Posted inଖେଳ

ଲିଜେଣ୍ଡ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ ହ୍ୟାଟ୍ରିକ ପରାଜୟ

ଚେନ୍ନାଇ,୨୪।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ସେ କ୍ରମାଗତ ତୃତୀୟ ପରାଜୟ ବରଣ କରିଛନ୍ତି। ଗୁରୁବାର ତୃତୀୟ ରାଉଣ୍ଡ ମ୍ୟଚ୍‌ରେ ସେ ରୁଷିଆ ଭ୍ଳାଡିମୀର କ୍ରାମ୍‌ନିକଙ୍କଠାରୁ ପରାସ୍ତ ହୋଇଛନ୍ତି। ସେ କ୍ରାମନିକ୍‌ଙ୍କଠାରୁ ୦.୫-୨.୫ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।
ସେ ପୂର୍ବରୁ ପ୍ରଥମ ଦୁଇଟି ରାଉଣ୍ଡରେ ଯଥାକ୍ରମେ ପିଟର ସ୍ବୀଡଲର ଓ ମାଗ୍ନସ କାର୍ଲସେନଙ୍କଠାରୁ ପରାସ୍ତ ହୋଇଥିଲେ। ତୃତୀୟ ରାଉଣ୍ଡରେ ମଧ୍ୟ ସେ ପ୍ରତ୍ୟାବର୍ତ୍ତନ କରି ନ ପାରି ପରାସ୍ତ ହୋଇଛନ୍ତି। ଆରମ୍ଭରୁ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ କ୍ରାମନିକ ଦୃଢ ପ୍ରତ୍ୟାବର୍ତ୍ତନ କରି ବାଜି ମାରିଥିଲେ। ଏହି ପରାଜୟ ସହ ଆନନ୍ଦଙ୍କ ଟାଇଟଲ ଆଶା ଶେଷ ହୋଇଛି। ବିଶ୍ୱର ଏକ ନମ୍ବର ଖେଳାଳି କାର୍ଲସେନ ଓ ସ୍ବୀଡଲର ୩ଟି ବିଜୟ ସହ ୯ ପଏଣ୍ଟ ହାସଲ କରି ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଛନ୍ତି। ଚତୁର୍ଥ ରାଉଣ୍ଡରେ ଆନନ୍ଦ ନେଦରଲାଣ୍ଡର ଅନିଶ୍‌ ଗିରିଙ୍କୁ ଭେଟିବେ। ବିଶ୍ୱର ୩ ନମ୍ବର ଖେଳାଳି ଡିଙ୍ଗ୍‌ ଲିରେନଙ୍କ ସଂଘର୍ଷ ଜାରି ରହିଛି। ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଶେଷରେ ସେ ୟୁକ୍ରେନର ଅଭିଜ୍ଞ ଖେଳାଳି ଭାସିଲ ଇଭାନ୍‌ଚୁକ୍‌ଙ୍କଠାରୁ ୧.୫- ୦.୫ରେ ପରାସ୍ତ ହୋଇଥିଲେ। ଏବେ ଆନନ୍ଦ ଓ ଲିରେନ୍‌ ବିନା ବିଜୟ ସହ ପଏଣ୍ଟ ତାଲକାର ନିମ୍ନରେ ରହିଛନ୍ତି। ସବୁ ରାଉଣ୍ଡ ରବିନ୍‌ ଗେମ୍‌ ବେଷ୍ଟ ଅଫ୍‌ ଫୋର ଗେମ୍‌ କଣ୍ଟେଷ୍ଟ ପଦ୍ଧତିରେ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ବିଶ୍ୱରେ ଶ୍ରେଷ୍ଠ ୬ ଜଣ କିମ୍ବଦନ୍ତୀ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏହି ଟୁର୍ନାମେଣ୍ଟ ମାଗ୍ନସ କାର୍ଲାସେନ ଚେସ୍‌ ଟୁରର ଏକ ଅଂଶବିଶେଷ ଓ ଆନନ୍ଦ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ ଖେଳୁଛନ୍ତି। ଏହି ଟୁର୍ନାମେଣ୍ଟର ବିଜେତା ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଗ୍ରାଣ୍ଡ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବେ ଓ ଏହା ଅଗଷ୍ଟ ୯ରୁ ୨୦ ତାରିଖ ମଧ୍ୟରେ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri