Posted inଖେଳ

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ଭୁବନେଶ୍ୱରରେ ଜାତୀୟ ଫୁଟ୍‌ବଲ କ୍ୟାମ୍ପ

ନୂଆଦିଲ୍ଲୀ, ୧୪।୭(ପି.ଟି.)-ଭାରତୀୟ ଫୁଟ୍‌ବଲ ଦଳ ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ କାତାର ଓ ଆଫଗାନିସ୍ତାନ ବିପକ୍ଷରେ ୨ଟି ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭାରତୀୟ ଦଳର କ୍ୟାମ୍ପ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌(ବିସିସିଆଇ) ପକ୍ଷରୁ ଆୟୋଜିତ ଓ୍ବେବିନାରରେ ଭାଗନେଇ ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫଏଫ) ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଓ ସ୍ଥାନ ଭିତ୍ତିରେ ଭ୍ରମଣ ଜନିତ କଟକଣା ଭିନ୍ନ। ପ୍ରୋଟୋକଲ ମଧ୍ୟ ଭିନ୍ନ ଭିନ୍ନ। ପିଲାମାନଙ୍କର ଟେଷ୍ଟିଂ ଖର୍ଚ୍ଚ ଏଆଇଏଫଏଫ ବହନ କରିବ। ଏଥିରେ ଫିଫାର ମଧ୍ୟ କିଛି ଭାଗୀଦାରି ରହିବା ନେଇ ଆମେ ଆଶା ରଖିଛୁ। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଯଦି ଏପରି ସ୍ଥିତି ଲାଗି ରହେ ତେବେ ଖେଳାଳିମାନଙ୍କ ଯାତାୟାତ ଏବଂ କ୍ୱାରାଣ୍ଟାଇନ୍‌ ସହିତ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପରି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା କଷ୍ଟକର ହୋଇ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।
ଝାଡ଼ଖଣ୍ଡରେ ହୋଇପାରେ ମହିଳା ଫୁଟ୍‌ବଲ କ୍ୟାମ୍ପ
ଆସନ୍ତା ବର୍ଷ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରସ୍ତୁତି କ୍ୟାମ୍ପ ଅଗଷ୍ଟରେ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। କ୍ୟାମ୍ପ ଆୟୋଜନ ଦୌଡ଼ରେ ଝାଡ଼ଖଣ୍ଡ ସର୍ବାଗ୍ରେ ରହିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏଥିପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରିଛନ୍ତି। ” ଏହା ଏକ ଜଟିଳ ସମସ୍ୟା। କ୍ୟାମ୍ପ ଆୟୋଜନ ସମ୍ପର୍କରେ ଆମେ ଗୋଆ ସରକାରଙ୍କ ସହିତ ଆଲୋଚନା କରିଛୁ। ଏଥିସହିତ ଆମେ ଅନ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା ଜାରି ରଖିଛୁ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଜେ ଏଥିପାଇଁ ଆଗ୍ରହ ଦେଖାଇଛନ୍ତି। କାରଣ ଏହି ରାଜ୍ୟର ୮-୧୦ ଖେଳାଳି କ୍ୟାମ୍ପ ପାଇଁ ମନୋନୀତ ଦଳରେ ରହିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ଭିନ୍ନଭିନ୍ନ ପ୍ରୋଟୋକଲ ରହିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଜେ ଆଗ୍ରହୀ ଥିବାରୁ ପ୍ରୋଟୋକଲ ଦୃଷ୍ଟିରୁ ସେଠାରେ କ୍ୟାମ୍ପ ଆୟୋଜନ ସହଜ ଓ ସମ୍ଭବ ହୋଇପାରିବ“ ବୋଲି କୁଶାଲ ପ୍ରକାଶ କରିଛନ୍ତି। ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଖରାପ ପରିସ୍ଥିତି ଜାରି ରହିଲେ ଟୁର୍ନାମେଣ୍ଟ ବିନା ଦର୍ଶକରେ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ୨୦୨୦ରେ ଟୁର୍ନାମେଣ୍ଟ ସମ୍ଭବ ହୋଇ ନ ପାରିବାରୁ ଏହା ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ହେବାନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୨୦୧୭ରେ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ୱକପ ଭାରତରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ମାତ୍ର ଏବେ ମଣିଷର ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁଶାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri