ଅନାବୃଷ୍ଟି ଦାଉ ସାଧିଲାଣି: ମୁଣ୍ଡରେ ହାତଦେଲେଣି ଚାଷୀ

ଭୁବନେଶ୍ୱର,୨୬।୭(ବ୍ୟୁରୋ): କରୋନା ମହାମାରୀ ଅସ୍ତବ୍ୟସ୍ତ କରୁଥିବା ବେଳେ ରାଜ୍ୟରେ ଅନାବୃଷ୍ଟି ଚାଷ ପାଇଁ ଘାତକ ହେଲାଣି। ଜୁଲାଇ ଶେଷ ହେବାକୁ ବସିଥିବା ବେଳେ ରାଜ୍ୟର ଅଧା ଜିଲାରେ ଏବେ ମରୁଡ଼ି ପରିସ୍ଥିତି ମୁଣ୍ଡ ଟେକିଲାଣି। ଧାନତଳି ରୁଆ ହୋଇପାରୁ ନାହିଁ। ଚାଷୀ ମୁଣ୍ଡରେ ହାତଦେଇ ବସିଲେଣି। ୧୨ ଜିଲାରେ ପରିସ୍ଥିତି ସଙ୍ଗିନ ହେଲାଣି। ସେଥି ମଧ୍ୟରେ ପୁରୀ ଜିଲାରେ ସ୍ବାଭାବିକଠାରୁ ୪୭% କମ୍‌ ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୩୨%, ଭଦ୍ରକରେ ୨୩%, କଟକରେ ୩୬%, ଜଗତ୍‌ସିଂହପୁର ୨୩%, ଯାଜପୁରରେ ୩୯%, କେନ୍ଦ୍ରାପଡ଼ାରେ ୪୦%, ଖୋର୍ଦ୍ଧାରେ ୪୦%, କେନ୍ଦୁଝରରେ ୧୯%, ସୁବର୍ଣ୍ଣପୁରରେ ୨୫%, ମୟୂରଭଞ୍ଜରେ ୧୮% ଏବଂ ନୟାଗଡ଼ ଜିଲାରେ ୧୯ ପ୍ରତିଶତ କମ୍‌ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗରୁ ସୂଚନା ମିଳିଛି। ଆସନ୍ତା ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ଅଧିକାଂଶ ଜିଲାରେ ଧାନ ଚାଷ ଉଜୁଡିଯିବ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଧୋକା ଦେଇଛି। ଯେତିକି ବର୍ଷା ହେବା କଥା ତାହା ହେଉ ନାହିଁ। ରୁଆ ବେଉଷଣ କରି ନ ପାରି ଚାଷୀ ଆକାଶକୁ ଚାହିଁ ରହିଛନ୍ତି। ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କିନ୍ତୁ ଜୁଲାଇ ଶେଷ ହେବାକୁ ବସିଲାଣି ରାଜ୍ୟରେ ସ୍ବାଭାବିକ ବର୍ଷା ନାହିଁ। ଜୁନ୍‌ ପହିଲାରୁ ଜୁଲାଇ ୨୫ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୪୮୬.୭ ମିଲିମିଟର ବର୍ଷା ହେବା କଥା। କିନ୍ତୁ ୪୫୫.୫ ମିଲିମିଟର ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।

ଅନିୟମିତ ବୃଷ୍ଟିପାତ ରାଜ୍ୟର ଚାଷ କାର୍ଯ୍ୟକୁ ଗଭୀର ଭାବେ ପ୍ରଭାବିତ କରୁଛି। ୧୯୯୨ରେ ରାଜ୍ୟରେ ସ୍ବାଭାବିକ ବର୍ଷା ୮୫.୪ ପ୍ରତିଶତ ହୋଇଥିବା ବେଳେ ୨୦୧୬ରେ ଏହା ୮୧.୩ ପ୍ରତିଶତକୁ ଖସିଆସିଛି। ୧୯୯୨ ଜୁନ୍‌ରେ ରାଜ୍ୟରେ ୧୮୫.୮ ମିଲିମିଟର ବର୍ଷା ହୋଇଥିବା ବେଳେ ଜୁଲାଇରେ ୩୯୯.୨ ମିଲିମିଟର ବର୍ଷା ହୋଇଥିଲା। ତେବେ ୨୦୧୬ ଜୁନ୍‌ରେ ବର୍ଷା ୧୫୯.୫ ମିଲିମିଟର ଏବଂ ଜୁଲାଇରେ ୨୭୭.୮ ମିଲିମିଟରକୁ ଖସିଆସିଛି। ୨୦୧୯ରେ ଜୁନ୍‌ ଓ ଜୁଲାଇରେ ରାଜ୍ୟରେ ୧୭.୭ ପ୍ରତିଶତ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଚଳିତ ବର୍ଷ ମୌସୁମୀ ଜୁନ୍‌ ୧୧ରେ ରାଜ୍ୟକୁ ପ୍ରବେଶ କରିଥିଲା। ଜୁନରେ ୨୭ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଜୁଲାଇ ୨୫ ସୁଦ୍ଧା ୬% କମ୍‌ ବର୍ଷା ହୋଇଛି। ଜୁନ୍‌ରେ ୨ଟି ଲଘୁଚାପ ହୋଇଥିବା ବେଳେ ଜୁଲାଇରେ ଆଦୌ ହୋଇନାହିଁ। ଏପରିକି ମୌସୁମୀ ମଧ୍ୟ ଦୁର୍ବଳ ରହିଛି। ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର କୌଣସି ସୂଚନା ଦେଖାଯାଉ ନ ଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିବା ନେଇ ଅନୁମାନ କରାଯାଇଛି। ତେବେ ଆସନ୍ତା ୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିବ। ଲଘୁଚାପ ପ୍ରଭାବରେ ଜୁଲାଇ ୩୦ ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଅଗଷ୍ଟ ୨ରୁ ଉତ୍ତର ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ବିଶେଷକରି କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, ମୟୂଭରଞ୍ଜ ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri