୧୫ସୁଦ୍ଧା ବାହାରିପାରେ ବାଣିଜ୍ୟ, ବିଜ୍ଞାନ ଫଳ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ବର୍ତ୍ତମାନ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଖାତା ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡିଯାଇଛି। ସିବିଏସ୍‌ଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଫଳ ପ୍ରକାଶ ପାଇସାରିଛି। ବର୍ତ୍ତମାନ ଗଣଶିକ୍ଷା ବିଭାଗ ଏନେଇ ଚିନ୍ତା କରୁଛି। ତଥାପି ଅଗଷ୍ଟ ୧୫ ସୁଦ୍ଧା ଯୁକ୍ତ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ସୂଚନା ଦେଇଛନ୍ତି।
କରୋନା ଯୋଗୁ ଛାତ୍ରୀଛାତ୍ରଙ୍କ ଖାତା ମୂଲ୍ୟାୟନରେ ବାଧା ସୃଷ୍ଟି ହୋଇଛି। ତଥାପି ମଝିରେ ଖାତା ଦେବା ନେଇ ଆବଶ୍ୟକ ଥିବା ଅନୁମତି ଗୁରୁବାର ମିଳିଯାଇଛି। ଏଥର ଖାତା ଦେଖା କାର୍ଯ୍ୟକ୍ରମ ସ୍ବଭାବିକ ହେବ। ନିକଟରେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଜିଲା ଖୋର୍ଦ୍ଧା, କଟକ, ଯାଜପୁର ଏବଂ ଗଞ୍ଜାମ ସହିତ ରାଉରକେଲା ମହାନଗର ନିଗମକୁ ଶଟ୍‌ଡାଉନ ଘୋଷଣା କରିଥିଲେ। ଫଳରେ ଏହିସବୁ ଅଞ୍ଚଳଗୁଡିକରେ ଖାତା ଦେଖା ବନ୍ଦ ରହିଥିଲା। ଉକ୍ତ ଜିଲାଗୁଡିକରେ ଖାତା ଦେଖା ନେଇ ଅନୁମତି ଲୋଡାଯାଇଥିଲା। ଏହି ସମସ୍ତ ଅଞ୍ଚଳରେ ମୋଟ ୩୫ ମୂଲ୍ୟାୟନ କେନ୍ଦ୍ର ରହିଥିବା ବେଳେ ଏସବୁଠାରେ ଖାତା ଦେଖା ଚାଲିବ। ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦକୁ ଏନେଇ ଅବଗତ କରାଯାଇଥିବା ମନ୍ତ୍ରୀ ଦାଶ କହିଛନ୍ତି। ଫଳରେ ମୂଲ୍ୟାୟନରେ ଯେପରି ବିଳମ୍ବ ନ ହେବ ସେଥିଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ଗାଇଡଲାଇନ ପାଳନ କରି ମୂଲ୍ୟାୟନ ଚାଲିବ। ମନ୍ତ୍ରୀ ଦାଶ ଆହୁରି କହିଛନ୍ତି, ବ୍ରହ୍ମପୁର ଏବଂ ରାଉରକେଲାରେ ଖାତା ଦେଖା ନେଇ ସମସ୍ୟା ରହିଥିଲା। ଯାହା ଏବେ ଆଉ ରହିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ପିଲାମାନଙ୍କ ଖାତା ଦେଖା ସରିଯିବ। ଏହାପରେ କଳା ବିଭାଗ ଛାତ୍ରୀଛାତ୍ରଙ୍କ ଫଳ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର...

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସନ୍ତୋଷ ଖଟୁଆଙ୍କୁ ଦେଲା ଟିକେଟ୍‌

ଭୁବନେଶ୍ୱର,୩।୫: ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ।...

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri