କେନ୍ଦୁଝର,୧୬ା୭(ସ୍ବ.ପ୍ର.)-ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ ବନ୍ୟ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ହାତୀର ଗତିବିଧି ନେଇ ଭୁଲ୍ ରିପୋର୍ଟ ଡିଏଫ୍ଓ ଅଫିସରେ ଥିବା କଣ୍ଟ୍ରୋଲ ରୁମକୁ ଦିଆଯାଉଥିବା ଅନୁମାନ କରାଯାଉଛି। ହାତୀ ନ ଗଣି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ହାତୀ ସଂଖ୍ୟା ଜଣାଉଥିବା ବେଳେ ହାତୀ ମରିଗଲେ କିମ୍ବା ଅନ୍ୟ କୌଣସି କାରଣରୁ କମିଗଲେ ମଧ୍ୟ ଜଣାପଡୁନାହିଁ। ହାତୀ ମରି ପଚିଶଢି ଯିବା ପରେ ଜଣାପଡୁଛି।
ନିକଟରେ ଏକ ହାତୀ ଛୁଆ ମରିବାର ୧୫ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ବନ ବିଭାଗ ଜାଣି ନ ପାରିବା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଗତ ଜୁନ୍ ୧୪ ତାରିଖରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ମାଈ ହାତୀ ଓ ଏକ ଅଣ୍ଡିରା ହାତୀକୁ ବିଦ୍ୟୁତ୍ କରେଣ୍ଟ ଦେଇ ମାରିବା ପରେ ଦୁର୍ବୃତ୍ତମାନେ ଦାନ୍ତ ଚୋରି କରି ନେଇଥିଲେ। ଏହି ଚୋରି ଘଟଣାରେ ଅଦ୍ୟାବଧି ଦାନ୍ତ ଉଦ୍ଧାର ହୋଇ ନ ଥିବାବେଳେ ଚୋରି କରିଥିବା ଅପରାଧୀଙ୍କୁ ଗିରଫ କରିବାରେ ବନ ବିଭାଗ ସକ୍ଷମ ହୋଇ ନାହିଁ। ଚମ୍ପୁଆ ଏବଂ ବଡ଼ବିଲ ରେଞ୍ଜରେ ଗତ ୨ମାସ ମଧ୍ୟରେ ୫ ହାତୀ ମରିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ହାତୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ବନ ବିଭାଗ କେବଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ଦାୟୀ କରାଯାଉ ନାହିଁ ବୋଲି ପରିବେଶବିତ୍ମାନେ ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ହାତୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ପ୍ରତ୍ୟେକ ବର୍ଷ ଖର୍ଚ୍ଚ କରାଯାଉଥିଲେ ହେଁ ଅସ୍ବାଭାବିକ ମୃତ୍ୟୁ ରୋକାଯାଇ ପାରୁନାହିଁ ା କେନ୍ଦୁଝର ବନଖଣ୍ଡରେ ଗତ ୨୦୧୦ରୁ ଅଦ୍ୟାବଧି ୫୧ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ୨୦୧୦-୨୦୧୧ରେ ୯ ହାତୀ, ୨୦୧୧-୧୨ରେ ୪, ୨୦୧୨-୧୩ରେ ୯, ୨୦୧୩-୧୪ରେ ୪, ୨୦୧୪-୧୫ରେ ୪, ୨୦୧୫-୧୬ ରେ ୬ଟି ହାତୀଙ୍କ ମୃତ୍ୟୁ ଘଟିଛି ା ୨୦୧୬-୧୭ରେ ହାତୀ ମୃତ୍ୟୁ ହୋଇ ନ ଥିବା ବେଳେ ୨୦୧୭-୧୮ରେ ୨ଟି, ୨୦୧୮-୧୯ ରେ ୨, ୨୦୧୯-୨୦ରେ ୬ଟି ଏବଂ ୨୦୨୦-୨୧ରେ ୫ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି। କେନ୍ଦୁଝର ବନଖଣ୍ଡରେ ଏବେ ୯୨ ହାତୀ ଅଛନ୍ତି। ସେମାନଙ୍କ ସୁରକ୍ଷା ଓ ଗତିବିଧି ନିରୀକ୍ଷଣ କରିବା ପାଇଁ ୧୧୦ ଲୋକ ନିୟୋଜିତ ହୋଇଥିବା ବେଳେ ୧୯ ଗାଡ଼ି ବୁଲୁଛି। ଏହା ବ୍ୟତୀତ ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ଜନବସତିକୁ ପ୍ରବେଶ ରୋକିବା ପାଇଁ ଅନେକ ସ୍ଥାନରେ ଟ୍ରେଞ୍ଚ ଖୋଳାଯାଇଛି ା ଏନେଇ ଡିଏଫ୍ଓ ସନ୍ତୋଷ ଯୋଶୀ କହିଛନ୍ତି ଯେ, ଜିଲାରେ ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ସହ ହାତୀ ସ୍କ୍ବାଡ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ା ସେମାନଙ୍କ ଗତିପଥକୁ ୨୪ ଘଣ୍ଟିଆ ଟ୍ରାକିଂ କରାଯାଉଛି। ପ୍ରତ୍ୟେକ ଦଳକୁ ଗୋଟିଏ ଗୋଟିଏ ଟିମ୍ ଟ୍ରାକିଂ କରୁଛନ୍ତି। ସେହିପରି ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହାତୀଙ୍କ ବାସସ୍ଥଳ ନଷ୍ଟ ହେବା ଓ ଜଙ୍ଗଲରେ ହାତୀଙ୍କ ଖାଦ୍ୟାଭାବ ଯୋଗୁ ହାତୀ ପଲ ଏଣେତେଣେ ପଳାୟନ କରିବା ସହ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ବିଶେଷ କରି ଅବିଚାରିତ ଖଣିଖନନ, ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ, ଜଙ୍ଗଲ ଜବରଦଖଲ କରି କଲୋନୀ, ରାସ୍ତାଘାଟ ନିର୍ମାଣ ହାତୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ପରିବେଶବିତ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରେକୃଷ୍ଣ ମହାନ୍ତ କହିଛନ୍ତି ା
Posted inHome Left, ଆମ ଜିଲା ଖବର, କେନ୍ଦୁଝର View All
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...
ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍
ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍ ଟ୍ରେନ୍ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ
ବ୍ୟାଙ୍କକ୍,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...
ପାରମ୍ପରିକ ‘ଟୋକି ପର୍ବ’ ପାଇଁ ଚଳଚଞ୍ଚଳ କଳାହାଣ୍ଡି: ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…
ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...
ଟି୨୦ରେ ହରମନପ୍ରୀତ୍ଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...
Archives


