ଆଜିଠୁ ଡୋନର ପଞ୍ଜୀକରଣ, ସ୍କ୍ରିନିଂ, କାଉନସେଲିଂ

କଟକ ଅଫିସ,୧୭।୭:ରାଜ୍ୟରେ ସଙ୍କଟାପନ୍ନ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବୁଧବାରଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି। ସଂଗୃହୀତ ହୋଇଥିବା ୮ ୟୁନିଟ୍‌ ପ୍ଲାଜ୍‌ମାରୁ ଗୋଟିଏ ପ୍ୟାକେଟ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଦିଆଯାଇଛି। ଆଉ ୪ ଜଣ ରୋଗୀଙ୍କ ପାଇଁ ୪ ୟୁନିଟ୍‌ ପ୍ଲାଜ୍‌ମା ସମ୍‌ ହସ୍ପିଟାଲ ପଠାଯାଇଛି। ଅବଶିଷ୍ଟ ୩ ୟୁନିଟ୍‌ ଗଚ୍ଛିତ ରହିଛି। ସେଥିରୁ ଆଉ ଗୋଟିଏ ୟୁନିଟ୍‌ ଶୁକ୍ରବାର ଅଶ୍ୱିନୀ ହସ୍ପିଟାଲକୁ ପଠାଯିବ ବୋଲି ଏସ୍‌ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ପ୍ରଥମ ଦିନର ଡୋନରଙ୍କ ମଧ୍ୟରେ ରାଜ୍ୟର ପ୍ରଥମ ଡାକ୍ତର ଭାବେ କରୋନା ଆକ୍ରାନ୍ତ ହୋଇଥିବା କଟକ ସିଟି ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଚିଦଭୂଷଣ ପଣ୍ଡା ସ୍ବେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦେଇଥିଲେ। ତାଙ୍କ ବ୍ୟତୀତ ମନୋଜ ବରାଳ, ଅବିନାଶ ରାଉତ ଓ ପଙ୍କଜ ବେହେରା ପ୍ଲାଜ୍‌ମା ଦେଇଛନ୍ତି। ଶୁକ୍ରବାର ଅନେକ ବ୍ୟକ୍ତି ଡୋନର ହେବା ପାଇଁ ସ୍ବେଚ୍ଛାକୃତ ଭାବେ ନିଜକୁ ପଞ୍ଜୀକୃତ କରାଇବା ପାଇଁ ଯୋଗାଯୋଗ କରିଥିବା ଏସ୍‌ସିବି ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହି ସ୍ବେଚ୍ଛାକୃତ ଡୋନରଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗରୁ ଅମ୍ଫନ ପୁନରୁଦ୍ଧାର କାର୍ଯ୍ୟରୁ ଫେରି କରୋନା ଆକ୍ରାନ୍ତ ହୋଇ ପରେ ସୁସ୍ଥ ହୋଇଥିବା ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗର ଯବାନ ରହିଛନ୍ତି। ଶୁକ୍ରବାରଠାରୁ ଡୋନରଙ୍କ ପଞ୍ଜୀକରଣ, ସ୍କ୍ରିନିଂ ଓ କାଉନସେଲିଂ ଆରମ୍ଭ ହେବ।

ଡୋନରଙ୍କ ପାଇଁ କ’ଣ ରହିଛି ଗାଇଡ୍‌ଲାଇନ
ଡୋନରଙ୍କ ପ୍ରଥମେ କୋଭିଡ୍‌ ଟେଷ୍ଟ ଓ ପରେ ଅନ୍ୟ ସମସ୍ତ ଆନୁଷଙ୍ଗିକ ନମୁନା ଯାଞ୍ଚ ହେବ। ନିୟମ ଅନୁଯାୟୀ ଡୋନରଙ୍କ ବୟସ ୨୦ରୁ ୫୦ ବର୍ଷ, ଓଜନ ସର୍ବନିମ୍ନ ୫୫ କିଗ୍ରା ଏବଂ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାର ଅତିକମ୍‌ରେ ୪ ସପ୍ତାହ ହୋଇଥିବା ଜରୁରୀ। ମହିଳାଙ୍କ କ୍ଷେତ୍ରରେ ସମସ୍ତ ନିୟମ ସମାନ ରହିବା ସହ କେବଳ ଡୋନର ମହିଳା ଶିଶୁ ଜନ୍ମ କିମ୍ବା ଗର୍ଭଧାରଣ କରି ନ ଥିବା ବାଞ୍ଝନୀୟ।
ଏସ୍‌ସିବିକୁ ନୂଆ ସୁଯୋଗ ଦେଲା ପ୍ଲାଜ୍‌ମାଥେରାପି
ଜଣେ ଡୋନରଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରିବା ପାଇଁ ଆଫେରେସିସ୍‌ ମେଶିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ମେଶିନ ଡୋନରଙ୍କ ରକ୍ତରୁ ପ୍ଲାଜ୍‌ମାକୁ ପୃଥକ୍‌ କରି ପୁଣି ଡୋନରଙ୍କ ଶରୀରକୁ ଅବଶିଷ୍ଟ ରକ୍ତାଂଶ ଫେରାଇଦିଏ। ପ୍ଲେଟ୍‌ଲେ୍‌ଟ ସଂଗ୍ରହରେ ମଧ୍ୟ ଏହି ମେଶିନ କାମରେ ଲାଗେ। କିନ୍ତୁ ଏସ୍‌ସିବିର ବ୍ଲଡ୍‌ ବ୍ୟାଙ୍କରେ ୫ ବର୍ଷ ଓ ରେଡକ୍ରସ୍‌ ବ୍ଲଡ୍‌ ବ୍ୟାଙ୍କରେ ଗତ ୧୦ ବର୍ଷ ହେଲା ଏହି ମେଶିନ ଖରାପ ହୋଇ ପଡ଼ିଥିଲା। ତେଣୁ ଉଭୟ ପ୍ଲାଜ୍‌ମା ଓ ପ୍ଲେଟ୍‌ଲେଟ୍‌ ପାଇଁ ହେଲ୍‌ଥ ହବ୍‌ କଟକ ସିଟିକୁ ରାଜଧାନୀ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଥିଲା। କିନ୍ତୁ ଏବେ ଏସ୍‌ସିବି ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗକୁ ପ୍ଲାଜ୍‌ମାଥେରାପିର ନୋଡାଲ ସେଣ୍ଟର ତଥା ପ୍ଲାଜ୍‌ମା ବ୍ୟାଙ୍କ ବୋଲି ଘୋଷଣା କରାଯିବା ପରେ ଏଠାକୁ ଏକ ନୂଆ ଆଫେରେସିସ୍‌ ମେଶିନ ଦିଆଯାଇଛି। ଆଗକୁ ଆଉ ଗୋଟିଏ ନୂଆ ମେଶିନ ମଧ୍ୟ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri