Posted inଜାତୀୟ

ଶ୍ମଶାନ ଘାଟରେ ହଙ୍ଗାମା: ମୃତଦେହ ଅଦଳବଦଳ ପଡ଼ିଲା ଜଣା

ଲକ୍ଷ୍ନୌ, ୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କେତେକ ହସ୍ପିଟାଲରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଘଟଣା ନେଇ ଅଭିଯୋଗ କରାଯାଉଛି। ଉତ୍ତରପ୍ରଦେଶ ଫରିଦାବାଦ୍‌ରେ ଥିବା ଏସିଆନ୍‌ ହସ୍ପିଟାଲରେ ଏଭଳି ଏକ ବଡ଼ ଧରଣର ଅବହେଳା ଘଟଣା ରବିବାର ଘଟିଛି। ଏଠାରେ ଚିକିତ୍ସିତ ହେଉଥିବା ରାଜକିଶୋର ନାମକ ଜଣେ ଲୋକଙ୍କର ମୃତ୍ୟୁ କ୍ୟାନସର ଯୋଗୁ ହୋଇଥିଲା। ଶନିବାର ରାତିରେ ରାଜକିଶୋରଙ୍କ ମୃତ୍ୟୁ ଘଟିଥିଲା। ତେବେ ରବିବାର ତାଙ୍କ ପରିବାରବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ପରିବାରବର୍ଗ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ପହଞ୍ଚିଲେ। ସେଠାରେ ରାଜକିଶୋରଙ୍କ ମୃତଦେହ ଉପରୁ କପଡ଼ା ହଟା ଯାଇଥିଲା। ଜଣାପଡ଼ିଥିଲା ତାହା ରାଜକିଶୋରଙ୍କ ମୃତଦେହ ନୁହେଁ। ଏହା ଅନ୍ୟ ଜଣେ ମହିଳାଙ୍କର। ଫଳରେ ଶ୍ମଶାନ ଘାଟରେ ହଙ୍ଗାମା ହୋଇଥିଲା। ଅପରପକ୍ଷରେ ଏସିଆନ୍‌ ହସ୍ପିଟାଲରୁ ମଧ୍ୟ ଜଣେ କ୍ୟାନସର ପୀଡ଼ିତା ମହିଳା ଉଷାଙ୍କ ମୃତ ଦେହ ଗାଏବ ଥିବା ଜଣାପଡ଼ିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୁଦ୍ଧି ହଜିଯାଇଥିଲା। ରାଜକିଶୋରଙ୍କ ପରିବାରବର୍ଗ ହସ୍ପିଟାଲକୁ ଫୋନ୍‌ କରି ସେମାନଙ୍କ ହସ୍ତାନ୍ତର କରାଯାଇଥିବା ମୃତଦେହ ସମ୍ପର୍କରେ ଜଣାଇଥିଲେ। ତତ୍‌କ୍ଷଣାତ୍‌ ଏସିଆନ୍‌ ହସ୍ପିଟାଲ ପକ୍ଷରୁ ରାଜକିଶୋରଙ୍କ ମୃତ ଦେହ ଶ୍ମଶାନକୁୁ ଆମ୍ବୁଲାନ୍ସ୍‌ରେ ନିଆଯାଇଥିଲା। ସେଠାରୁ ପୋଲିସ ଉପସ୍ଥିତିରେ ଉଷାଙ୍କ ମୃତଦେହକୁ ଫେରାଇ ଅଣାଯାଇଥିଲା। ରାଜକିଶୋର ଏବଂ ଉଷାଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ବୁଝାସୁଝା ମଧ୍ୟ କରିଥିଲେ। ଅସାବଧାନତା ବଶତଃ ଏଭଳି ଘଟିଥିବା ଏସିଆନ୍‌ ହସ୍ପିଟାଲର ସହାୟକ ଚିକିତ୍ସା ଅଧିକାରୀ ଡ. ଗୀତିକା ବିରଦି ସୂଚନା ଦେଇଛନ୍ତି। ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଘଣ୍ଟାରେ ଫେକ୍‌ କଣ୍ଟେଣ୍ଟ ହଟାଅ:ରାଜନୈତିକ ଦଳଙ୍କୁ ଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୭ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିର ଦୁରୁପଯୋଗ କରାଯାଇ ଡିପ୍‌ ଫେକ୍‌ ପ୍ରସ୍ତୁତ କରାଯିବା ଏବଂ ତଥ୍ୟକୁ ବିକୃତ କରାଯାଉଥିବାରୁ ନିର୍ବାଚନ କମିଶନ(ଇସି)...

ଆଜି ୯୩ ଆସନରେ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୭ା୫:ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ...

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri