Posted inଖେଳ

ବେନ୍‌ ଷ୍ଟୋକ୍ସଙ୍କ ଜର୍ସିରେ ବିକାଶ କୁମାର

ଲଣ୍ଡନ,୧୧ା୭: କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୧୧୭ ଦିନ ପରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ସହ ଅନ୍ତର୍ଜାତୀୟ କ୍ରିକେଟ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରାକ୍ଟିସ ସେସନରେ ଇଂଲଣ୍ଡ ଖେଳାଳି ବେନ୍‌ ଷ୍ଟୋକ୍ସ ପରିଧାନ କରିଥିବା ଜର୍ସିରେ ନିଜ ନାମ ଦେଖି ଭାରତୀୟ ବଂଶୋଦ୍ଭବ ଡାକ୍ତର ବିକାଶ କୁମାରଙ୍କ ଖୁସିର ସୀମା ରହି ନ ଥିଲା। ଦିଲ୍ଲୀର ୩୫ ବର୍ଷୀୟ ବିକାଶ କୁମାର ୨୦୧୯ରେ ସ୍ତ୍ରୀ ଏବଂ ଦୁଇ ବର୍ଷରୁ ପୁତ୍ର ସନ୍ତାନ ସହ ଇଂଲଣ୍ଡ ଯାଇ ସେଠାରେ ଅବସ୍ଥାନ କରୁଛନ୍ତି। ସ୍କୁଲ ଛାତ୍ର ଥିବାବେଳେ ଟପ୍‌ ଲେଭଲ କ୍ରିକେଟ ଖେଳିବା ତାଙ୍କର ଏକ ଅଭିଳାଷ ଥିଲା। ତାହା ସାକାର ହୋଇ ପାରି ନ ଥିଲେ ମଧ୍ୟ ୩ ବର୍ଷ ପୂର୍ବେ ଦିଲ୍ଲୀର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ ପାଇଁ ସେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଏବେ ସେ ଡରାହମ୍‌ର ଡାର୍ଲିଂଟନ୍‌ସ୍ଥିତ ନ୍ୟାଶନାଲ ହେଲ୍‌ଥ ସର୍ଭିସ (ଏନ୍‌ଏଚ୍‌ଏସ୍‌) ଟ୍ରଷ୍ଟ ହସ୍ପିଟାଲର କ୍ରିଟିକାଲ କେୟାର ୟୁନିଟ୍‌ରେ କାର୍ଯ୍ୟ କରୁଛନ୍ତି। କୋଭିଡ୍‌-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଯାଇ ଇଂଲଣ୍ଡ ଟେଷ୍ଟ ଖେଳାଳିମାନେ ଦେଶର କେତେଜଣ ଆଗଧାଡ଼ି ସ୍ବାସ୍ଥ୍ୟକର୍ମୀଙ୍କ ନାମ ଲେଖାଥିବା ଜର୍ସି ପରିଧାନ କରିଥିଲେ। ଇଂଲଣ୍ଡ କ୍ରିକେଟ କ୍ଲବଗୁଡ଼ିକ ତରଫରୁ ଚାଲିଥିବା ‘ରେଜ୍‌ ଦ ବ୍ୟାଟ୍‌’ ଅଭିଯାନର ଅଂଶ ସ୍ବରୂପ ଖେଳାଳିମାନଙ୍କ ଜର୍ସିରେ କେଉଁମାନଙ୍କ ନାମ ସ୍ଥାନ ପାଇବ ସେମାନଙ୍କ ତରଫରୁ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ତାଲିକାର ଶୀର୍ଷରେ ବିକାଶ କୁମାରଙ୍କ ନାମ ରହିଥିଲା। ଫଳରେ ତାଙ୍କ ନାମ ଇଂଲଣ୍ଡ ଅଧିନାୟକ ତଥା ବିଶ୍ୱକପ୍‌ ଷ୍ଟାର ବେନ୍‌ ଷ୍ଟୋକ୍ସଙ୍କ ଜର୍ସିରେ ସ୍ଥାନ ପାଇଥିଲା। ଭାରତୀୟ ବଂଶୋଦ୍ଭବ ଡାକ୍ତର କହିଛନ୍ତି, ଷ୍ଟୋକ୍ସଙ୍କ ଭଳି ଖେଳାଳିଙ୍କ ଜର୍ସିରେ ନିଜ ନାମ ଦେଖି ମୁଁ ଖୁସିରେ ଆତ୍ମହରା ହୋଇପଡ଼ିବା ସହ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲି। କରୋନା ମହାମାରୀ ଯୋଗୁ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛେ। ଏନ୍‌ଏଚ୍‌ଏସ୍‌ ଷ୍ଟାଫ୍‌ମାନଙ୍କ ତ୍ୟାଗ ଅତୁଳନୀୟ। କୋଭିଡ୍‌ ଯୋଦ୍ଧାଙ୍କୁ ସ୍ବୀକୃତି ଓ ସମ୍ମାନ ମିଳୁଛି ନିଶ୍ଚିତ ଏକ ଅନ୍ୟମାନଙ୍କ ପ୍ରତି ଏକ ଭଲ ବାର୍ତ୍ତା। ମୌଲାନା ଆଜାଦ ମେଡିକାଲ କଲେଜରେ ଆନାସ୍ଥେସିଆରେ ପୋଷ୍ଟ-ଗ୍ରାଜୁଏଟ୍‌ ଡିପ୍ଲୋମା କରିଥିବା ବିକାଶ କୁମାର କହିଛନ୍ତି ମୁଁ ପିଲଦିନରୁ ଜଣେ କ୍ରିକେଟପ୍ରେମୀ। ମୁଁ ମୋ ଡେମିକାଲ କଲେଜ ତରଫରୁ ଖେଳିଛି। କିନ୍ତୁ ମୋ ପରିବାରର ସମସ୍ତେ ପାଠକୁ ଅଗ୍ରାଧିକାର ଦେଉଥିବାରୁ ମୋତେ ମୋ ଭାଇମାନଙ୍କ ଭଳି ଜଣେ ଡାକ୍ତର ହେବାକୁ ପଡ଼ିଥିଲା। ଏସୀୟ ବଂଶୋଦ୍ଭବ ଖେଳାଳିମାନଙ୍କୁ ନେଇ ଇଂଲଣ୍ଡରେ ଗିଲି ବଏଜ୍‌ ଆମେଚର କ୍ଲବ ଗଠନ କରାଯାଇଛି। ଏହି କ୍ଲବ ବ୍ୟତୀତ ନ୍ୟୁକ୍ୟାସେଲ ନିକଟବର୍ତ୍ତୀ କାଓଗେଟ୍‌ କ୍ରିକେଟ କ୍ଲବରେ ମଧ୍ୟ ମଧ୍ୟ ଖେଳିଥାଏ। ବିକାଶ ଇଂଲଣ୍ଡ କ୍ରିକେଟ ଟିମ୍‌ର ଡାକ୍ତର ଭାବେ ମଧ୍ୟ କାର୍ଯ୍ୟକରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri