଗରେ ଭାରତକୁ ଫେରି ଘରୋଇ ପ୍ରତିଯୋଗିତାରେ ଭାଗ ନେବା ସମ୍ପର୍କରେ ସେ କିଛି ଯୋଜନା କରି ନାହାନ୍ତି। ପରିସ୍ଥିତିକୁ ଦେଖି ଯାହାକିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫଆଇ) ପକ୍ଷରୁ ସେପ୍ଟେମ୍ବର ୧୨ରେ ଘରୋଇ ସିଜନ ଆରମ୍ଭ କରାଯିବା ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri