ଓଡ଼ିଶା ପାସ୍‌ ହାର ଅଧିକ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥର ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୮୮.୭୮% ରହିଛି। ଗତବର୍ଷ ପାସ୍‌ ହାର ୮୩.୪୦% ରହିଥିଲାବେଳେ ଚଳିତବର୍ଷ ଅଧିକ ୫.୩୮% ଭଲ ରେଜଲ୍ଟ ହୋଇଛି। ସେପଟେ ଓଡ଼ିଶା ପାସ୍‌ ହାର ଜାତୀୟ ହାରଠାରୁ ଅଧିକ ଅର୍ଥାତ୍‌ ୮୯.୦୨% ରହିଛି। ଓଡ଼ିଶାରେ ୧୮,୪୮୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୬,୪୫୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ କୋଭିଡ୍‌ ୧୯ ପାଇଁ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇନାହିଁ। ଏବର୍ଷ ମଧ୍ୟ ଦେଶରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ଛାତ୍ରଙ୍କଠାରୁ ୫.୯୬% ଅଧିକ ରହିଛି। ଛାତ୍ରଙ୍କ ପାସ୍‌ ହାର ୮୬.୧୯% ଥିବାବେଳେ ଛାତ୍ରୀଙ୍କ ପାସ୍‌ ହାର ୯୨.୧୫% ରହିଛି। ସେହିପରି ତୃତୀୟ ଲିଙ୍ଗଙ୍କ ପାସ୍‌ ହାର ୬୬.୬୭% ରହିଛି।
ଅନ୍ୟପକ୍ଷରେ ଭୁବନେଶ୍ୱର ରିଜିଅନ (ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ)ରେ ପାସ୍‌ ହାର ୯୧.୪୬% ଥିବାବେଳେ ତ୍ରିଭେନ୍ଦ୍ରମ ରିଜିଅନ୍‌ରେ ସର୍ବାଧିକ ୯୭.୬୭% ରହିଛି। ପାଟଣା ରିଜିଅନ୍‌ରେ ସର୍ବନିମ୍ନ ୭୪.୫୭% ରେଜଲ୍ଟ ହୋଇଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦%, କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨% ଓ ଘରୋଇ ବିଦ୍ୟାଳୟର ୮୮.୨୨% ପିଲା ପାସ୍‌ କରିଛନ୍ତି।
ଚଳିତବର୍ଷ ସାରା ଦେଶରେ ୧୩,୧୦୯ ସ୍କୁଲର ୪,୯୮୪ କେନ୍ଦ୍ରରେ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୨,୦୩,୫୯୫ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିବାବେଳେ ୧୧ଲକ୍ଷ ୯୨ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ମୋଟ ୧୦୫୯,୦୮୦ଜଣ ଛାତ୍ରୀଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩୮,୦୦୦ ଛାତ୍ରୀଛାତ୍ର ୯୫% ଉପରେ ନମ୍ବର ରଖିଥିବାବେଳେ ୧.୫୭ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ୯୦% ଉପରେ ରଖିଛନ୍ତି। ଛାତ୍ରୀଛାତ୍ରମାନେ cbseresults.nic.in ଓ୍ବେବ୍‌ସାଇଟ୍‌ରେ ନିଜର ପରୀକ୍ଷା ଫଳ ଦେଖିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ତେବେ ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବା ନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ୍‌ କରି ସୂଚନା ଦେଇଥିଲେ। ଏଥିସହ ରେଜଲ୍ଟ ପ୍ରକାଶ କରିବା ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା

ଜଣାଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ କରୋନା ଯୋଗୁ ଅନେକ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରୀଛାତ୍ରମାନେ ସବୁଠୁ ଭଲ କରିଥିବା ବିଷୟର ନମ୍ବରକୁ ଆଧାର କରି ବାକି ଥିବା ବିଷୟଗୁଡ଼ିକରେ ମୂଲ୍ୟାୟନ କରାଯାଇଛି। ତେବେ ଏହି ରେଜଲ୍ଟରେ ଯେଉଁ ଛାତ୍ରୀଛାତ୍ରମାନେ ଖୁସି ନ ଥିବେ କିମ୍ବା କେହି ନିଜ ନମ୍ବର ବଢ଼ାଇବାକୁ ଚାହୁଁଥିବେ, ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ରହିଛି। ଜୁଲାଇ ୧ରୁ ୧୫ ମଧ୍ୟରେ ଯେଉଁ ବିଷୟବସ୍ତୁଗୁଡ଼ିକର ପରୀକ୍ଷା ହୋଇଥାଆନ୍ତା, ସେହି ବିଷୟରେ ଛାତ୍ରୀଛାତ୍ରମାନେ ଚାହିଁଲେ ପରୀକ୍ଷା ଦେଇପାରିବେ। ତେବେ ଯେଉଁମାନେ ଏହି ବିଷୟରେ ଇଚ୍ଛାଧୀନ ଭାବେ ପରୀକ୍ଷା ଦେବେ ସେମାନଙ୍କ ପରୀକ୍ଷା ଫଳକୁ ଫାଇନାଲ ବୋଲି ଧରାଯିବ। ସେପଟେ ନୂଆ ଆଧାରରେ ମୂଲ୍ୟାଙ୍କନ ହୋଇଥିବାରୁ ୪୦୦ଛାତ୍ରୀଛାତ୍ରଙ୍କ ମୂଲ୍ୟାଙ୍କନ ହୋଇପାରି ନାହିଁ। ତେବେ ସେମାନଙ୍କ ରେଜଲ୍ଟ ପରେ ପ୍ରକାଶ ପାଇବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri