Posted inଜାତୀୟ

ସିନ୍ଧିଆଙ୍କ ପରି ବାଡ଼ ଡେଇଁବେ କି ସଚିନ

ଜୟପୁର, ୧୩।୭: ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ସଙ୍କଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଦୂରତା ବଢ଼ିଚାଲିଛି। ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସ ସରକାରରେ ଏଭଳି ସମସ୍ୟା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଦେଖାଦେଇଥିଲା। ଏହାର ଫାଇଦା ଭାଜପା ନେଇଥିଲା। ମଧ୍ୟପ୍ରଦେଶରେ ଭାଜପାର ଅପରେଶନ୍‌ ଲୋଟସ୍‌ ଅଭିଯାନ ସଫଳ ରହିଥିଲା। ଏହା ପୂର୍ବରୁ କର୍ନାଟକରେ ମଧ୍ୟ ସମାନ ସ୍ଥିତିରୁ ଭାଜପା କ୍ଷମତା ଦଖଲ କରିନେଇଥିଲା। ଏହାର ପୁନରାବୃତ୍ତି ଏବେ ରାଜସ୍ଥାନରେ ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ଯଦି ସଚିନ ସିନ୍ଧିଆଙ୍କ ପରି କିଛି ଅସନ୍ତୁଷ୍ଟ ବିଧାୟକଙ୍କୁ ଧରି ବାଡ଼ ଡେଇଁବେ ତେବେ ରାଜ୍ୟରେ କଂଗ୍ରେସ ସରକାର ପାଇଁ ସମସ୍ୟା ସୃଷ୍ଟି ହେବ। ମାତ୍ର ଏଭଳି ଚର୍ଚ୍ଚାକୁ ସଚିନ ଖଣ୍ଡନ କରିଛନ୍ତି। ସେ ଦଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟସଆପର ଭୁଲ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୪।୫: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଏହା ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ମାର୍ଚ୍ଚ ୧ ରୁ ୩୧ମଧ୍ୟରେ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ରାହୁଲ ଗାନ୍ଧୀଙ୍କର ନାହିଁ ନିଜସ୍ବ ଘର, ଏତେ ଲକ୍ଷ ଟଙ୍କା କରଜରେ କଂଗ୍ରେସ ନେତା

ନୂଆଦିଲ୍ଲୀ,୪।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ନିର୍ବାଚନ କମିଶନରଙ୍କ ପାଖରେ...

ନିଜର ସମ୍ମାନ ଭୁଲି ଶସ୍ତା କଥା କହୁଛନ୍ତି ପ୍ରଧାନମନ୍ତ୍ରୀ: କଂଗ୍ରେସ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନନୈତିକ ଦଳ ମଧ୍ୟରେ ଅଭିଯୋଗ ଏବଂ କାଉଣ୍ଟର ଅଭିଯୋଗ ଜାରି ରହିଛି। ସେପଟେ କଂଗ୍ରେସ ଦଳ ପୁଣି ଥରେ...

ଇତିହାସ ରଚିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୪।୫: ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ନାମରେ ଏକ ରେକର୍ଡ କରିଛନ୍ତି ଯାହା ଏପର୍ଯ୍ୟନ୍ତ...

ଆତଙ୍କବାଦୀ ନିଜ୍ଜର ହତ୍ୟାକାରୀଙ୍କ ଲରେନ୍ସ ବିଶ୍ନୋଇଙ୍କ ସହ ରହିଛି କନେକସନ, କାନାଡା ପୋଲିସ ଜାରି କଲା ଅଭିଯୁକ୍ତଙ୍କ ଫଟୋ

ଓଟାଓ୍ବା,୪।୫: ଖାଲିସ୍ତାନୀ ସମର୍ଥକ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନଜ୍ଜାରଙ୍କ ହତ୍ୟା ମାମଲାରେ କାନାଡା ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତଙ୍କ ଫଟୋ ଶେୟାର...

ମେ’ ୧୪ରେ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରଣାସୀରୁ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବାରଣାସୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri